ରାଉରକେଲା(ବସନ୍ତ କୁମାର ଜେନା) :କେନ୍ଦ୍ରରେ ନରେନ୍ଦ୍ର ମୋଦି ଶାସନ ସମୟରେ ବିଶେଷ କରି ଶ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ସୁନ୍ଦରଗଡ ଜିଲ୍ଲାରେ ରେଳ ପଥର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଆସୁଛନ୍ତି l ଏହି କ୍ରମରେ ଆଜି ନୂଆଦିଲ୍ଲୀ ଠାରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଶ୍ରୀ ଜୁଏଲ ଓରାମ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ସୁନ୍ଦରଗଡ଼ରେ ଜିଲ୍ଲାରେ ରେଳବିଭାଗ ତରଫରୁ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭୂମିପୂଜନ/ଶିଳାନ୍ୟାସ କରିବା ପାଇଁ ଅନୁରୋଧ କରିଛନ୍ତି l ସେହି ପ୍ରକଳ୍ପ ଗୁଡିକ ହେଲା (୧) ବିମଳାଗଡ଼ ତାଳଚେର ରେଳଲାଇନ (ବିମଳାଗଡ଼ ପଟୁ), (୨) ବିମଳାଗଡ଼ ବରସୁଆଁ ଦ୍ୱିତୀୟ ରେଳ ଲାଇନ (୩) ଝାରସୁଗୁଡା ଠାରୁ କୁନକୁରି ପର୍ଯ୍ୟନ୍ତ ନୂଆ ରେଳ ଲାଇନ (୪) ଡୁମରେତI ରୁ ବିମଳାଗଡ଼ ତୃତୀୟ ଓ ଚତୁର୍ଥ ରେଳ ଲାଇନ, (୫) କରମପଦI ରୁ କିରିବୁରୁ ରେଳ ଲାଇନ, (୬) ବଡ଼ବିଲ ରୁ ନୟାଗଡ (ବାଂଶପାଣି ) ରେଳ ଲାଇନ, (୭) ବରସୁଆଁ ରୁ ନୟାଗଡ (ବାଂଶପାଣି) ରେଳ ଲାଇନ, (୮) ପାନପୋଷ ରେଳ ଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ (୯) ବିମଳାଗଡ଼ ରେଳ ଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ (୧୦) ରାଉରକେଲା ରେଳଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ (୧୧) ରାଉରକେଲା ମାଲଗୋଦାମ ଠାରେ ରେଳ ଓଭାର ବ୍ରିଜ ନିର୍ମାଣ, (୧୨) ବିମଳାଗଡ଼ ରୁ କରମପଦI ଦ୍ଵିତୀୟ ରେଳ ଲାଇନ, (୧୩) ଲାଠିକଟI ରୁ କଲୁଙ୍ଗା ରେଳ ଲାଇନ (ରାଉରକେଲା ବIଇପାସ) (୧୪) ଗଗନପୋଷ (ଗୀତାରାଣୀ ମହାନ୍ତି ଏବଂ JSW) ଠାରେ ୨ଟି ଲୋଡିଂ ହବ ଏବଂ (୧୫) ଝାଡ଼ତରଙ୍ଗ (ରାଉରକେଲା ଓ କଲୁଙ୍ଗା ରେଳ ଲାଇନ ଠାରୁ ଗତିଶକ୍ତି ସାଇ ମନ୍ଦିର) ନୂଆ ଲୋଡିଂ ହବ ଇତ୍ୟାଦି. . . I ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ଷ୍ଟେସନ ମାନଙ୍କରେ କେତେକ ଟ୍ରେନର ରହଣି ପାଇଁ ମଧ୍ୟ ଶ୍ରୀ ଓରାମ୍ ଦାବି କରିଥିଲେ I
ରାଜ୍ୟ
ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପର ଭୂମିପୂଜନ/ଶିଳାନ୍ୟାସ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ
- Hits: 278







