ହେଡଲାଇନସ୍:

ଆୟକର ଚଢଉକୁ ନେଇ ବିଜେପିର ବକ୍ତବ୍ୟ ହାସ୍ୟାସ୍ପଦ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ସନେ୍ଦହ ଘେରରେ ପଶ୍ଚିମ ଓଡିଶାର ବିଜେପି ନେତା

  •  ଟଙ୍କାକୁ ନେଇ ବିଜେପି କଂଗ୍ରେସ ଦୋଷ ଲଦାଲଦି

  •  ବ୍ୟବସାୟୀଙ୍କ ନିକଟରେ ଟଙ୍କା ଠୁଳ କରୁଥିଲେ ଦୁଇ ଦଳର ନେତା


Biju Janata Dal MP Resigns After Son Does Not Get Ticket For ...ଭୁବନେଶ୍ୱର: ଆୟକର ବିଭାଗର ଚଢାଉ ନେଇ ରାଜ୍ୟ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ କରିବା ଆଗରୁ ଟିକିଏ ରାଷ୍ଟ୍ରୀୟ ବିଜେପି ନେତା ଓ ଝାଡଖଣ୍ଡ ବିଜେପି ନେତା କ’ଣ କହୁଛନ୍ତି, ସେ ସଂକ୍ରାନ୍ତରେ ଅବଗତ ହୋଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଇପ୍ସିତା ସାହୁ ।
ବିଜେଡି ମୁଖପାତ୍ର ଶ୍ରୀମତୀ ସାହୁ ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଯାହା ଦେଖୁଛୁ, ଝାଡଖଣ୍ଡର ବିଜେପି ନେତାମାନେ କହୁଛନ୍ତି ମିଳିଥିବା ଟଙ୍କା କଂଗ୍ରେସର । ଅନ୍ୟ ପକ୍ଷରେ କଂଗ୍ରେସ ନେତାମାନେ କହୁଛନ୍ତି ଜବତ ହେଉଥିବା ଟଙ୍କା ବିଜେପି ନେତାଙ୍କର । ଉଭୟ ପରସ୍ପରକୁ ଦୋଷ ଦେଉଛନ୍ତି । ଲାଗୁଛି ବୋଧହୁଏ ଉଭୟ ବିଜେପି ଓ କଂଗ୍ରେସ ଦଳର ନେତା ନିଜ ନିଜର ଟଙ୍କାକୁ ବ୍ୟବସାୟୀଙ୍କ ଜରିଆରେ ଠୁଳ କରି ରଖୁଥିଲେ ।
ବିଜୁ ଜନତା ଦଳ ସର୍ବଦା ଆଇନ୍‍କୁ ସମ୍ମାନ ଦେଇଥାଏ । ଆୟକର ବିଭାଗ ପକ୍ଷରୁ କରାଯାଇଥିବା ଚଢାଉକୁ ଆମେ ସ୍ୱାଗତ କରୁଛୁ । ମିଳିଥିବା ଟଙ୍କା ଏବଂ ବ୍ୟବସାୟୀଙ୍କ ସହ ବୋଧହୁଏ ପଶ୍ଚିମ ଓଡିଶାର କିଛି ବିଜେପି ନେତାଙ୍କ ସମ୍ପର୍କ ରହିଛି । ତେଣୁ ତଥ୍ୟ ସାମ୍ନାକୁ ଆସିବା ଆଗରୁ ଛାନିଆ ହୋଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଅପେକ୍ଷା କରନ୍ତୁ, କାହାର କାହା ସହ କି ପ୍ରକାର ସମ୍ପର୍କ ରହିଛି ସବୁକିଛି ତଦନ୍ତରୁ ସାମ୍ନାକୁ ଆସିଯିବ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।

0
0
0
s2sdefault