ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମିଳିଛି ୭୯୫୬୫ଟି ଆବେଦନ
ଭୁବନେଶ୍ୱର,୦୭/୧୨/୨୦୨୩: "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ସାରା ରାଜ୍ୟରୁ ୭୯୫୬୫ ଜଣ ଆବେଦନ କରିଛନ୍ତିା ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ପତ୍ରର ଯାଞ୍ଚ ଆରମ୍ଭ ହୋଇଛିା ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇ ୧୪ଟି ବର୍ଗରେ ବିଭିନ୍ନ ସ୍ତରରେ ପୁରସ୍କାର ପାଇଁ ଶ୍ରେଷ୍ଠ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଚୟନ କରାଯିବା
"ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର' ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ମୋଟ ୫୦୨୫ଟି ବିଦ୍ୟାଳୟ ଆବେଦନ କରିଛନ୍ତିା ସେହିପରି ପ୍ରଧାନଶିକ୍ଷକ (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୪୩୦୪ ଜଣ ଓ ଶିକ୍ଷକ ପୁରସ୍କାର (ମାଧ୍ୟମିକ ବିଦ୍ୟାଳୟ) ପାଇଁ ୧୪୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତିା ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦୦୨୩ ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ପ୍ରଧାନଶିକ୍ଷକ (ପ୍ରାଥମିକ ବିଦ୍ୟାଳୟ) ପୁରସ୍କାର ପାଇଁ ୮୪୫୪ ଜଣ ଆବେଦନ କରିଛନ୍ତିା ଶିକ୍ଷକ ପୁରସ୍କାର (ପ୍ରାଥମିକ ବିଦ୍ୟାଳୟ) ନିମନ୍ତେ ସାରା ରାଜ୍ୟରୁ ୩୦୯୯୯ ଜଣ ଶିକ୍ଷକ ଆବେଦନ କରିଛନ୍ତିା ସେହିପରି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୩୫୯୫ଟି କମିଟି ଆବେଦନ କରିଛନ୍ତିା ଏହି ସମସ୍ତ ପୁରସ୍କାର ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛିା
ଅନ୍ୟପକ୍ଷରେ, ଜିଲ୍ଲା ପୁରସ୍କାର ପାଇଁ ୨୩, ବ୍ଲକ ପୁରସ୍କାର ପାଇଁ ୧୩୮, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର ପାଇଁ ୨୪, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର ପାଇଁ ୧୦୩, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ୩୦, ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ୧୨୧୭, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆରସିସି ) ପୁରସ୍କାର ପାଇଁ ୧୩୬୮ଟି ଆବେଦନ ଆସିଛିା ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିରେ ଏହି ଆବେଦନର ଯାଞ୍ଚ କରାଯାଇ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ଚୟନ କରାଯିବା
ଉଲ୍ଲେଖଯୋଗ୍ୟ, ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର'ରେ ପୁରସ୍କୃତ କରାଯିବା ରାଜ୍ୟସ୍ତରରେ ୧୯,୪୬୭ଟି ପୁରସ୍କାର ବାବଦରେ ୩୨,୧୭,୨୯,୦୦୦ ଟଙ୍କା ପ୍ରଦାନ କରାଯିବା ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪,୫୮,୫୦,୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବା ବ୍ଲକ ସ୍ତରରେ ୩୪,୮୫୪ଟି ପୁରସ୍କାର ବାବଦକୁ ୫୯,୯୭,୪୦,୦୦୦ ଟଙ୍କା ପ୍ରଦାନ କରାଯିବା ମହାନଗରନିଗମସ୍ତରରେ ୫୦ଟି ଓ ସବ୍ଡିଭିଜିନାଲ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧,୬୦,୦୦୦ ପୁରସ୍କାର ରାଶି ଦିଆଯିବା









