କାଶୀପୁର ରୁ ବୈକୁଣ୍ଠ ଦୁରିଆ - ଜନ୍ମରୁ ଶୁଣି ପାରନ୍ତି ନାହିଁ କି କଥା କହି ପାରନ୍ତି ନାହିଁ ଉଭୟ ସ୍ଵାମି-ସ୍ତ୍ରୀ | ହେଲେ କାହା ଆଗରେ ହାତପାତି ମାଗି ନାହାନ୍ତି କି ପରିବାର କିମ୍ବା କାହା ଉପରେ ବୋଝ ହୋଇନାହାଁନ୍ତି।ନିଜେ ଏକ ଠେଲାରେ ଗୁପଚୁପ ବିକ୍ରି କରି ଉଦାହରଣ ସାଜିଛନ୍ତି ଟିକିରି ବସଷ୍ଟାଣ୍ଡରେ ରହୁଥିବା ରବିନ୍ଦ୍ର ପାଢୀ ଓ ଗାୟତ୍ରୀ ଦ୍ଵିବେଦି।କାଶିପୁର ବାସିନ୍ଦା ତ୍ରୀନାଥ ପାଢୀ ଙ୍କ ବଡ ପୁଅ ରବିନ୍ଦ୍ର ପାଢୀ ଜନ୍ମରୁ ମୂକ ଓ ବଧିର| ସେ ଭୂବନେଶ୍ଵର ର ରହୁଥିବା ଜୟନ୍ତ କୁମାର ଦ୍ବିବେଦୀ ଙ୍କ ଭିନ୍ନକ୍ଷମ ଝିଅ ଗାୟତ୍ରୀ ସହ ବୈଦିକ ରୀତିରେ ଗତ ୨୦୨୨ ଜୁଲାଇ ମାସ ୦୬ ତାରିଖ ବିବାହ କରିଥିଲେ ।ସେ +୨ ସହ ଫିଟରରେ ଆଇଟିଆଇ କରି ଘରେ ବସି ରହିଥିଲେ।ତ୍ରୀନାଥ ପାଢୀଙ୍କ ପରିବାର କାଶିପୁର ଠାରୁ ଟିକିରି ଆସି ଏକ ପୂଜା ଭଣ୍ଡାର ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି। ରବିନ୍ଦ୍ରଙ୍କ ତାଙ୍କ ସାନ ଭାଇ ଓ ଭଉଣୀଙ୍କ ଉଦ୍ୟମରେ ଏକ ଠେଲା ତିଆରି କରେଇ ଦେଲାପରେ ସେମାନେ ଉଭୟ ଦମ୍ପତ୍ତି ଟିକିରି ବସଷ୍ଟାଣ୍ଡରେ ଗୁପଚୁପ ଓ ଦହିବରା ବିକ୍ରିକରି ଗୁଜୁରାଣ ମେଣ୍ଟାଉଛନ୍ତି । ପରିବାର କିମ୍ବା କାହାଉପରେ ବୋଝ ନହୋଇ ନିଜ ପ୍ରଚେଷ୍ଟାରେ ସ୍ୱାବଲମ୍ବୀ ହେବାର ଉଦ୍ୟମ କରି ଅନ୍ୟପାଇଁ ଉଦାହରଣ ସାଜିଛନ୍ତି । ଠାରରେ ହିଁ ଗ୍ରାହକ ମାନଙ୍କ ସହିତ ଭାବ ଆଦାନପ୍ରଦାନ କରି ବେପାର କରୁଛନ୍ତି।କେବଳ ରବିନ୍ଦ୍ରକୁ ଭିନ୍ନକ୍ଷମ ଭତ୍ତା ୭୦୦ ସରକାରଙ୍କ ଠାରୁ ମିଳୁଛି।ସରକାର ଯଦି ଉଭୟ ରବିନ୍ଦ୍ର ଓ ଗାୟତ୍ରୀଙ୍କୁ କିଛି ସାହାୟ୍ଯ କରନ୍ତି ତାହେଲେ ଆଉ କିଛି ଉପକୃତ ହୋଇ ଅଧିକ ସ୍ବବଲମ୍ବୀ ହୋଇପାରିଥାନ୍ତେ।
ରାଜ୍ୟ
ଭିନ୍ନକ୍ଷମ ହେଲେ ମଧ୍ୟ ଗୁପଚୁପ ବିକି ଗୁଜୁରାଣ ମେଣ୍ଟାଉଛନ୍ତି ଦମ୍ପତ୍ତି
- Hits: 206









