ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର-୪ ସ୍ଥିତ ଶିବ ମନ୍ଦିର ଛକରେ ଏକ ବଜାଜ ଡାଲା ଅଟୋ ନମ୍ବର( OD-12-D-1731) ଏକ ଇଲେକ୍ଟ୍ରି ଅଫିସରେ ଲାଗିଥିବା ବୋଲେର OR-12-A-8885 କୁ ଧକ୍କା ଦେବା ଫଳରେ ବୋଲେରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି I ସୂଚନା ପ୍ରକାରେ ଅଟୋ ଡ୍ରାଇଭରଙ୍କ ନାମ ସୁମନ୍ତ ଦଳପତି(25), ସାରଙ୍ଗଗଡ଼, ନୁଆସାହିର ଥିବା ବେଳେ ବୋଲେର ଡ୍ରାଇଭର ରିତେଶ ସାହୁ(19), ଟିକାବାଲି, ତେନ୍ତୁଳିଗଡ଼ର ଅଟନ୍ତି I ଦୁର୍ଘଟଣା ପରେ ସ୍ଥାନୀୟ ଥାନା ଭାର ପ୍ରାପ୍ତ ଅଧିକାରୀ ଅଜୟ କୁମାର ସ୍ୱାଇଁ,ଏସ.ଆଇ ବିନୟ କୁମାର ମହାରଣା,ଏସ.ଆଇ ଅନନ୍ତ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଅନୁଧ୍ୟାନ କରୁଛନ୍ତି I ଦୁର୍ଘଟଣା ସ୍ଥଳରେ 108 ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ଭାରପ୍ରାପ୍ତ ଅଧିକାରୀ ଶିବରାମ ବିଶ୍ୱାଳ ଏବଂ ଟିମ ପହଞ୍ଚି ଆହତ ଦୁଇ ଡ୍ରାଇଭରଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ସୂଚନା ମିଳିଛି I ଦୁଇ ଜଣ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଡାକ୍ତର ଜ୍ୟୋତିପ୍ରକାଶ ବଇରୀ ଗଞ୍ଜନ ସୂଚନା ଦେଇଛନ୍ତି I









