ହେଡଲାଇନସ୍:

ବ୍ଲକ ସ୍ତରୀୟ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା ୦୪/୧୨/୨୩ (ଲିପନ ନାଏକ ) : ଡିସେମ୍ବର ତିନ୍ ତାରିଖ କୁ ବିଶ୍ଵ ଭିନ୍ନକ୍ଷମ ଦିବସ ରୁପେ ପାଳନ କରାଯାଏ,ଏଇ ପରିପେଖି ରେ ଆଜି ଜମନକିରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ବିଶ୍ଵଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି,ଏଇ କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅଭିବାବକ ଯୋଗ ଦେଇଥିଲେ,ସର୍ବପ୍ରଥମେ ଏକ ରାଳି ମାଧ୍ୟମରେ ଭିନ୍ନକ୍ଷମ ଙ୍କ ଏକତା ଓ ଇଚ୍ଛାଶକ୍ତି କୁ ଟାଣ କରିବା ଉଦ୍ଦେଶ୍ୟ ରେ ସ୍ଲୋଗାନ ମାନ ଦିଆଯାଇଥିଲା ପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ନୃତ୍ୟ, ଗୀତ, ବକ୍ତୃତା ଓ ଚିତ୍ରାଙ୍କନ ପରି ଅନେକ ପ୍ରତିଯୋଗୀତା ମାନ ଅନୁଷ୍ଟିତ ହୋଇଥିଲା କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପୁରସ୍କୃତ କରାଯାଇଥିଲା,ଏଇ କାର୍ଯ୍ୟକ୍ରମ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସୁଶ୍ରୀ ଦେବକୀ ନାଏକ, ଦିଲୀପ କୁମାର ବହିଦାର,ଭୁବନେଶ୍ୱର ଦିବେଦୀ, ପ୍ରଶାନ୍ତ କୁମାର ନାଥ, ବି ଆର ପି ଚିତ୍ତରଞ୍ଜନ ବାରିକ ଏବଂ ସି ଆର୍ ସି ସି ଙ୍କ ତତ୍ତ୍ଵାବଧାନରେ ସମାପ୍ତ ହୋଇଥିଲା

0
0
0
s2sdefault