ହେଡଲାଇନସ୍:

ଜମନକିରା ଯୁକ୍ତ ୨ ଏବଂ ଯୁକ୍ତ ୩ ମହାବିଦ୍ୟାଳୟ ପକ୍ଷରୁ ସ୍ପୋଟର୍ସ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା,୩/୧୨:(ଲିପନ ନାଏକ ): ରବିବାର ଜମନକିରା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଯୁକ୍ତ ୩ ଡିଗ୍ରୀ ମହାବିଦ୍ୟାଳୟର ସମନ୍ୱିତ ଯୁବ ବିକାଶ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ପୋର୍ଟସ ଫେଷ୍ଟ ର ବିଭିନ୍ନ ଖେଳ ପ୍ରତିଯୋଗିତା ମଧ୍ୟରୁ ପ୍ରଥମ ଦିବସରେ ଫୁଟବଲ ଖେଳ ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଆଦିପ୍ରସାଦ ମହାକୁଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁକ୍ତ ୨ ଓ ଯୁକ୍ତ ୩ ର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଅଧ୍ୟକ୍ଷତା କରିଥିଲେ। ନୋଡାଲ ଅଧିକାରୀ ଭାବରେ କଲେଜ ପି ଇ ଟି ରଞ୍ଜନ ମହାକୁଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଖେଳକୁ ଶିବ ନାରାୟଣ ବେହେରା ଓ କ୍ଷମାସାଗର ତାଣ୍ଡିଆ ଖେଳର ରେଫରି ଭାବରେ ପରିଚାଳନା କରିଥିଲେ। ଫୁଟବଲ ପ୍ରତିଯୋଗିତାରେ ଯୁକ୍ତ ୨ ର ୪୮ ଜଣ ଖେଳାଳିଙ୍କ ସହିତ ୪ ଗୋଟି ଦଳ ଓ ଯୁକ୍ତ ୩ ର ୭୫ ଜଣ ଖେଳାଳିଙ୍କ ସହିତ ୫ ଗୋଟି ଦଳ ଖେଳିଥିଲେ। ଏଥିରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଖେଳାଳି ଦଳ, ପ୍ରଥମ ବର୍ଷର ପ୍ରଥମ ଖେଳାଳି ଦଳକୁ ୧-୦ ଗୋଲରେ ପରାସ୍ତ କରିଥିବା ବେଳେ ଯୁକ୍ତ ୩ ର ପୋଲିଟିକଲ୍ ହୋନର୍ସ ର ଖେଳାଳି ଦଳ ଏଡୁକେଶନ ହନର୍ସ ଛାତ୍ର ଙ୍କ ମଧ୍ୟରେ ଖେଳ ପ୍ରତିଯୋଗିତା ହୋଇଥିବା ବେଳେ ୧-୦ ଗୋଲରେ ପରାସ୍ତ କରି ପୋଲିଟିକଲ୍ ହୋନର୍ସ ଦଳ ବିଜୟୀ ଲାଭ କରିଥିଲେ। ପରିଶେଷରେ ସମ୍ବଲପୁର ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ଅଧକ୍ଷ ଶୋଭାରାମ ପ୍ରଧାନ ଯୋଗଦାନ କରି ଉଭୟ ବିଜୟୀ ଦଳଙ୍କୁ ପୁରସ୍କାର ସ୍ବରୂପ ଟ୍ରଫି ପ୍ରଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କର ଉଦବୋଧନରେ ଖେଳାଳିମାନଙ୍କ ମନୋବଳକୁ ଆହୁରି ଦୃଢ଼ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ରାଜ୍ୟର ତଥା ଦେଶର ଗୈାରବ ବଢାଇବାର ଶୁଭକାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ ତଥା ଯୁକ୍ତ ୩ ର ଅଧ୍ୟକ୍ଷ ଶ୍ରୀ ପଟେଲ ତାଙ୍କ ଉଦବୋଧନରେ ଖେଳାଳିମାନଙ୍କୁ ନିଜ ନିଜର ପ୍ରତିଭାକୁ ଠିକ୍ ଭାବରେ ଉପଯୋଗ କରି ଯେପରି ନିଜର ଓ ନିଜ ମାଟିର ନାମ, ଯଶ ଓ କୀର୍ତ୍ତି ରଖିବା ସଙ୍ଗେ ସଙ୍ଗେ ରାଜ୍ୟ ତଥା ଦେଶର ଖ୍ୟାତି ରଖିବା ପାଇଁ ଉସ୍ଛାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୁକ୍ତ ୨ର ମୁଖ୍ୟ କିରାଣୀ ଲଛ୍ମନ ପାଣ୍ଡେ ଏବଂ କିରାଣୀ ଦିବ୍ୟଶଙ୍କର ନାୟକ, ରିଟେଲ ପ୍ରଶିକ୍ଷକ ସମରେନ୍ଦ୍ର ବୈଦ୍ୟ, ଯୁକ୍ତ ୩ ର କିରାଣୀ ପ୍ରବୀର ନାୟକ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault