ବରଗଡ :- ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର 2022 ରେ ପଦ୍ମପୁର ଉପନିର୍ବାଚନ ସମୟରେ ଘୋଷଣା କରିଥିବା ପଦ୍ମପୁର ଅଞ୍ଚଳର ସବୁଠାରୁ ବଡ଼ ଦାବି ( ପଦ୍ମପୁର କୁ ଏକ ସ୍ୱତନ୍ତ୍ର ଜିଲ୍ଲ ର ମନ୍ୟତା ପ୍ରଦାନ ) ପୂରଣ ହେବାକୁ ଯାଉଥିବା ଜଣା ପଡୁଛି । କାରଣ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନ ଶ୍ରୀ ସୁରେଶ ଚନ୍ଦ୍ର ଦଳେଇ ଙ୍କର ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଆଜି ପଦ୍ମପୁର ରେ ଜିଲ୍ଲାପାଳ ଙ୍କର ଅଫିସ ପାଇଁ ସ୍ଥାନ ନିରୂପଣ ପାଇଁ ଆସି ତିନି ଗୋଟି ସ୍ଥାନ ଦେଖିଥିଲେ । ଆର ଡି ସି ଙ୍କର ଏହିସ୍ଥାନ ନିରୂପଣ ପଦ୍ମପୁର ଏକ ନୂଆ ଜିଲ୍ଲା ହେବାର , ପଦ୍ମପୁର ବାସୀ ଙ୍କର ବିଶ୍ୱାସ କୁ ଦୃଢ଼ୀଭୂତ କରିଛି ।
ପଦ୍ମପୁର ରେ ସ୍ଥାନ ନିରୂପଣ ସରିବା ପରେ ଆର ଡି ସି ଶ୍ରୀ ଦଳେଇ , ରାଜ୍ୟ ସରକାର ଙ୍କର ଦ୍ୱାର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସର ରେ ଜାରି ରହିଥିବା , ବିକାଶ ମୂଳକ କାର୍ୟ୍ଯ ର ତଦାରଖ କରିବା ପାଇଁ ପହଞ୍ଚି ଥିଲେ । ମହାପ୍ରଭୁଙ୍କ ମନ୍ଦିର କୁ ପହଁଚିବା ପରେ ଆର ଡି ସି ପ୍ରଥମେ ମହାପ୍ରଭୁ ମାର୍ଜର କେଶରୀ ଙ୍କର ଦର୍ଶନ କରିଥିଲେ । ଏହାପରେ ନିର୍ମାଣାଧୀନ ପ୍ରକଳ୍ପ ଗୁଡିକ ବୁଲି ଦେଖିବା ସହିତ , ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ନିର୍ଦେଶ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ଏକ ମାସ ମଧ୍ୟରେ ଆର ଡି ସି ଙ୍କର ଏହା ନୃସିଂହନାଥ କୁ ତୃତୀୟ ଗସ୍ତ । ଆର ଡି ସି ଙ୍କର ଏହି ଗସ୍ତ ସମୟରେ ପୁର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅରୁଣ ପାଣ୍ଡେ ,ପଦ୍ମପୁର ଉପଜିଲ୍ଲାପାଳ , ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକବିଡ଼ିଓ ଶ୍ରୀ ପ୍ରଫୁଲ କୁମାର ଅଦୁ , କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ପଦ୍ମପୁରରେ ଜିଲ୍ଲାପାଳଙ୍କଙ୍କର ଅଫିସ ପାଇଁ ସ୍ଥାନ ନିରୂପଣ ପରେ ନୃସିଂହନାଥରେ ଆରଡିସି
- Hits: 357








