ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ତିତୀୟ ଦିବସ ଅଧକ୍ଷ ଡ଼ଃ ଲଳିତେନ୍ଦୁ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଦିବସରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଛାତ୍ରଛାତ୍ରୀମାନଙ୍କ ର ରଙ୍ଗୋଲି ପ୍ରତିଯୋଗିତା ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ଦୁଇ ଆଉ ତିନିର ବିଭିନ୍ନ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହା ପରେ ପରେ ଏକ ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ ହୋଇଥିଲା।ଏବଂ ୨୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ମହାବିଦ୍ୟାୟ ର ଅଧ୍ୟାପକ ଶ୍ରୀ ଖଗେଶ୍ବର ଦାସ, ଶ୍ରୀ ସଞ୍ଜୟ ଟିଗା, ଶ୍ରୀ ଖୁଦିରାମ ପାତ୍ର , ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ପ୍ରମୋଦ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଛାତ୍ର ଛାତ୍ରୀ ରକ୍ଦାନ କରିଥିଲେ । ଏହି କାର୍ଯକ୍ରମରେ ମହାବିଦ୍ୟାଳୟର ଶ୍ରୀ ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠି, ଶ୍ରୀ ସନ୍ତୋଷ କୁମାର ମିଶ୍ର, ମୋନାଲିସା ସ୍ୱାଇଁ, ଶ୍ରୀମତୀ ବୁନୀ ସାହୁ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀ ସଞ୍ଜୟ ଟିଗା, ଶ୍ରୀ ପ୍ରଶାନ୍ତ କୁମାର ସିଦାର, ଓମ୍ ପ୍ରକାଶ ସତ୍ନାମୀ, ଦେବାଶିଷ ସାହୁ, ଲଲାଟେନ୍ଦୁ ପ୍ରଧାନ, ସସ୍ମିତା ମେହେର, ପଦ୍ମିନୀ ଦୋରା , ଚନ୍ଦ୍ରକାନ୍ତ ସୁନା, ଶ୍ରୀ ମିଥୁନ ମେହେର ଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ। ଏହି ଦିବସରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।
ରାଜ୍ୟ
ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀ ର ତୃତୀୟ ଦିବସ : ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ୍ ସଂଗୃହୀତ
- Hits: 490







