ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠ ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ବିଦାୟ କାଳୀନ ସଭା ପ୍ରାଧ୍ୟାପକ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଅଛି। ବିଦାୟୀ ପ୍ରଧ୍ୟାପକ ଡ଼ଃ ଲଳିତେନ୍ଦୁ ନାୟକଙ୍କୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ବିଦାୟ କାଳୀନ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଉକ୍ତ ସଭାରେ ମହାବିଦ୍ୟାୟର ଡ଼ଃ ବିରଞ୍ଚି ସାହୁ, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଶ୍ରୀ ନବ କୃଷ୍ଣ ମିଶ୍ର , ଡ଼ଃ.ତୁଷାରକାନ୍ତ ସାହୁ , ଡ଼ଃ ସରୋଜ ନାଏକ ଙ୍କ ସମେତ ସମସ୍ତ ଅଧ୍ୟାପକ- ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସମସ୍ତ କାର୍ଯକ୍ରମ କୁ ଷ୍ଟାଫ ଆସୋସିଏସନ୍ ସେକ୍ରେଟାରୀ ପ୍ରମୋଦ କୁମାର ତ୍ରିପାଠୀ ସଂଯୋଜନା କରିଥିଲେ। ଶେଷରେ ସହ ସମ୍ପାଦକ ପ୍ରଶାନ୍ତ ସିଦାର ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଅଞ୍ଚଳ ମହାବିଦ୍ୟାଳୟ ରେ ଅଧକ୍ଷଙ୍କ ବିଦାୟ ସମ୍ୱର୍ଦ୍ଧନା
- Hits: 570







