ହେଡଲାଇନସ୍:

ରଘୁନାଥପୁର ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୩୦.୧୧.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଶ୍ରୀମତି ପାରୁଲ ପଟାୱରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଶିବିର ଆୟୋଜନ କରାଯାଉଅଛି। ଏହି ଅଭିଯାନ ଅନ୍ତର୍ଗତ ଆଜି ରଘୁନାଥପୁର ବ୍ଳକର ପି ସି ବିଦ୍ୟାମନ୍ଦିର ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ର ମିଳିତ ଆନୁକୁଲ୍ୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ 195 ଜଣ ବ୍ୟକ୍ତି ପଞ୍ଜୀକରଣ କରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଶ୍ରୀ କ୍ଷେତ୍ରବାସୀ ଦାଶ ଙ୍କ ତତ୍ତ୍ଵାବଧାନ ରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଓ କଟକ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ର ବରିଷ୍ଠ ଏବଂ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ସେମାନଙ୍କ ର ବିଭିନ୍ନ ପରୀକ୍ଷା କରାଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅସ୍ଥି ଶଲ୍ୟ ବର୍ଗ ରେ 84 ଜଣ, ଚକ୍ଷୁ ବର୍ଗରେ 27 ଜଣ,କର୍ଣ୍ଣ, ନାସା ଓ ଗଳାରେ 15 ଜଣ ,ମାନସିକ ଅନଗ୍ରସର ବର୍ଗ ରେ 32ଜଣ, ଏହିପରି ମୋଟ158 ଜଣ ଙ୍କୁ ଭିନ୍ନକ୍ଷମ ଭାବେ ଚିହ୍ନଟ କରାଯାଇଥିଲା। କର୍ଣ୍ଣ ବର୍ଗର 10ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା। 29 ଜଣ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିଲା ଏବଂ 8 ଜଣଙ୍କୁ ବିଭିନ୍ନ କାରଣ ଯୋଗୁ ନାକଚ କରାଯାଇଥିଲା। ଅନୁଷ୍ଠିତ ଏହି ଶିବିରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ବେହେରା ,ଉପାଧ୍ୟକ୍ଷ ଶ୍ରୀ ଦେବାଶିଷ ତ୍ରିପାଠୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀମତୀ ନମିତା ବାରିକ, ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ସୁଶ୍ରୀ ଜ୍ଞାନଦା , ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ କାଜଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରୋଗ୍ରାମ ଆସିସ୍ଟାଣ୍ଟ ଶ୍ରୀମତୀ ସ୍ମୃତିରେଖା ସ୍ବାଇଁ ଓ କ୍ୟାଶିୟର ଭଵେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଶିବିର ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକ ରେ ଅନୁଷ୍ଠିତ ହେବ। ଆସନ୍ତା ତା 02. 12. 23ରିଖ ରେଏହି ଶିବିର ବାଲିକୁଦା ବ୍ଲକର ଆମ୍ବଶାଳ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ।

0
0
0
s2sdefault