ହେଡଲାଇନସ୍:

ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ( ଗୁରୁବାର ଦିନ )ଅନୁଷ୍ଠିତ ହୋଯାଇଛି।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ପରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଏକ ଦିନିକିଆ କାର୍ମଶାଳା ଅନୁଷ୍ଠିତ ହୋଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ , ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଶ୍ରୀ ରବିନରଣ ବେହେରା , ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ ବରା , ଡ଼ା.ସନ୍ଧ୍ୟା ରାଣୀ ସାହୁ , ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟ ପାରଳାଖେମୁଣ୍ଡି ,ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ.ସୁନୀତା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରି ସଚେତନତା କରାଯାଇଥିଲା।
ଏହି ଅବସରରେ ମିଶନ ଶକ୍ତି ବିଭାଗସ୍ଥ ଓଡ଼ିଶା ଜୀବିକା ମିଶନ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କର ଏକ ବିସ୍ତୃତ ସମୂହ ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ ଦିଗରେ ଓଡ଼ିଶା ଜୀବିକା ମିଶନ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି କିନ୍ତୁ ଜଣେ ମହିଳା କୁ ଆମେ ସମ୍ପୂର୍ଣ ସଶକ୍ତ କହିପାରିବା ଯେବେ ସେ ନିଜର ସାମ୍ବିଧାନିକ ଅଧିକାର ଏବଂ ବିଭିନ୍ନ ସୁରକ୍ଷା ଆଇନ ବିଷୟରେ ଅବଗତ ହୋଇ ଏକ ଅନ୍ୟାୟ ଏବଂ ହିଂସା ମୁକ୍ତ ଜୀବନ ବଞ୍ଚି ପାରିବ। ଏଣୁ ଜାତୀୟ ସ୍ତରରେ ନଭେମ୍ବର ମାସ ୨୫ ତାରିଖ ଠାରୁ ଲିଙ୍ଗ ଆଧାରିତ ହିଂସା ର ପାରିସମପ୍ତି ନିମନ୍ତେ ଏକ ଅଭିଯାନ ( ନୂଆ ଚେତନା , ପରିବର୍ତ୍ତନର ଆରମ୍ଭ) ନାମରେ ଶୁଭାରମ୍ଭ ହୋଇଛି ଏହି ଅଭିଯାନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ଜିଲ୍ଲାର ସମସ୍ତ ବ୍ଲକ , ପଞ୍ଚାୟତ ମହାସଂଘ , ଆଞ୍ଚଳିକ ମଞ୍ଚ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ପର୍ଯ୍ୟନ୍ତ କିପରି ଏହି ଅଭିଯାନ କୁ ପହଞ୍ଚାଇ ପାରିବା ତାହା ଆମ ସମସ୍ତଙ୍କ ଦାୟିତ୍ଵ। ଏଥି ସହିତ ସମାଜରେ ମହିଳା ମାନଙ୍କ ଉପରେ ବଢୁଥିବା ହିଂସା , ବିରୁଦ୍ଧରେ ଉଚିତ୍ ପଦକ୍ଷେପ ନେବା ଏବଂ ସେମାନଙ୍କୁ ବିଭିନ୍ନ ସୁରକ୍ଷା ଆଇନ୍ ଓ ଅଧିକାର ଦିଗରେ ସଚେତନ କରିବା ନିମନ୍ତେ Gender Intervention program / ସ୍ୱୟଂ କାର୍ଯ୍ୟକ୍ରମ ପିସିଆଇ ଅନୁଷ୍ଠାନ ର ବୈଷୟିକ ସହାୟତା ରେ ଗଜପତି ଜିଲ୍ଲା ର ୪ଟି ବ୍ଲକ ଯଥା ଗୁମ୍ମା , ରାୟଗଡ଼ , ନୂଆଗଡ ଏବଂ ରା.ଉଦୟଗିରି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରାଯାଉଛି।
ଏହି କାର୍ଯକ୍ରମ ମଧ୍ୟମରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ଵାରା ଗ୍ରାମୀଣ ମହିଳା ପରାମର୍ଶ କେନ୍ଦ୍ର ବା ପ୍ରେରଣା କେନ୍ଦ୍ରମାନ ଗଠନ କରାଯାଇଛି , ଯାହାକି ଜଣେ ତାଲିମ ପ୍ରାପ୍ତ ପରାମର୍ଶଦାତ୍ରୀ (Gender CRP) ଙ୍କ ଦ୍ଵାରା ପରିଚାଳିତ ହେଉଛି। ସେହି ପଞ୍ଚାୟତ ର ମହିଳା ମାନଙ୍କୁ ପ୍ରେରଣା କେନ୍ଦ୍ର ରେ ବିଭିନ୍ନ ପ୍ରକାରର ହିଂସା ରୁ ସୁରକ୍ଷା ପାଇବା ନିମନ୍ତେ ଉପାୟ ଏବଂ ସରକାରୀ ଯୋଜନା ସମ୍ବନ୍ଧ ରେ ପରାମର୍ଶ ଯୋଗାଇ ଦିଆଯାଉଛି। ସାପ୍ତାହିକ ୨ ଦିନ ଏବଂ ଅନ୍ୟ ଦିନରେ ଟେଲିଫୋନ ଯୋଗେ ପ୍ରେରଣା କେନ୍ଦ୍ର ସହିତ ମହିଳା ମାନେ ଯୋଗ ଯୋଗ କରିଥାନ୍ତି। ସ୍ୱ-ଶିକ୍ଷା କାର୍ଯକ୍ରମ ମାଧ୍ୟମରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୪ ଗୋଟି ପରିମାପର ୧୩ ଗୋଟି ବିଷୟ ଉପରେ ତାଲିମ ଯୋଗାଇ ଦିଆଯାଉଛି।
ଏହି କାର୍ଯ୍ୟକ୍ରମରେ ଓଏଲ୍ଏମର ଶ୍ରୀମତୀ ଶିବାନୀ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault