ହେଡଲାଇନସ୍:

ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କଲେ ଆରଡିସି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ରାଜ୍ୟ ସରକାର ଙ୍କର ଦ୍ୱାରା ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କଲେ ସମ୍ବଲପୁର ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳେଇ । ମନ୍ଦିର କୁ ପହଁଚିବା ପରେ ମନ୍ଦିର ର ପରିସରରେ ନିର୍ମାଣ ହେଉଥିବା ବିଭିନ୍ନ ନିର୍ମାଣ କାର୍ୟ୍ଯ ବୁଲି ଦେଖିବା ସହିତ କାର୍ଯ୍ୟ ର ଅଗ୍ରଗତି ନେଇ ସମୀକ୍ଷା କରିଥିକେ ଆର ଡ଼ି ସି । ଏହା ସହିତ ମନ୍ଦିରର ଭଣ୍ଡାର ଗୃହ ଭଙ୍ଗା ଯିବ ନା ନାହିଁ ଏହି ବିଷୟ ଉପରେ ଆରଡିସି କହିଥିଲେ ଯେ ଏ ପର୍ଯ୍ୟନ୍ତ ଏବିଷୟ ନେଇ ଆଗକୁ ମନ୍ଦିରର କାର୍ଯ୍ୟକର୍ତ୍ତା ଓ ପୂଜକ ମାନଙ୍କ ସହ ଏହି ବିଷୟରେ ଆଲୋଚନା କରାଯିବ ତାପରେ ଯାଇ ଭଣ୍ଡାର ଗୃହ ଭଙ୍ଗା ଯିବ କି ନାହିଁ ତାର ନିଷ୍ପତି ନିଆଯିବ , ଅନ୍ୟ ସବୁ କାମ ଠିକ୍ ଭାବରେ ଚାଲିଛି ଏବଂ ଡିସେମ୍ବର ମାସ ସୁଦ୍ଧା ସମସ୍ତ କାମ ସମ୍ପୂର୍ଣ ହବ ବୋଲି ସମ୍ବଲପୁର ଆରଡିସି ଶ୍ରୀ ଦଳେଇ ସୂଚନା ଦେଇଥିଲେ । ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ PWD ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଆଲୋକ ନାୟକ , ପାଇକମାଳ ବିଡିଓ ତତ୍ଗ ଶ୍ରୀ ଷ୍ଟି ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ଶ୍ରୀ ପ୍ରଫୁଲ୍ଲ କୁମାର ଓଦୁ, ତହସିଲଦାର ସିନ୍ଧୁସୂତା ପାତ୍ର , ଏବିଡ଼ିଓ ଶ୍ରୀ ଦେବାଶିଷ ସିହ୍ନା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

0
0
0
s2sdefault