ହେଡଲାଇନସ୍:

ବିଶ୍ୱସ୍ତରରେ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାର ଅନନ୍ୟ ପ୍ରୟାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଡିଏଲ୍ଏଫ୍ ଓ ବିଏଲ୍ଏଫ୍ ନେତାଙ୍କ ମିଶନ ଶକ୍ତି ପ୍ରତିନିଧି ଦଳ ଦୁବାଇ ଗସ୍ତରେ

  •  ଓଡ଼ିଶାର ମହିଳା ଉଦ୍ୟୋଗୀମାନେ ହେବେ ବିଶ୍ଵସ୍ତରରେ ପରିଚିତ

  •  ଶିଖିଲେ ବିଶ୍ଵସ୍ତରରେ ଜ୍ଞାନକୌଶଳ ଓ ଅଭିନବ ବ୍ୟବସାୟ ମଡେଲ

ଭୁବନେଶ୍ୱର: ଓଡ଼ିଶାର ପରିବର୍ତ୍ତନ ସ୍ବରର ଏକ ପ୍ରମୁଖ ଦିଗ ହେଲା ମହିଳା ସଶକ୍ତିକରଣ । ଓଡ଼ିଶାର ସାମାଜିକ ଓ ଆଞ୍ଚଳିକ ରୂପାନ୍ତରଣରେ ମହିଳାମାନଙ୍କ ଭୂମିକାକୁ ହୃଦୟଙ୍ଗମ କରି ଓଡ଼ିଶା ସରକାର ମହିଳା କେନ୍ଦ୍ରୀୟ ନୀତି ଓ କାର୍ଯ୍ୟକ୍ରମ କୁ ଗୁରୁତ୍ବ ଦେଇ ଆସିଛନ୍ତି । ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଏବଂ ଦକ୍ଷତା ମାଧ୍ୟମରେ ସଶକ୍ତ କରିବା ସହ ଜୀବିକାକୁ ପ୍ରୋତ୍ସାହନ ଓ ଅନନ୍ୟ ସରକାରୀ ଅଭିନବ କାର୍ଯ୍ୟଶୈଳୀ ମାଧ୍ୟମରେ ବିଭିନ୍ନ ସୁଯୋଗ ସୃଷ୍ଟି କରାଯାଉଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ମହିଳା ସଶକ୍ତିକରଣରେ ଆଉ ଏକ ପାଦ ଆଗେଇ ସ୍ବୟଂ ସହାୟକ ଗୋଷ୍ଠୀ କୁ ମହିଳା ଉଦ୍ୟୋଗରେ (SHG ରୁ SME) ପରିଣିତ କରାଯାଇଛି ।
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଆନୁକୁଲ୍ୟରେ ମିଶନ ଶକ୍ତିର ସଫଳତାକୁ ପ୍ରଦର୍ଶିତ କରିବା ଏବଂ ଏହାର ଉଦ୍ୟୋଗୀମାନଙ୍କୁ ବିଶ୍ଵସ୍ତରରେ ପରିଚୟ ଦେବା ପ୍ରୟାସରେ ଓଡ଼ିଶା ସରକାର ସ୍ବୟଂ ସହାୟକ ଗୋଷ୍ଠୀର ଉଦ୍ୟୋଗୀମାନଙ୍କୁ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନର ସୁଯୋଗ ଯୋଗାଇ ଦେଇଛନ୍ତି ।
ଚଳିତ ମାସ ୧୫ ତାରିଖରେ, ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବରଗଡ଼, ବୌଦ୍ଧ, କଟକ, ଦେଓଗଡ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର,କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ ଆଦିରୁ ପ୍ରତିନିଧିତ୍ବ କରୁଥିବା ୩୬ ଡିଏଲ୍ଏଫ୍ ଓ ବିଏଲ୍ଏଫ୍ ଉଦ୍ୟୋଗୀ ମାନଙ୍କୁ ଭୁବନେଶ୍ବରସ୍ଥିତ ମିଶନ ଶକ୍ତି ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ମିଶନ ଶକ୍ତି ଭବନରେ ଏହି ପ୍ରତିନିଧିମଣ୍ଡଳୀଙ୍କୁ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା. ଆର କାର୍ତ୍ତିକେୟନ୍ ସ୍ଵାଗତ ଜଣେଇଥିଲେ । ଏହି ସମ୍ବର୍ଦ୍ଧନାର ପୂର୍ବଦିନ ହିଁ ଏହି ପ୍ରତିନିଧି ଟିମ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଓ ସମ୍ମାନୀୟା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କୁ ନବୀନ ନିବାସରେ ସାକ୍ଷାତ କରିବାର ଅନନ୍ୟ ସୁଯୋଗ ମଧ୍ୟ ପାଇଥିଲେ ।
ମିଶନ ଶକ୍ତି ବିଏଲଏଫର ମୁଖ୍ୟମାନେ ଚଳିତ ମାସ 15ରୁ 17 ତାରିଖ ପର୍ୟ୍ୟନ୍ତ ତିନି ଦିନିଆ ଏକ୍ସପୋଜର ଗସ୍ତରେ ଦୁବାଇ ଯାଇଥିଲେ। ଓଡିଶାରୁ ପ୍ରଥମ ବିମାନ ଯୋଗେ ଜିଲ୍ଲା ମହାସଙ୍ଘର ନେତୃବୃନ୍ଦଙ୍କ ଦୁବାଇ ଓ ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ସଫଳ ହୋଇଥିଲା । ଏହି ଦୁବାଇ ଗସ୍ତ କେବଳ ସାଂସ୍କୃତିକ ବିନିମୟ ନୁହେଁ ବରଂ ମୂଲ୍ୟବାନ ଶିକ୍ଷଣୀୟ ଅନୁଭୂତିର ମଧ୍ୟ ପ୍ରତିଶ୍ରୁତି ବହନ କରିଛି । ଏହି ପ୍ରତିନିଧିମାନେ ଅନ୍ତର୍ଜାତୀୟ ଶ୍ରେଷ୍ଠ ଅଭ୍ୟାସ, ବିଶ୍ଵସ୍ତରରେ ନେତାମାନଙ୍କ ସହିତ ଆଲୋଚନା ଏବଂ ଅଭିନବ ବ୍ୟବସାୟିକ ମଡେଲର ଅନ୍ୱେଷଣ କରିବାର ସୁଯୋଗ ପାଇଥିଲେ। ଦୁବାଇରେ ବିବିଧ ବଜାର ଏବଂ ଉଦ୍ୟୋଗୀ ପରିଦର୍ଶନ ନିଃସନ୍ଦେହେ ସେମାନଙ୍କ ଦୃଷ୍ଟିକୋଣକୁ ବ୍ୟାପକ କରିବା ସହ ମହିଳା ଏସଚଜି ବ୍ୟବସାୟ ମଡେଲ ଏବଂ ରଣନୀତି ଉପରେ ଗଭୀର ପ୍ରଭାବ ପକେଇବ ବୋଲି ଆଶା ପୋଷଣ କରାଯାଉଛି ।
ଏହି ଗସ୍ତ ସମ୍ପର୍କରେ ନୟାଗଡ଼ ବିଏଲ୍ଏଫ୍ ସଭାପତି ମୀନା କୁମାରୀ ସ୍ୱାଇଁ କହିଛନ୍ତି ଯେ, ଦୁବାଇ ଯିବାର ସୁଯୋଗ ଦେଇଥିବାରୁ ଆମେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ। ଦୁବାଇ ଗସ୍ତ କରିବା ଆମ ପାଇଁ ଏକ ସମୃଦ୍ଧ ଅନୁଭୂତି ଥିଲା ଏବଂ ଆମେ ହାସଲ କରିଥିବା ଅମୂଲ୍ୟ ଅନୁଭୂତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ।
ପ୍ରତିନିଧି ମଣ୍ଡଳୀଙ୍କ ପାଇଁ ଏହି ଗସ୍ତ ଏକ ସମୃଦ୍ଧ ଅଭିଜ୍ଞତା ପ୍ରଦାନ କରିଛି। ଏହି ଅନନ୍ୟ ସୁଯୋଗ ସରକାରଙ୍କ ନିରନ୍ତର ଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି କରିବାର ସ୍ବପ୍ନ ସହିତ ଜଡ଼ିତ । ମିଶନ ଶକ୍ତି ଉଦ୍ୟୋଗୀମାନଙ୍କର ନୂତନ ଜ୍ଞାନ ଏବଂ କୌଶଳ ମହିଳା ଉଦ୍ୟୋଗୀମାନଙ୍କୁ ଆହୁରି ସଶକ୍ତ କରିବା ସହ ସ୍ବୟଂ ସହାୟକ ଗୋଷ୍ଠୀ ରୁ ମହିଳା ଉଦ୍ୟୋଗୀ (SHGsରୁ SMEs) ର ରୂପାନ୍ତରଣ ସ୍ବପ୍ନ କୁ ମଧ୍ୟ ପୂରଣ କରିବ ।

0
0
0
s2sdefault