ହେଡଲାଇନସ୍:

ମୈତ୍ରୀ ଇନ୍ଫ୍ରା ଦ୍ୱାରା ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ସ୍ଥିଥ ତ୍ରିନାଥ ଦେବ ଉଛ ବିଦ୍ୟାଳୟ ଠାରେ ମୈତ୍ରୀ ଇନ୍ଫ୍ରା ମାଇନିଂ ଏଲଟିଡି ଚ୍ୟାର୍ମେନ ଶ୍ରୀ ଶ୍ରୀନିବାସ ରାଓଙ୍କ ଦତ୍ତ୍ୱବୋଧନରେ ମୈତ୍ରୀ CSR ର ଆନୁକୂଲ୍ୟରେ ଛାତ୍ର ଛାତ୍ରୀଙ୍କୁ ଟେବୁଲ, ଚ୍ୟାର, ଆଲୋମାରୀ, କ୍ରିକେଟ ସାମଗ୍ରୀ, ଭଲି ବୋଲ, ନେଟ, ଜୋତା, କ୍ରୀଡା ପୋଷାକ, ଟପି ଭଳି ବିଭିନ୍ନ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମ ରେ ମୈତ୍ରୀ କମ୍ପାନୀ ଦ୍ୱାରା ପିଲାଙ୍କ ପାଇଁ କ୍ରୀଡା ବ୍ୟତୀତ ଆବଶ୍ୟକହେଲେ ପାଠ୍ୟ ପୁସ୍ତକ ମଧ୍ୟ ଯୋଗାଇ ଦିଅ ଯିବ ଯାହା ଫଳରେ ଛାତ୍ର ଛାତ୍ରୀ ଭବିଷ୍ୟତ ରେ ପାଠ ପଢା ସହ କ୍ରୀଡା କ୍ଷେତ୍ରରେ ମଧ୍ୟ ଆକୃଷ୍ଟ ହେବେ ଓ ଶ୍ରେଷ୍ଠ ପ୍ରଦର୍ଶନ କରିବେ ଏବଂ ଶୃଙ୍ଖଳିତ ଓ ସ୍ୱାଵିଲୋମ୍ବି ହେବେ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ମୈତ୍ରୀ କମ୍ପାନୀ କର୍ତ୍ତୃପକ୍ଷ ଉତ୍ସାହିତ କରିଥିବା ସହ
ଛାତ୍ର ଛାତ୍ରୀଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମ ରେ ମୈତ୍ରୀ ପକ୍ଷରୁ ବିଏନ ସିଂ, କଳିଙ୍ଗ କୁମାର ଧୀର, ରାଜେଶ ବିଶ୍ୱାଳ ନିହାର ରଞ୍ଜନ ସ୍ୱାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ବିକେ ଜେନା ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

0
0
0
s2sdefault