ହେଡଲାଇନସ୍:

୨ୟ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଚୟନ କାର୍ଯ୍ୟ କ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ତା -୧୧ .୧୧.୨୦୨୩ ସୁମନ୍ତ କୁମାର ଦାସ: ସାରା ଭାରତ ଶିକ୍ଷା ବଂଚାଅ କମିଟି ଜଗତସିଂହପୁର ଜିଲ୍ଲା ଶାଖା ଉଦ୍ୟୋଗରେ ଆଜି ତା ୧୧-୧୧ ୨୦୨୩ ରିଖରେ ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଇପୁରସ୍ଥ ମହେଶ୍ୱର ଉପ୍ରା ସ୍କୁଲରେ ଜିଲ୍ଲା ସ୍ତରୀୟ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠାନର ଉପସଭାପତି ଡଃ ମହମ୍ମଦ ଓସାମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବିରୁପାକ୍ଷ ସେଠୀ କାର୍ଯ୍ୟ କ୍ରମ ଉଦଘାଟନ କରିଛନ୍ତି। ବରିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟ "ସବୁଜ ଦୀପାବଳୀ - ସୁରକ୍ଷିତ ଦୀପାବଳୀ ଓ କନିଷ୍ଠ ବିଭାଗରେ "ଦୀପାବଳିରେ ରଙ୍ଗୋଲି ଚିତ୍ର ରଖାଯାଇଥିଲା ଏବଂ ବରିଷ୍ଠ ବିଭାଗ ବକ୍ତୃତା ପ୍ରତିଯୋଗିତା ପାଇଁ " ସାଇବର ସୁରକ୍ଷା" ଓ କନିଷ୍ଠ ବିଭାଗରେ "ସଡ଼କ ସୁରକ୍ଷା - ଆତ୍ମ ରକ୍ଷା"ବିଷୟ ରଖା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ କମିଟି ସଭ୍ୟ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ସଂଯୁକ୍ତା କୁମାରୀ ବେହେରା, ସର୍ଵ ଶ୍ରୀ ନିମାଇଁ ଚରଣ ସାହୁ, ରାଜେଶ କୁମାର ଖଟୁଆ, ପ୍ରଶାନ୍ତ କୁମାର ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ। ଆସନ୍ତା ୧୪ ତାରିଖ ଦିନ ଶିକ୍ଷା ବଂଚାଅ ସେମିନାର ଓ କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯିବ। ବହୁ ସଂଖ୍ୟା ରେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବି ସାମିଲ ହେବାକୁ ଜିଲ୍ଲା କମିଟି ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଲେଙ୍କା ଓ ସଂପାଦକ ଶ୍ରୀ ଯୁକ୍ତ ଦୀପକ କୁମାର ମହାନ୍ତି ନିବେଦନ କରିଛନ୍ତି।

0
0
0
s2sdefault