ବିଜେଡି ବିଧାୟକ ବିକ୍ରମଙ୍କ ଅଭିଯୋଗର ପାଲଟା ଜବାବ ଦେଲେ ସୁଜିତ
ବାହାର ଦଳରୁ ଆମଦାନୀ ହୋଇଥିବା ଆଜିର ବିଜେଡି ନେତାମାନେ ବିଜେଡିର ନେତା ବିଜେଡିର କ୍ରୀତଦାସ’
ଭୁବନେଶ୍ୱର : "ବିଜେଡି କହୁଛି ନୂଆ ନେତା ସୃଷ୍ଟି କରିପାରୁ ନାହିଁ ବିଜେପି | ଲଜ୍ଜା ଓ ସରମ ଥିଲେ ବିଜେଡିର ନେତାମାନେ ଏଭଳି ମନ୍ତବ୍ୟ ରଖନ୍ତେ ନାହିଁ । ବିଜେଡି ଜାଣିବା ଦରକାର, କଂଗ୍ରେସ ଦଳରୁ ଆମଦାନୀ ହୋଇଥିବା ୫୦ରୁ ଉର୍ଦ୍ଧ୍ୱ ଆଜି ତାଙ୍କ ଦଳର ବିଧାୟକ |" ବୋଲି ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରତି କରିଥିବା ଆକ୍ଷେପର କଡା ଜବାବ ଦେଇ କହିଛନ୍ତି ବିଜେପି ନେତା ସୁଜିତ ଦାସ |
ଆଜି ନିଜ ପ୍ରତିକ୍ରିୟା ରଖି ବିଜେଡ଼ିକୁ ପୁରା ଧୋଇଛନ୍ତି ସୁଜିତ | ସେ କହିଛନ୍ତି ଯେ " ବିଜେଡି ଆମଦାନୀ ନେତାରେ ଭର୍ତ୍ତି | ଅନ୍ୟଦଳ ନେତା ସୃଷ୍ଟି କରିପାରୁନାହାନ୍ତି ବୋଲି କହିଥିବା ବିଜେଡି ପ୍ରଥମେ ନିଜ ଅଗଣାକୁ ଅନାଉ | ପୂର୍ବତନ ବିରୋଧୀ ଦଳ ନେତା ଭୁପିନ୍ଦର ସିଂହ, ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ଓ ପ୍ରଦୀପ ମାଝୀ, ପୂର୍ବତନ ଯୁବ କଂଗ୍ରେସ ସଭାପତି ରୋହିତ ପୁଜାରୀ, ପୂର୍ବତନ ଜେଡିଏସ୍ ନେତା ଅଶୋକ ଦାସଙ୍କ ପୁଅ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ଓଜିପି ନେତା ସଂଜୟ ଦାସବର୍ମା, ପୂର୍ବତନ କଂଗ୍ରେସ ବିଧାୟକ ନୃସିଂହ ସାହୁ, ନିଧି ସାମଲ, ବ୍ରଜ ପ୍ରଧାନ, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ମାନସ ମଙ୍ଗରାଜ, ପୂର୍ବତନ ଯୁବ କଂଗ୍ରେସ ମୁଖପାତ୍ର ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ, ଯୋଗେଶ ସିଂ, ସଞ୍ଜୀବ ମଲ୍ଲିକ, ଅମର ଶତପଥୀ, ଉତ୍କଳ ପରିଡା, ବିଧାୟକ ଜିତୁ ମିତ୍ର, ସୁଦାମ ମାରାଣ୍ଡି, ମନ୍ତ୍ରୀ ଶାରଦା ନାୟକ, ରୀତା ସାହୁ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର ଇତ୍ୟାଦି ଇତ୍ୟାଦି । ଆହୁରି ଅନେକ ଗଣି ହେଉଛି, ଲେଖିବାକୁ ଇଚ୍ଛା ହେଉନାହିଁ । ବିଜେଡି ଭାଷାରେ ‘ବାହାର ଦଳରୁ ଆମଦାନୀ ହୋଇଥିବା ଏହି ନେତାମାନେ ବିଜେଡିର ତଥାକଥିତ ନେତୃତ୍ୱରେ ଗଣା ହେଉଛନ୍ତି’ ନା ‘ବିଜେଡି ନିଜ ବଳରେ ପରିପୃଷ୍ଟ ଓ ଏହି ନେତାମାନେ କ୍ରୀତଦାସ’ ?" ବୋଲି ପ୍ରଶ୍ନ କରିଛନ୍ତି ସୁଜିତ |








