ହେଡଲାଇନସ୍:

ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ଶିକ୍ଷା ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର: ୧୧.୧୧.୨୦୨୩: ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ର ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦ ଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ ଶିକ୍ଷା ଦିବସ-୨୦୨୩ ଉତ୍ସବ ତଥା "Embracing Innovations" ଉପରେ ଏକ ଆଲୋଚନା ଚକ୍ର ସମ୍ମିଳନୀ ପ୍ରକୋଷ୍ଠ (ସ୍ମାର୍ଟ କ୍ଲାସରୁମ୍) ରେ ପାଳନ ହୋଇଅଛି। ଏହି ଉତ୍ସବ ରେ ମହାବିଦ୍ୟାଳୟର ଅଧକ୍ଷ ଡଃ ଲଳିତେନ୍ଦୁ ନାୟକ ସଭାପତିତ୍ବ କରିଥିଲେ। ଅଞ୍ଚଳ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରୋ. ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ । କାର୍ଯକ୍ରମଟି ଦୀପ ପ୍ରଜ୍ବଳନ ସହିତ ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ସଙ୍ଗୀତ ଦ୍ଵାରା ଆରମ୍ଭ ହୋଇଥିଲା। ପ୍ରଥମେ ବିଭାଗୀୟ ମୁଖ୍ୟ ଡ଼ଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ କରି କାର୍ଯକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ପ୍ରୋ. ସାହୁ ନିଜର ଅଭିଭାଷଣ ରେ ରାଷ୍ଟ୍ର ଗଠନ ଦିଗରେ ଶିକ୍ଷା ର ଭୂମିକା ଉପରେ ଦୃଷ୍ଟି ଆକର୍ଷଣ କରି ଉଦାହରଣ ମାଧ୍ୟମ ରେ ନିଜ ବିଚାର କୁ ଉପସ୍ଥାପନ କରିଥିଲେ। କାର୍ଯକ୍ରମ ର ସଭାପତି ତଥା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ନାୟକ 'ଧାରଣୀୟ ବିକାଶ (Sustainable Development) ଦିଗରେ ଶିକ୍ଷା ର ଭୂମିକା" ଉପରେ ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଇଥିଲେ । ସଭା ଶେଷରେ ବିଭାଗୀୟ ଅଧ୍ୟାପକ ଡ଼ଃ ଭେଙ୍କଟେଶ୍ୱର ମେହେର ଶିକ୍ଷାର୍ଥୀ ଜୀବନରେ ଜ୍ଞାନର ଆହରଣ ସହିତ ତାର ପ୍ରୟୋଗ ହେଉଛି ଶିକ୍ଷା ର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତବ୍ୟ ଦେଇ କାର୍ଯକ୍ରମ ରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାକୁ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ନିମାଇ ସାହୁ ପରିଚାଳନା କରିଥିଲେ। ଏହି ସଭାରେ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା, ଡ଼ଃ ବିରଞ୍ଚି ସାହୁ, ଅଧ୍ୟାପକ ପ୍ରଶାନ୍ତ ସିଦାର, ଡ଼ଃ ପ୍ରଦୀପ କୁମାର ପଣ୍ଡା, ଲଲାଟେନ୍ଦୁ ପ୍ରଧାନ ଏବଂ ଓମ୍ ପ୍ରକାଶ ସତ୍ ନାମୀ ସହ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

0
0
0
s2sdefault