ବିଧାୟକ ପ୍ରତାପ ଜେନା ଙ୍କୁ ଚକ୍ରାନ୍ତ କରି ଫସେଇବାକୁ ବିରୋଧୀ ଙ୍କ ଚକ୍ରାନ୍ତ ଅଭିଯୋଗ
(ମାହାଙ୍ଗା-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଙ୍କ ଆଶୀର୍ବାଦ ଯୋଗୁଁ ବାରମ୍ବାର ବହୁ ସଂଖ୍ୟା ଭୋଟରେ ବିଜୟୀ ହୋଇ ବିଜୁ ଜନତା ଦଳୀୟ ସଂଗଠନ କୁ ମଝବୁତ କରି ଆସୁଛନ୍ତି l ଯାହାକୁ ବିରୋଧୀ ସହ୍ୟ ନକରିପାରି ଭୋକ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ବିଧାୟକ ଶ୍ରୀ ଜେନା ଙ୍କୁ କଳେବଳେ କୌଶଳେ ନାନାପ୍ରକାର କୁଟ ଚକ୍ରାନ୍ତ କରି ଫସେଇବାକୁ ଚେଷ୍ଟା ଚଲାଇଛି ବୋଲି ଜଣାଯାଇଛି l ସୂଚନାଯୋଗ୍ୟ କି ମାହାଙ୍ଗା ବ୍ଲକ ନୁର୍ତ୍ତାଙ୍ଗ ଡବଲ ମର୍ଡର ଘଟଣା ରେ ବିଧାୟକ ଶ୍ରୀ ଜେନା ଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସାଲେପୁର ଜେଏମଏଫସି କୋର୍ଟ ପକ୍ଷରୁ ସମନ ଜାରି କରାଯାଇଥିଲା l ବିଧାୟକ ଶ୍ରୀ ଜେନା ସ୍ୱାସ୍ଥ୍ୟ ଜନିତ ସମସ୍ୟା କାରଣ ଜଣାଇ ଅକ୍ଟୋବର 31 ତାରିଖ ରେ ନିଜ ଓକିଲ ମାଧ୍ୟମରେ ନିଜର ପକ୍ଷ ରଖିଥିଲେ l ନିମ୍ନ ଅଦାଲତ ର ଏହି ଆବେଦନ କୁ ଭିତ୍ତି କରି ଗତ ନଭେମ୍ବର 18 ତାରିଖ ଦିନ ରାୟ ପ୍ରଦାନ ପାଇଁ ଦିନ ଧାର୍ଯ୍ୟ କରିଥିଲେ l ତେବେ ଏହି ଆଦେଶ କୁ ଚାଲେଞ୍ଜ କରି ବିଧାୟକ ଶ୍ରୀ ଜେନା ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଥିଲେ l ଏହି ଘଟଣା ସମ୍ପର୍କ ରେ ଉଚ୍ଚ ନ୍ୟାୟଳୟ ପକ୍ଷରୁ ସାଲେପୁର ଅଦାଲତ ଆଇସିସି କେଶ ନଂ- 11/23 ରେ ହୋଇଥିବା କେଶ ଉପରେ ରହିତାଦେଶ ଜାରି କରିବା ସହ ବିଧାୟକ ଶ୍ରୀ ଜେନା ଙ୍କ ବିରୁଦ୍ଧରେ ଯେପର୍ଯ୍ୟନ୍ତ ସଠିକ ପ୍ରମାଣ ମିଳିନାହିଁ ସେ ପର୍ଯ୍ୟନ୍ତ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାରଣ କରିବା ସହ ଡିସେମ୍ବର ୧୯ରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାଯାଇଛି । ଅର୍ଥାତ ଡିସେମ୍ବର 19 ତାରିଖ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କ ଉପରେ କୌଣସି ଆକ୍ସନ ନିଆଯାଇପାରିବ ନାହିଁ ବୋଲି ବିଧାୟକ ପ୍ରତାପ ଜେନା ଙ୍କ ଓକିଲ ସତ୍ୟଜିତ ମହାପାତ୍ର ପ୍ରକାଶ କରିଛନ୍ତି l ଏପରିକି ବିଧାୟକ ଶ୍ରୀ ଜେନା ଙ୍କ ମାହାଙ୍ଗା ଡବଲ ମର୍ଡର ଘଟଣାରେ କୌଣସି ସମ୍ପୃକ୍ତି ନାହିଁ ତାଙ୍କୁ ରାଜନୈତିକ ଷଡଯନ୍ତ୍ର କରି କେବଳ ବିରୋଧୀ ମାନେ ଫସେଇବାକୁ ଚେଷ୍ଟା କରୁଛନ୍ତି ତାହା କେବେବି ସଫଳ ହେବ ନାହିଁ, ଯୁଗେ ସତ୍ୟର ନ୍ୟାୟ ହେବ ବୋଲି ଆଇନଜୀଵୀ ଏବଂ ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି l ଉଚ୍ଚ ନ୍ୟାୟଳୟ ପକ୍ଷରୁ ବିଧାୟକ ଶ୍ରୀ ଜେନା ଙ୍କୁ ଏହି ଘଟଣା ରେ ଆଶ୍ବସ୍ତି ମିଳିବା ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି l ହଜାର ହଜାର ସଂଖ୍ୟା ରେ ଜନସାଧାରଣ ବିଧାୟକ ପ୍ରତାପ ଜେନାଙ୍କୁ ଆଶୀର୍ବାଦ କରିଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ବିଧାୟକ ପ୍ରତାପ ଜେନା ଆଗେଇ ଆସନ୍ତୁ ତାଙ୍କ ସହିତ ମାହାଙ୍ଗା ବାସୀ ସଦାସର୍ବଦା ଅଛନ୍ତି ଏବଂ ଆଗକୁ ରହି ବିକାଶମୂଳକ କାର୍ଯ୍ୟ ରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି l








