ହେଡଲାଇନସ୍:

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ନିଓନାଟାଲ୍ ରିଶୁସିଟେସନ ପ୍ରୋଗ୍ରାମ ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨/୧୧: ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆଡଭାନ୍ସଡ ନିଓନାଟାଲ ରିଶୁଶିଟେସନ ପ୍ରୋଗ୍ରାମ (ଏନ୍‌ଆର୍‌ପି)ର ବିଭିନ୍ନ ଦିଗ ସମ୍ପର୍କରେ ମଙ୍ଗଳବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଶିଶୁରୋଗ ଏବଂ ନବଜାତ ଶିଶୁରୋଗର ଏକ ବିଶେଷଜ୍ଞ ଟିମ୍ ହସ୍ପିଟାଲ୍‌ର ଡାକ୍ତର ଓ ନର୍ସ ମାନଙ୍କୁ ଏ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।

ହସ୍ପିଟାଲର ଶିଶୁରୋଗ (ପୋଷ୍ଟ ଗ୍ରାଜୁଏଟ) ବିଭାଗ ଓ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ (ଆଇଏପି) ଭୁବନେଶ୍ୱର ଶାଖାର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ମୋଟ ୨୪ ଜଣ ଟ୍ରେନି ଯୋଗ ଦେଇଥିଲେ ।

ରାଜ୍ୟରେ ନବଜାତ ଶିଶୁମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟଜନିତ ସମସ୍ୟା ଓ ମୃତ୍ୟ ସଂଖ୍ୟାକୁ ହ୍ରାସ କରିବା ଲକ୍ଷ୍ୟ ନେଇ ଗୋଲ୍ଡେନ୍ ମୁମେଂଟ ପ୍ରୋଜେକ୍ଟର ଏହା ଅଂଶ ବିଶେଷ ।

ଏହାର ଉଦ୍‌ଘାଟନୀ ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଯୋଗ ଦେଇ ଡାକ୍ତରମାନେ ରୋଗୀମାନଙ୍କୁ କାଉନସେଲିଂ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଡାକ୍ତର ମାନେ ରୋଗୀମାନଙ୍କର କେବଳ ଚିକିତ୍ସା ଓ ଯତ୍ନ ନେବା ନୁହେଁ ବରଂ ସେମାନେ ଯେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ସେ ନେଇ ବୁଝାଇବା ଡାକ୍ତରମାନଙ୍କ କର୍ତବ୍ୟ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଏମ୍ସ ଭୁବଶ୍ୱେରର ଶିଶୁରୋଗ ବିଭାଗର ଆଡିସ୍ନାଲ ପ୍ରଫେସର (ଡାକ୍ତର) ପଙ୍କଜ ମହାନ୍ତି ଲିଡ୍ ଇନ୍‌ଷ୍ଟ୍ରକ୍ଟର ଥିବା ବେଳେ ତାଙ୍କ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ, ନୂଆଦିଲ୍ଲୀ ସ୍ଥିତ ମୌଲାନା ଆଜାଦ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ବିଜୟଲକ୍ଷ୍ମୀ ବେହେରା ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଇଶା ପଣ୍ଡା ଶିକ୍ଷା ଦେଇଥିଲେ ।

ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ପ୍ରଫେସର (ଡାକ୍ତର) ଗୀତାଞ୍ଜଳି ସେଠୀ ଓ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଆସୋସିଏଟ୍ ପ୍ରଫେସର ଡାକ୍ତର ଜେ. ବିକ୍ରାନ୍ତ କୁମାର ପୃଷ୍ଟି କର୍ମଶାଳାରେ ଅବଜରଭର ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିଳେ ।

ଆଇଏପି ଭୁବନେଶ୍ୱର ଶାଖାର ସଭାପତି ଡାକ୍ତର ଆଶୁତୋଷ ମହାପାତ୍ର ଓ ସମ୍ପାଦକ ଡାକ୍ତର ସୁଶୃତ ଦାସ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ପ୍ରଫେସର (ଡାକ୍ତର) ପ୍ରବୋଧ କୁମାର ସାବତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault