ହେଡଲାଇନସ୍:

ଶେରଗଡ଼ ବ୍ଲକ ରେ "ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା" ର ଶୁଭାରମ୍ଭ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶେରଗଡ଼ ତା ୨/୧୦/୨୩ରିଖ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ର ଶେରଗଡ଼ ବ୍ଲକ ରେ" ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା ର ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାମାଭିମୁଖି ଯୋଜନା ଆମ "ଓଡ଼ିଶା ନବୀନ ଓଡ଼ିଶା" ମାଧ୍ୟମରେ ଏକ ସଶକ୍ତ ଓଡ଼ିଶା ଗଠନ ର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଚି ଅଭିଯାନ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପ୍ରତି ପଞ୍ଚାୟତ, ପ୍ରତି ଗାଆଁ ରେ ଓଡ଼ିଶାର ସଂସ୍କୃତିର ମୂଳ ଭିତ୍ତିଭୂମି କୁ ସୁଦୃଢ଼ କରାଯିବା ସହିତ ପ୍ରତି ଗାଆଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳିର ବିକାଶ କରାଯିବ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମି ର ଉନ୍ନତି ପ୍ରତି ଗାଆଁ ର ବିକାଶ ର ଶିଖର ରେ ପହଞ୍ଚାଇବା ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିକୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶା କୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ। ନବୀନ ଓଡ଼ିଶା ର ପରିଚୟ ନେଇ ରାଜ୍ୟର ପ୍ରତି ଗାଆଁ ବିକାଶ ରେ ଆଗକୁ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଫାଇଭ ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଶେରଗଡ଼ ବ୍ଲକରେ "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା ର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଦସ୍ୟା ନିବେଦିତା ପ୍ରଧାନ, ଶେରଗଡ଼ ବିଜେଡି ସଭାପତି ଶ୍ରୀ ଶରତ ଚନ୍ଦ୍ର ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ନେତା ହିନ ବେହେରା, ସମୀର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତ ରଞ୍ଜନ ପାଣିଗ୍ରାହୀ, ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସହ ଲୋକ ପ୍ରତିନିଧି ଯୋଗଦାନ କରିଥିଲେ। ପରିଶେଷରେ ବ୍ଲକ ଅଧ୍ୟକ୍ଷ ଧନ୍ୟବାଦ ଜ୍ଞାପନ କରିଥିଲେ।

0
0
0
s2sdefault