ଭଞ୍ଜମାଟି ଭଞ୍ଜନଗରରୁ {ଉଦୟନାଥ ପଣ୍ଡା }: ଅନେକ ସମୟରେ ଦେଖାଯାଇଛି ଯେ, ରକ୍ଷଣା ବେକ୍ଷଣ ର ଅଭାବ ଯୋଗୁଁ କେତେକ ଯାତ୍ରୀ ବିଶ୍ରାମଗାର ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥାଏ । ସେଠାରେ ଯାତ୍ରୀମାନେ ବସିବା ପାଇଁ ମଧ୍ୟ ଘୃଣା କରନ୍ତି । କେବଳ ବର୍ଷା ଏବଂ ଖରାରୁ ରକ୍ଷା ପାଇବା ପାଇଁ ବାଧ୍ୟହୋଇ ତାହାର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଏହି ଯାତ୍ରୀ ବିଶ୍ରାମଗାରଟି ସହରର ମଧ୍ୟ ଭାଗରେ ଏବଂ ଏନ୍.ଏ.ସି. କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ମିଟର ଦୂର ଲୋହରାଖଣ୍ଡି ବ୍ରିଜ ପାଖରେ ଅବସ୍ଥିତ । ଏଠାରେ ସମସ୍ତ ବସ ଗୁଡ଼ିକ ରହିବା ସହିତ ସହରର ଅନେକ ଯାତ୍ରୀ ଏଠାରେ ଯାତ୍ରା କରିବା ପାଇଁ ଛିଡ଼ା ହୋଇଥାନ୍ତି । ତେଣୁ ଏନ୍.ଏ.ସି. ୩୧.୦୮.୨୦୧୦ ତାରିଖରେ ଗୋଟିଏ ଯାତ୍ରୀ ବିଶ୍ରାମଗାର ପ୍ରସ୍ତୁତ କରିଥିଲା । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବର୍ତ୍ତମାନ ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅଳିଆ ଗଦା ସହିତ ମଦ ବୋତଲ, ପ୍ଳାଷ୍ଟିକ ଗ୍ଲାସ ଏବଂ ସିଗାରେଟ ପଡ଼ିରହିଛି । ମଦୁଆ ବାଲାଙ୍କ ଏହା ଏକ ଭଲ ଆଡ୍ଡା ହୋଇଛି । ରାତ୍ରୀରେ ମଦ ପିଇବାକୁ ମଦୁଆ ଓ ଅସାମାଜିକ ଙ୍କ ପାଇଁ ଏଠାରେ ଭଲ ସୁବିଧା ସୁଯୋଗ ହୋଇଯାଇଛି। ଏନ୍.ଏ.ସି ସଫେଇ କର୍ମଚାରୀ ଏହାକୁ ବହୁତ ଦିନ ହେଲା ସଫା କରିନାହିଁ । ଯାହା ଦ୍ୱାରା ଯାତ୍ରୀ ମାନେ ଏଠାରେ ବସିବାକୁ ଘୃଣା କରୁଛନ୍ତି । ଯାତ୍ରୀମାନଙ୍କ ଅଭିଯୋଗ ରହିଛି ଏହାକୁ ତୁରନ୍ତ ସଫା କରାଯାଉ ।
ରାଜ୍ୟ
ଦୀପତଳ ଅନ୍ଧାରର ରେ ଯାତ୍ରୀ ବିଶ୍ରାମ ଗାର
- Hits: 721








