ହେଡଲାଇନସ୍:

ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଆନୁକୂଲ୍ୟରେ ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଶ୍ଵିନ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ, ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ତଥା ଜୟ ଓଡ଼ିଶା ଦ୍ଵାରା, ୟୁନିଟ୍ ୩ ଠାରେ ପବିତ୍ର ମା ଲକ୍ଷ୍ମୀ ପୂଜା ର ଶୁଭାରମ୍ଭ ହୋଇଛି।ଚଳିତ ବର୍ଷ ଚନ୍ଦ୍ର ଗ୍ରହଣ କାରଣରୁ, ଦିବା ୭ ଟାରୁ କଳସ ଯାତ୍ରା ଆରମ୍ଭ ହୋଇ ଦିନ ୧୧ ଟାରୁ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା।
ତତସହିତ, ଜୟ ଓଡ଼ିଶା ର "ମୋ ଘର ମୋ ଝୋଟି " ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ୭୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦ ଜଣ ପ୍ରତିଯୋଗୀ ପୂଜା ସମୟରେ ମା ଲକ୍ଷ୍ମୀ ଙ୍କ ମଣ୍ଡପ ଆଗରେ ଅତି ସୁନ୍ଦର ଝୋଟି ଆଙ୍କି ଶ୍ରଦ୍ଧାଳୁ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ଦିନରେ ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା।ଏହି ପୂଜା ୨୮ ଅକ୍ଟୋବର ରୁ ୫ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ସହ ପ୍ରତିଦିନ ସନ୍ଧ୍ୟାରେ ଅନେକ ମନୋରଞ୍ଜନ ମୂଳକ ସାସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି।

ମା ଲକ୍ଷ୍ମୀ ଙ୍କ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନିଆରା ଉପାୟରେ ଆରମ୍ଭ କରିବା ଲକ୍ଷ୍ୟରେ, ଆସନ୍ତାକାଲି ୨୯ ଅକ୍ଟୋବର ସନ୍ଧ୍ୟାରେ କେବଳ ଭିନ୍ନକ୍ଷମ ପିଲାମାନଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଓ ଏହା ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା କରାଯାଉଛି।

0
0
0
s2sdefault