ହେଡଲାଇନସ୍:

ଘରୋଇ ବସ୍ ମାଲିକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରନ୍ତୁ ରାଜ୍ୟ ସରକାର: ଦିଲୀପ ମଲ୍ଲିକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ବ୍ୟକ୍ତିଗତ ଓ କମ୍ପାନୀମାନଙ୍କ ସ୍ୱାର୍ଥ ପାଇଁ ଘରୋଇ ବସ୍ମାଲିକଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର

  •  ୨୩ବର୍ଷ ଶାସନରେ ଗମନା ଗମନ ବ୍ୟବସ୍ଥାରେ ରାଜ୍ୟ ସରକାର ବିଫଳ ହୋଇଥିଲା ବେଳେ କେନ୍ଦ୍ର ସରକାର ବିଭିନ୍ନ ଜିଲ୍ଲାକୁ ପ୍ୟାସେଞ୍ଜର ଟ୍ରେନ୍ ଚଳାଇ ଲୋକଙ୍କୁ ସୁବିଧା ପ୍ରଦାନ କରିଛନ୍ତି

  •  ସଂଘ ଭିତରେ ଫାଟ କରି କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର ?

  •  ରାଜ୍ୟ ସରକାରଙ୍କ “ଡିଭାଇଡ୍ ଆଣ୍ଡ ରୁଲ୍” ଆଚରଣ ଓ ବ୍ୟବହାର ଅତ୍ୟନ୍ତ ବିପଦଜନକ

ଭୁବନେଶ୍ୱର, ତା.୨୬/୧୦: ୨୩ବର୍ଷ ଧରି ଶାସନ କରିଥିଲେ ମଧ୍ୟ ଗମନା ଗମନର ସୁବ୍ୟବସ୍ଥା କରିବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି ରାଜ୍ୟ ସରକାର । ମୋଦି ସରକାର ଶାସନକୁ ଆସିବା ପରେ ବିଭିନ୍ନ ଜିଲ୍ଲାକୁ ପ୍ୟାସେଞ୍ଜର ଟ୍ରେନ୍ ଚଳାଇ ଲୋକଙ୍କୁ ସୁବିଧା ପ୍ରଦାନ କରିଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯାତ୍ରୀଙ୍କୁ ଗମନା ଗମନ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ସାମାନ୍ୟ ବସ୍ ସେବା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଅତୀତରେ “ବିଜୁ ଗାଁ ଗାଡି” ଯୋଜନାରେ କୋଟି କୋଟି ଟଙ୍କା ଦୁର୍ନୀତି କରିଥିଲେ ରାଜ୍ୟ ସରକାର । ଏବେ ସେହି ବସ୍ ଗୁଡିକ ଖତ ଖାଇବା ସହ କବାଡିଆଙ୍କୁ ବିକ୍ରି କରାଯାଇଛି । ଏସମସ୍ତ ଘଟଣା ରାଜ୍ୟବାସୀ ଜାଣିଛନ୍ତି ଓ ଦେଖିଛନ୍ତି । ବର୍ତମାନ ରାଜ୍ୟ ସରକାର ବ୍ୟକ୍ତିଗତ ଓ କମ୍ପାନୀମାନଙ୍କ ସ୍ୱାର୍ଥ ପାଇଁ ଘରୋଇ ବସ୍ମାଲିକଙ୍କୁ ଅଣଦେଖା କରୁଛନ୍ତି । ସରକାର ସର୍ବଦା ସଂଘ ତଥା ୟୁନିୟନକୁ ଭାଗ ଭାଗ କରିବାରେ ବ୍ୟସ୍ତ । ସଂଘ ଭିତରେ ଫାଟ କରି କ’ଣ ବାର୍ତା ଦେବାକୁ ଚାହୁଁଛନ୍ତି ରାଜ୍ୟ ସରକାର ? ରାଜ୍ୟ ସରକାରଙ୍କ “ଡିଭାଇଡ୍ ଆଣ୍ଡ ରୁଲ୍” ଆଚରଣ ଓ ବ୍ୟବହାର ଅତ୍ୟନ୍ତ ବିପଦଜନକ । ରାଜ୍ୟ ସରକାର ଏଥିରୁ ନିବୃତ ରୁହନ୍ତୁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।
ରାଜ୍ୟବାସୀଙ୍କୁ ଗମନା ଗମନ ସେବା ଯୋଗାଇ ଆସୁଥିବା ଘରୋଇ ବସ୍ ମାଲିକମାନଙ୍କୁ ରାଜ୍ୟ ସରକାର ଅଣଦେଖା କରିବାରୁ ନିବୃତ ରୁହନ୍ତୁ । ଲୋକଙ୍କ ସ୍ୱାର୍ଥ ପାଇଁ ଏବଂ ଘରୋଇ ବସ୍ର ଅବଦାନକୁ ଆଖି ଆଗରେ ରଖି ଏ ଅଚଳ ଅବସ୍ଥାର ସ୍ଥାୟୀ ସମାଧାନ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

 

0
0
0
s2sdefault