ଯୋଗାଣ ଶୃଙ୍ଖଳାରେ ଏହାର ଉଲ୍ଲେଖନୀୟ ଶକ୍ତି ପରିଚାଳନା ଓ ନିରପତା ଡିଜିଟାଇଜେସନ ପାଇଁ ବେଦାନ୍ତକୁ ପୁରସ୍କାର ପ୍ରଦାନ କରାଯାଇଛି
ଝାରସୁଗୁଡ଼ା, ଓଡ଼ିଶା ୨୬ଅକ୍ଟୋବର,୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଇଣ୍ଡଷ୍ଟ୍ରୀର ଆଇକ୍ୟୁ ନ୍ୟାସନାଲ ଓ ଆଂଚଳିକ ଉତ୍କର୍ଷ ଅଭ୍ୟାସ ପ୍ରତିଯୋଗିତା ତଥା ଶକ୍ତି ପରିଚାଳନାରେ ଉତ୍କର୍ଷତା ଲାଗି ଜାତୀୟ ପୁରସ୍କାରରେ ସମ୍ମାନଜନକ କନଫେଡେରେସନ ଅଫ ଇଣ୍ଡଷ୍ଟ୍ରି ଦ୍ୱାରା ସମ୍ମାନିତ ହୋଇଛି । କମ୍ପାନି ଏହାର ପ୍ରକଳ୍ପ ଯୋଗାଣ ଚେନ ଅପରେସନ ଓ ସେଫ୍ଟି ଡିଜିଟାଇଜେସନ ଅଫ ଇଣ୍ଡଷ୍ଟ୍ରି ପାଇଁ ଦୁଇଟି ସ୍ୱର୍ଣ୍ଣ ପୁରସ୍କାର ଲାଭ କରିଛି ଓ ଧାତୁ, ଶକ୍ତି, ଇଂଜିନିୟରିଂ, କାଗଜ ପରି ବହୁ ଶିଳ୍ପ ସଂସ୍ଥାରେ ଶକ୍ତି ପରିଚାଳନାରେ ଉତ୍କର୍ଷତା ପାଇଁ ଶକ୍ତି ପୁରସ୍କାର ହାସଲ କରିଛି ।
ଶକ୍ତି ଦକ୍ଷତା ବୃଦ୍ଧି ପାଇଁ ୧୦୦% ଗ୍ରାଫିଟାଇଜଡ କ୍ୟାଥୋଡ ପ୍ରୟୋଗ ସହ ବେଦାନ୍ତ ଆଲୁମିନିୟମ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଫଳ ସ୍ୱରୂପ ବାର୍ଷିକ ଶକ୍ତି ସଂଚୟ ୭.୯୩ ନିୟୁତ କିଲୋୱାଟ ହୋଇପାରୁଛି । ଏହା ମଧ୍ୟ କାର୍ଯ୍ୟକୁ ଶକ୍ତି ଯୋଗାଇବା ପାଇଁ ବାୟୋମାସ କୋ-ଫାୟାରିଂ ଗ୍ରହଣ କରିଛି, ବାୟୋମାସ ପେଲେଟ ବ୍ୟବହାର କରି କୋଇଲା ବ୍ୟବହାରକୁ ହ୍ରାସ କରିଛି ।
ବେଦାନ୍ତ ଓଏସଆଇ-ପିଆଇ ମନିଟରିଂ ସିଷ୍ଟମ ନିୟୋଜିତ କରିଛି, ଯାହା ଦକ୍ଷ ଡାଟା ପରିଚାଳନାକୁ ସୁଗମ କରୁଥିବାବେଳେ ବୈଦ୍ୟୁତିକ ଫର୍କଲିଫ୍ଟକୁ ପରିବର୍ତନ କରି ଏହାର କାର୍ବନ ଫୁଟପ୍ରିଂଟକୁ କମାଇଛି । ଏହା ବ୍ୟତୀତ ଯୋଗାଣ ଶୃଙ୍ଖଳାକୁ ଅପ୍ଟିମାଇଜ କରିଛି ମାନୁଆଲ ବ୍ୟବହାରକୁ କମ ୭୫% କମ କରିଛି । ଏମଆଇ/ଏମଏଲ ଆଧାରିତ ଭିଡିଓ ଆନାଲିଟିକ୍ସ ସହ ନିରାପତା ଅନୁପାଳନକୁ ଉନ୍ନତ କରିଛି ଓ ଭର୍ଚୁଆଲ ରିୟଲିଟି ସମାଧାନ କରିପାରିଛି ।
ବ୍ୟବସାୟ ଉତ୍କର୍ଷ ପ୍ରତି ବେଦାନ୍ତର ଦୃଢ ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ ବ୍ୟବସାୟ ଏହା କହିଛନ୍ତିଯେ ସିଆଇଆଇ ପୁରସ୍କାରରେ ସ୍ୱୀକୃତି ପାଇଥିବାରୁ ଆମେ ଗୌରବାନ୍ୱିତ । ଏହି ପୁରସ୍କାର ଆମର ଯୋଗାଣ ଶୃଙ୍ଖଳାକୁ ଡିଜିଟାଇଜେସନ କରି ଆମର ଶକ୍ତି ଦକ୍ଷତା ଓ ନିରାପତା କାର୍ଯ୍ୟକୁ ବଢାଇବ ଓ ଆମେ ନରନ୍ତର ବ୍ୟବସାୟିକ ଉତ୍କର୍ଷତା ହାସଲ କରିପାରିବୁ । ଉତ୍ପାଦନ ଶିଳ୍ପରେ ଡିଜିଟାଲ ପରିବର୍ତନକୁ କାର୍ଯ୍ୟକାରୀ କରିବା ଲାଗି ଆମେ ଉତ୍ସର୍ଗୀକୃତ ।
ଏହି ସଫଳତା ଏକ ଭିନ୍ନ ଧାରାକୁ ଯୋଡ଼ିଥାଏ ଯାହା ବ୍ୟବସାୟ ଉତ୍କର୍ଷ କ୍ଷେତ୍ରରେ ଅଗ୍ରଣୀ ଉଦ୍ୟମ ପାଇଁ ବେଦାନ୍ତ ବର୍ଷ ବର୍ଷ ଧରି ପାଇ ଆସିଛି । କେତେକ ଉଲ୍ଲେଖନୀୟ ସ୍ୱୀକୃତି :
• ଫ୍ରଷ୍ଟ ଆଣ୍ଡ ସଲିଭାନ ପୁରସ୍କାର ଉତ୍ପାଦନ ସେକ୍ଟରରେ ମେରିଟ ଫର ଆର୍ଟିଫିସିଆଲ ଇଂଟେଲିଜେନସ ପ୍ରମାଣପତ୍ର: ଯୋଜନାବଦ୍ଧ ବ୍ରେକଅପ ନିୟନ୍ତ୍ରଣ କରିବା ପାଇଁ ଯନ୍ତ୍ରପାତିର ସ୍ୱାସ୍ଥ୍ୟ ଉପରେ ରିୟଲ ଟାଇମ ଭବିଷ୍ୟବାଣୀ ଆଲର୍ଟ, ଉପକରଣ ଉପଲବ୍ଧତା ବୃଦ୍ଧି, କମ ଯୋଜନାବଦ୍ଧ ବିପର୍ଯ୍ୟୟ ହେତୁ ଶକ୍ତି ମୂଲ୍ୟ ଅପଟିମାଇଜେସନ ଅନ୍ତର୍ଭୁକ୍ତ ।
• ଯୋଗାଣ ଶୃଙ୍ଖଳା ଅପଟିମାଇଜେସନ ଦିଗରେ ଅଭିନବ ସମାଧାନ ପନ୍ଥା ଲାଗି ବ୍ୟବସାୟ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳା ସି୍ଥରତା ରକ୍ଷା ଓ ପୁରସ୍କାର ୨୦୨୨ ଲାଭ ।
• ଅସାଧାରଣ ସୁରକ୍ଷା ବ୍ୟବସ୍ଥା ଓ ଅଭ୍ୟାସ ପ୍ରଦର୍ଶନ ପାଇଁ ବୃତିଗତ ସ୍ୱାସ୍ଥ୍ୟ ଓ ନିରାପତା ପୁରସ୍କାର ।
• ଟାଇମସ ଗ୍ରୁପ ଦ୍ୱାରା ସ୍ଥାୟୀ ଉତ୍ପାଦ ଉତ୍କର୍ଷ ପୁରସ୍କାର: ବେଦାନ୍ତ ଝାରସୁଗୁଡ଼ା ପରିବେଶ, ସାମାଜିକ ଓ କର୍ପୋରେଟ ଅଭ୍ୟାସ ସହ ସମନ୍ୱିତ ନେଟ ଜିରୋ ହାର୍ମ, ଜିରୋ ଆବର୍ଜନା, ଜିରୋ ଡିସଚାର୍ଜ ଓ ୨୦୫୦ ସୁଦ୍ଧା ଶୂନ୍ୟ କାର୍ବନ ନିର୍ଗମନ ଲାଗି ପ୍ରତିଶ୍ରୁତି ପାଇଁ ପୁରସ୍କାର ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର୍ୟା ଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର୍ୟା ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରପ୍ଲାଂଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।








