ଜଗତସିଂହପୁର ତା-୨୫.୧୦.୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର-ତା୨୫.୧୦.୨୩ରିଖ ଗତ କାଲି ସ°ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗ ରେ ରାବଣପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଶ୍ରୀ ରାମ କ୍ଲବ ସଭାପତି ଶ୍ରୀ ରତ୍ନାକର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ରାବଣପୋଡି ଉତ୍ସବ ଏକ ଗଣ ଉତ୍ସବ ରେ ପରିଣତ ହୋଇଛି।ଜଗତସିଂହପୁର ଜିଲ୍ଲା ଏକ କଳା,ସାହିତ୍ୟ ଓ ସ°ସ୍କୃତି ର ଜିଲ୍ଲା।ଏହି ଉତ୍ସବ ଆମକୁ ସୂଚାଇ ଦେଉଛି ଅସତ୍ୟ ଉପରେ ସତ୍ୟର ଜୟ ଏବଂ ଅଧର୍ମ ଉପରେ ଧର୍ମର ଜୟ।ବିଧାୟକ ଶ୍ରୀ ମୁଦୁଲି ଶେଷରେ ରାବଣ ଦେହରେ ଅଗ୍ନି ସ°ଯୋଗ କରିଥିଲେ।ଏହି ଉତ୍ସବ ରେ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରମତୀ ଚିନ୍ମୟୀ ବିଶ୍ବାଳ, ସମ୍ମାନିତ ଅତିଥି ଭାବେ ଶ୍ରୀ ସତ୍ୟ ବ୍ରତ ମହାପାତ୍ର, ଯୋଗଦେଇ ବକ୍ତବ୍ୟ ରଖିଥିଲେ।ପ୍ରାରମ୍ଭରେ ଶ୍ରୀରାମ କ୍ଲବ ସମ୍ପାଦନ ଶ୍ରୀ ବିଜୟ କୁମାର ରାଉତ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ଦୀର୍ଘ ୩୫ ବର୍ଷ ଧରି ଏହି ରାବଣପୋଡି ଉତ୍ସବ ଶ୍ରୀରାମ କ୍ଲବ ଆନୁକୂଲ୍ୟରେ ଆୟୋଜିତ ହୋଇ ଆସୁଛି ବୋଲି ସଭାପତି ଶ୍ରୀ ରତ୍ନାକର ବିଶ୍ବାଳ ପ୍ରକାଶ କରିଥିଲେ।ଦୁଖୀରାମ ସ୍ବାଇଁ କଳା ପ୍ରତିଷ୍ଠାନ ପକ୍ଷରୁ ରାମଲୀଳା ପ୍ରଦର୍ଶିତ ହୋଇଥିଲା।ଏଥିରେ ରାବଣ ଜଟାୟୁ ଯୁଦ୍ଧ, ସୀତା ହରଣ,ରାମରାବଣ ଯୁଦ୍ଧ, ଓ ରାବଣ ବଧ ବେଶ ଆକର୍ଷଣୀୟ ହୋଇଥିଲା।ଆରକ୍ଷୀ ବାହିନୀ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ରାଜ୍ୟ
ଜଗତସିଂହପୁର ଠାରେ ରାବଣ ପୋଡି ଉତ୍ସବ ମହାସମାରୋହରେ ଅନୁଷ୍ଠିତ
- Hits: 473









