ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଧାମଣା ଗୁଡା ପଞ୍ଚାୟତ ଅନ୍ତର୍ଗତ ଖୁଟୁ ବାଇ ଗ୍ରାମ ରେ ଗତକାଲି ରାତ୍ର ଅଲେଖ ମହିମା ଧର୍ମଗୁରୁ (ବାବା) ଜୟସିଂହ ଦାସ( ୩୫) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଏ ନେଇ ଆଜି ଧର୍ମଗୁରୁ ଜୟସିଂହ ଦାସ ଙ୍କ ବଡ ଭାଇ ଗୋବିନ୍ଦ ସାନ୍ତା ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ଧାମଣା ଗୁଡା ଠାରେ ଗତ ୨୦ ତାରିଖ ଶୁକ୍ରବାର ଠାରୁ ଦନ୍ତେଶ୍ୱରି ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା। ଏଥିରେ ଅଲେଖ ମହିମା ଧର୍ମ ର କଫୌନି ଓ ବକ୍ଳଧାରି ବାବା ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଉଥିଲା। ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୮ ତାରିଖ ଶନିବାର ଦିନ ଉଜ୍ଜାପନ ହେବାର କାର୍ଯ୍ୟକ୍ରମ ରହିଛି। ଅଲେଖ ମହିମା କଫୌନି ଧାରି ଧର୍ମଗୁରୁ( ବାବା) ଜୟସିଂହ ଦାସ (୩୫) ଦନ୍ତେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଶୁକ୍ରବାର ଠାରୁ ପୂଜାର୍ଚ୍ଚନା କରୁଥିଲେ। ତେବେ ଗତ କାଲି ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟ ସମୟରେ ଧର୍ମଗୁରୁ ଜୟସିଂହ ଦାସ ବାବା ଶୌଚ ପାଇଁ ଯିବି କହି ବାହାରି ଥିଲେ। ବହୁ ସମୟ ଧରି ବାବା ଜୟସିଂହ ଦାସ ପୁଜା ସ୍ଥଳ କୁ ନ ଫେରିବାରୁ ସେଠାରେ ପୂଜା କମିଟି ତରଫରୁ ବହୁ ସ୍ଥାନରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ। ଆଜି ସକାଳେ ଧାମଣା ଗୁଡା ଠାରୁ ପ୍ରାୟ ୩ କିମି ଦୂର ଖୁଟୁ ବାଇ ଗ୍ରାମ ନିକଟ କାଜୁ ବାଡ଼ ର ଏକ ବୃକ୍ଷରେ ଧର୍ମଗୁରୁ ଜୟସିଂହ ଦାସ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଗ୍ରାମବାସୀ ଦେଖିଥିଲେ। ଧର୍ମଗୁରୁ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଥିଲା। ଖବର ପାଇ ଧର୍ମଗୁରୁ ଜୟସିଂହ ଦାସ ଙ୍କ ବଡ ଭାଇ ଗୋବିନ୍ଦ ଶାନ୍ତା ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏତଲା କୁ ଭିତ୍ତି କରି ଡାବୁଗାଁ ପୁଲିସ ଶବ ଜବତ କରି କେସ ନ ୩୨/୨୩ ରେ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଧର୍ମଗୁରୁ ଜୟସିଂହ ଦାସ ଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଏ ଏସ ଆଇ ଗୋପାଳ କୃଷ୍ଣ ହାଲୱା ଘଟଣା ର ତଦନ୍ତ କରୁଛନ୍ତି।
ରାଜ୍ୟ
ବେକରେ ଗାମୁଛା ବାନ୍ଧି ଅଲେଖ ମହିମା ଧର୍ମଗୁରୁ ( ବାବା) ଙ୍କ ଆତ୍ମହତ୍ୟା
- Hits: 288








