ପାଣ୍ଡିଆନ ହେଲେ 5T ଓ ନବୀନ ଓଡିଶା ଚେୟାରମ୍ୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଏବେ ସାପ ମରିବ ବାଡ଼ି ଭାଙ୍ଗିବନି ରୀତିରେ ବିରୋଧୀ ଓ ସମାଲୋଚକଙ୍କ  ମୁହଁରେ ତୁଣ୍ଡି ଦେଇ ତୁଲାଇବେ ନିଜ ଦାୟିତ୍ୱ |

VK Pandian

ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ସ୍ବେଛାକୃତ ଅବସର ନେବାପରେ  ଆଜି ତାଙ୍କୁ   5T ଓ ନବୀନ ଓଡିଶା ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଛି  | ସେ କ୍ୟାବିନେଟ ପାହ୍ୟାରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ନିଜ ଦାୟିତ୍ୱ ସମ୍ପାଦନ କରିବେ | 

୨୦୦୦ ବ୍ୟାଚ ବିଭିନ୍ନ ପଦପଦବୀରେ ବିଭିନ ଜିଲ୍ଲାରେ କାର୍ଯ୍ୟ କରିବା ପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ମସିହାରେ ତାଙ୍କୁ ନିଯୁକ୍ତି ମିଳିଥିଲା । ଜଣେ କର୍ମଠ, ଦକ୍ଷ ଅଫିସର ଭାବେ ତାଙ୍କର ସୁନାମ ଥିଲା । ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ୫-ଟି ବିଭାଗ ସୃଷ୍ଟି କରି ତାହାର ସଚିବ ଭାବେ ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ନିଯୁକ୍ତି ଦେଇଥିଲେ । ୫-ଟି ସଚିବ ଭାବେ ତାଙ୍କ ହାତରେ ସବୁ ବିଭାଗର ନିୟନ୍ତ୍ରଣ ଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରେ ପାୱାର କରିଡରରେ ସେ ଥିଲେ ସର୍ବ ଶକ୍ତିମାନ ଅଧିକାରୀ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ୩୦ଟି ଯାକ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ତାହା ଉପରେ ତ୍ୱରିତ ପଦକ୍ଷେପ ମଧ୍ୟ ଆରମ୍ଭ ହୋଇଛି । ହେଲେ ସରକାରୀ ଅଧିକାରୀ ହୋଇ ପାଣ୍ଡିଆନ ରାଜନୀତି କରୁଥିବା ଏବଂ ବିଜେଡି ନେତାଙ୍କ ଭଳି ଆଚରଣ କରୁଥିବା ବିରୋଧୀ ଦଳ ଅଭିଯୋଗ ଆଣି ତୁମ୍ବିତୋଫାନ କରିଥିଲେ  । ସାଧାରଣ କର୍ମଚାରୀ ହୋଇ ରାଜନୀତି କରୁଛନ୍ତି ବୋଲି ତାତ୍ସଲ୍ୟ କରି ଯଦି ରାଜନୀତି କରିବାର ଅଛି ଚାକିରି ଛାଡ଼ିଦିଅ ବୋଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଚାଲେଂଜ ଦେଇଥିଲେ । ଶ୍ରୀ ପାଣ୍ଡିଆନ୍ ଅଲ୍ ଇଣ୍ଡିଆ ସର୍ଭିସ୍ କଣ୍ଡକ୍ଟ ରୁଲ୍ ର ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଉଭୟ ଡିଓପିଟିର ଦ୍ୱାରସ୍ଥ ହୋଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଂସଦ ଅପରାଜିତା | ତେଣୁ ମୂଳୁ ମାଇଲେ ଯିବ ସରି ଦେବଙ୍କ ସଂଗେ କିମ୍ପା କଳି ରୀତିରେ ଆଇଏଏସ ଚାକିରୀ ଛାଡିଦେଇଥିଲେ | ଏବେ ସାପ ମରିବ ବାଡ଼ି ଭାଙ୍ଗିବନି ରୀତିରେ ସେକ୍ରେଟାରୀ ପଦବୀ ଛାଡି ଅତ୍ୟନ୍ତ ଚତୁରତାର ସହ 5T ଓ ନବୀନ ଓଡିଶା ଅଧ୍ୟକ୍ଷ (ଯାହାକି ଏକ ରାଜନୈତିକ ନିଯୁକ୍ତି ଆପାତତଃ ) ଭାବେ ନିଯୁକ୍ତ ହୋଇ ବିରୋଧୀ ଦଳଙ୍କ ମୁହଁ ବନ୍ଦକରିଦେଇଛନ୍ତି | ଏବେ ସିଧା ରାଜନୀତି କରିବା ସହ ଶାସନରେ ତାଙ୍କର ଯେମିତି ଦବଦବା ଥିଲା ତାକୁ ଅବ୍ୟାହତ ରଖିପାରବେ | ଏବେ ସାପ ମରିବ ବାଡ଼ି ଭାଙ୍ଗିବନି ରୀତିରେ ବିରୋଧୀ ଓ ସମାଲୋଚକଙ୍କ  ଆଖିରେ ଆଙ୍ଗୁଠି ଗେଂଜି ତୁଲାଇବେ ନିଜ ଦାୟିତ୍ୱ |

0
0
0
s2sdefault