ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଭଞ୍ଜନଗର ସହରରେ ଥିବା ବ୍ରହ୍ମାକୁମାରୀ ଶାନ୍ତିସ୍ରୋତ ଭବନରେ ଚୈତନ୍ୟ ନବ ଦୁର୍ଗା ଝାଙ୍କି ଆୟୋଜନ ହୋଇଅଛି। ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟ , ଶାନ୍ତି ସ୍ରୋତ ଭବନ ନୀଳାଦ୍ରି ବିହାର ଦ୍ଵିତୀୟ ଲାଇନ୍ ବାଗ୍ଦେବୀ ରୋଡ଼ ଭଞ୍ଜନଗର ଆନୁକୁଲ୍ୟରେ, ମାନବ ଦୂର୍ଗା ଙ୍କର ଚୈତନ୍ୟ ମେଢ଼ ତିନି ଦିନ ପାଇଁ ଆୟୋଜନ କରାଯାଇଅଛି। ଏହି ଅବସରରେ ଅକ୍ଟୋବର ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସଂଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ, ଗୀତ ସହିତ ମାଁ ଜଗତ୍ଜନନି ଦୂର୍ଗାଙ୍କ ଉପରେ ଆଧାରିତ ନୃତ୍ୟ ନାଟିକା, ବିଶ୍ଵ ନବ ନିର୍ମାଣ ଆଧ୍ୟାତ୍ମିକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ | ପ୍ରଥମ ଦିନରେ ଏହି କାର୍ଯ୍ୟକ୍ରମ ସବୁ ଦେଖିବା ପାଇଁ ସହର ଓ ଆଖପାଖ ଅଞ୍ଚଳ ର ଅନେକ ଜନସାଧାରଣ ପ୍ରବଳ ଭିଡ ରେ ଚୈତନ୍ୟ ରୂପରେ ମାଁ ଦୂର୍ଗା ଙ୍କୁ ଦର୍ଶନ କରି ଭରପୁର ଆନନ୍ଦ ଉପଭୋଗ କରିଥିଲେ। ସଂଧ୍ୟାରେ ମୂଖ୍ୟ ଅତିଥି ରୂପେ ଭଞ୍ଜନଗର ଥାନାଧିକାରୀ ଶ୍ରୀ ଭଗବାନ୍ ପୂଜାରୀ, ମୂଖ୍ୟ ବକ୍ତା ରୁପେ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ଆସୁରୀ ଶକ୍ତି ଉପରେ ଦୈବି ଶକ୍ତିର ବିଜୟୀ ଏବଂ କୁସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ ଶପଥ ପାଠ କରାଇଥିଲେ। ବ୍ରହ୍ମାକୁମାରି ପିଙ୍କି ଓ ଅନିତା ଙ୍କ ଗୃପ୍ ମଞ୍ଚରେ ଅଭିନୟ କରିବା ସହ ସହିତ ନୃତ୍ୟ ନାଟିକା ପରିବେଷଣ କରିଥିଲେ ସୋନାଲି ଭ ଭଉଣୀ ଗୃପ୍। ବ୍ରହ୍ମାକୁମାର ଅକ୍ଷୟ ଭାଇ ସହିତ ବ୍ରହ୍ମାକୁମାର ବୈକୁଣ୍ଠ ଭାଇ ମଞ୍ଚ ପରିଚାଳନା କରି ପରିଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ଭଞ୍ଜନଗର ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ରେ ବିଜୟା ଦଶମୀ
- Hits: 600








