ପାଣ୍ଡିଆନଙ୍କ ସ୍ବେଛାକୃତ ଅବସର ଆବେଦନ ଗୃହୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟ ଶାସନରେ ୫ ଟି ସେକ୍ରେଟାରୀ ଭାବେ ନିଜ ଦବଦବା ଜାହିର କରିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ବେଛାକୃତ ଅବସର ନେଇଛନ୍ତି | ତାଙ୍କ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିନେଇଛନ୍ତି | ସିଧାସଳଖ ରାଜନୀତିରେ ପ୍ରବେଶ କରିବା ପାଇଁ ଏହି ପଦକ୍ଷେପ ନେଇଥିବା ଚର୍ଚା ହେଉଛି | ଅବସର ଗ୍ରହଣ କରିବା ପୂର୍ବରୁ ଶ୍ରୀ ପାଣ୍ଡିଆନ ଗୋଟେ ଦଫା ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ନିଜକୁ ଲୋକଙ୍କ ଭିତରେ ଗ୍ରହନୀୟ କରାଇବା ପାଇଁ କରିଥିବା ଉଦ୍ୟମରେ ସଫଳ ହୋଇଥିଲେ | ଏବେ ରାଜ୍ୟରେ ୫ ଟି ସେକ୍ରେଟାରୀ ପଦବୀ ରହିବ ନା ପଦବୀରେ ଅନ୍ୟକେହି ବିଶ୍ୱସ୍ତଙ୍କୁ ବସାଯିବ ନା ଶ୍ରୀ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ ଏହି ପଦବୀରେ ରହିବେ ତାକୁ ନେଇ ଚର୍ଚା ଆରମ୍ଭ ହୋଇଯାଇଛି |  ସିଧାସଳଖ ଦଳର ଦାୟିତ୍ୱ ନେଇ ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣ ନିୟୋଜିତ କରିବେ ବୋଲି  ଶୁଣିବାକୁ ମିଳୁଛି |

0
0
0
s2sdefault