ବରଗଡ/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ନିର୍ବାଚନ ମଣ୍ଡଳୀର ଭୁତପୂର୍ବ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଦେହାନ୍ତ କୁ ଆଜି ଠିକ ଏକ ବର୍ଷ ବିତିଗଲା । ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ପଦ୍ମପୁର ସ୍ଥିତ ତାଙ୍କ ବାସଭବନରେ ଅୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜଣାଇବା ପାଇଁ ମନ୍ତ୍ରୀ ରୀତା ସାହୁ, ରାଜ୍ଯସଭା ସାଂସଦ ନିରଞ୍ଜନ ବିଶି, ଝାରସୁଗୁଡା ବିଧାୟିକା ଦୀପାଳି ଦାସ , ବିଜେଡି ଜିଲ୍ଲା ସଭାପତି ଡଃ ପ୍ରଭାସ ସିଂ, ରାଜ୍ଯ ସମ୍ପାଦକ ରାଜୁ ଘିଭେଲା, ପ୍ରଭାତ ଆଦିତ୍ୟ ମିଶ୍ର, ସୌଭାଗ୍ୟ ନାୟକ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାଁ, ଅଶୋକ ଦାସ, ଯୋଗ ଦେଇ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ନୀରବ ପ୍ରାର୍ଥନା କରିଥିଲେ l ପରେ ନିଜ ନିଜର ବକ୍ତବ୍ୟରେ ଦିବଂଗତ ନେତାଙ୍କ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ l ତାଙ୍କ ସମୁଦି ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆର ସିଂ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ l ତାଙ୍କର ବାଲ୍ୟବନ୍ଧୁ ଜୟକେତନ ତ୍ରିପାଠୀ, ବେଣୁମାଧବ ଦୋରା, ଶ୍ୟାମପଦ ସିହ୍ନା ନିଜ ବକ୍ତବ୍ୟରେ ବାଲ୍ୟକାଳର ଅନୁଭୂତି ବିଷୟରେ କହିଥିଲେ l ଏହି କାର୍ଯ୍ୟକ୍ରମ ରେ ପତ୍ନୀ ତିଳୋତ୍ତମା, ଜ୍ୱାଇଁ ସ୍ମୃତି ସୌରଭ ବଳିଆରସିଂ, ଝିଅ ବିଧାୟିକା ବର୍ଷା, କାଦମ୍ବିନୀ, ପୁଅ ଭୋଜରାଜ ସିଂ ବରିହା ଉପସ୍ଥିତ ଥିଲେ l
ପଦ୍ମପୁର ନିର୍ବାଚନ ମଣ୍ଡଳୀ , ପାଇକମାଲ ବ୍ଲକ ଅନ୍ତର୍ଗତ କେରମେଲାବାହାଲ ଗ୍ରାମର ସ୍ବର୍ଗତ ପ୍ରେମାନନ୍ଦ ସିଂ ବରିହା ଓ ମାତା ସ୍ବର୍ଣ୍ଣଲତା ସିଂ ବରିହା ଙ୍କର ଚତୁର୍ଥ ସନ୍ତାନ ଭାବରେ 1958ଜାନୁଆରୀ ମାସ 20 ତାରିଖ ରେ ବିଜୟ ବାବୁ ଜନ୍ମ । ପ୍ରାଥମିକ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ( JNU ) ରେ ତାଙ୍କର ଚୟନ ହେବା ପରେ ସେ ପାଲଟି ଯାଇଥିଲେ ଏହି ଅଞ୍ଚଳର ପ୍ରଥମ JNU ର ବିଦ୍ୟାର୍ଥୀ । JNU ରୁ ରାଜନୀତି ବିଜ୍ଞାନ ରେ ଏମ ଏ କରିବା ପରେ ସେ ଚାହିଁଥିଲେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଙ୍କର ଯେ କୋଣସି ବିଭାଗ ରେ ଉଚ୍ଚ ପଦବୀ ର ଅଫିସର ହୋଇ ପରିଥାନ୍ତେ । କିନ୍ତୁ ଜନସେବା ପାଇଁ ଜନ୍ମିତ ବିଜୟ ବାବୁ ଚାକିରୀ କରିବା ପରିବର୍ତେ ଜନସେବା କରିବା ପାଇଁ ବାହାରି ପଡ଼ିଥିଲେ । ସେହି ସମୟରେ ଓଡିଶା ସରକାର ଭାରତ ଆଲୁମିନିୟମ କମ୍ପାନୀ ଅର୍ଥାତ ବାଲକୋ କୁ , ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ରୁ ବକ୍ସାଇଟ ଖନନ ପାଇଁ 99 ବର୍ଷ ର ଲିଜ ପ୍ରଦାନ କରି ସାରିଥିଲେ । ଯାହାକୁ ବିରୋଧ କରି ପଦ୍ମପୁର ଅଞ୍ଚଳ ରେ ଆନ୍ଦୋଳନ ର ଦାନା ବାନ୍ଧିବା ଆରମ୍ଭ କରୁଥାଏ । ଏହି ଆନ୍ଦୋଳନ ରେ ଅଞ୍ଚଳ ବାସୀ ଙ୍କୁ ଦୃଢ଼ ନେତୃତ୍ୱ ପ୍ରଦାନ କରିଥିଲେ । ବିଜୟ ବାବୁ ଓ ତାଙ୍କର ସହିତ ଏହି ବାଲକୋ ହଟାଓ ଆନ୍ଦୋଳନ ର ନେତୃତ୍ୱ ନେଉଥିବାର ନେତାଙ୍କ କଡା ଓ ତୀବ୍ର ବିରୋଧ କାରଣରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପାଇକମାଲ ର ଏକ ଜନସଭାରେ ଗନ୍ଧମାର୍ଦ୍ଦନ ରେ ବାଳକୋ ପ୍ରକଳ୍ପ ବନ୍ଦ ହେଲା ବୋଲି ଘୋଷଣା କରିଥିଲେ । ଏହା ସହିତ ଅଣସଙ୍ଗଠିତ କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ସଂଗଠିତ କରି ସେମାନଙ୍କ ହକ ପାଇଁ ପଦ୍ମପୁର ଅଂଚଳରେ ଲଢ଼େଇ ଆରମ୍ଭ କରିଥିବା ପ୍ରଥମ ନେତା ଥିଲେ ବିଜୟ ବାବୁ । ଏହା ପରେ ବିଜୟ ବାବୁ ପ୍ରତ୍ୟକ୍ଷ ରାଜନୀତି ରେ ପ୍ରବେଶ କରି ପ୍ରଥମେ ଜନତା ଦଳ ରୁ ଓ ପରେ ବିଜୁ ଜନତା ଦଳ ରୁ ମୋଟ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗୋଟେ ଅଣ ସଂରକ୍ଷିତ ଆସନ ଏହି ଆସନ ରୁ ଜଣେ ଆଦିବାସୀ ନେତା ପାଞ୍ଚ ଥର ବିଧାୟକ ହେବା ତାଙ୍କର ଲୋକ ପ୍ରିୟତା କୁ ଦର୍ଶାଉଛି । ରାଜନୀତି ବ୍ୟତୀତ ଖେଳ ଓ ପରିବେଶ ପ୍ରତି ତାଙ୍କର ଅଧିକ ରୁଚି ଥିଲା । ନିଜେ ଜଣେ ଖେଳାଳି ହୋଇଥିବା କାରଣ ରୁ ଖେଳ ଓ ଖେଳାଳି ମାନଙ୍କୁ ସବୁ ବେଳେ ସବୁ ପ୍ରକାର ପ୍ରୋତ୍ସାହନ ଦେଉ ଥିଲେ । ସେହିଭଳି ପରିବେଶ ସୁରକ୍ଷା ପାଇଁ କ୍ରମାଗତ ଭାବରେ ଗଛ ଲଗେଇ ଆସୁଥିଲେ । ଆଜି ବି ଗାଁ ଗାଁ ରେ ଲୋକେ ବିଜୟ ବାବୁ ଙ୍କର ବଳିଷ୍ଠ ନେତୃତ୍ୱ , ସାହସ , କୁ ନେଇ ଅନେକ ଚର୍ଚ୍ଚା ହୁଏ ଓ ଆଜି ବି ଅଞ୍ଚଳ ବାସୀ ଙ୍କର ହୃଦୟ ରେ ଏକ ମାତ୍ର ବୋଡାସମ୍ବର କିଙ୍ଗ l ସଭା ବରିଷ୍ଠ ବିଜେଡି ନେତା ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିବା ବ୍ଳକ୍ /ଏନ୍ ଏ ସି ଅଧ୍ୟକ୍ଷ/ ଅଧ୍ୟକ୍ଷା, ନେତା, କର୍ମୀ, ଙ୍କ ସମେତ ବେଳେ ହଜାର ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ l








