‘ଭାଇ ଜଉଁନ୍ତିଆ’ରେ ମାତୃଶକ୍ତିଙ୍କ ଠାରୁ ମିଳିଥିବା ସ୍ନେହ ଓ ଆଶୀର୍ବାଦ ଦେଶର ପ୍ରଧାନମନ୍ତ୍ରୀ ଏବଂ ମାଆ ଭଉଣୀ ମାନଙ୍କୁ ସମର୍ପିତ- ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • “ଭାଇ –ଜିଉଁନ୍ତିଆ” ହେଉଛି ଆମ ଓଡ଼ିଶାର ଅନନ୍ୟ ପର୍ବ ଓ ଭାଇ ଭଉଣୀ ସମ୍ପର୍କର ଏକ ନିଆରା ପରମ୍ପରା

  • • ସମ୍ବଲପୁରରେ ଭଉଣୀମାନଙ୍କ ସହ ଏହି ପର୍ବରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ\

  • • ଦେଶରେ ମହିଳା ଆଧାରିତ ବିକାଶର ନୂଆ ଯୁଗ ଆରମ୍ଭ

  • • ନାରୀ ଶକ୍ତି ବନ୍ଦନ ଅଧିନିୟମ, ଏଲପିଜି ଗ୍ୟାସ ମୂଲ୍ୟ ହ୍ରାସ, ୨ କୋଟି ଲକ୍ଷପତି ଆଦି ଯୋଜନା ମୋଦି ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ

  • • ପ୍ରଧାନମନ୍ତ୍ରୀ ଦେଶର ମାତୃଶକ୍ତିଙ୍କୁ ବିଶ୍ଵ ସ୍ତରକୁ ନେବା ପାଇଁ ସଂକଳ୍ପବଦ୍ଧ

  • • ମହାନବମୀରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୁଷ୍ଟପଡ଼ା/ସମ୍ବଲପୁର, ଅକ୍ଟୋବର ୨୩ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁରର କୁଷ୍ଟପଡା ଠାରେ ଭାଇ ଭଉଣୀ ସମ୍ପର୍କର ନିଆରା ପର୍ବ “ଭାଇ ଜଉଁନ୍ତିଆ”ରେ ସାମିଲ ହୋଇ ଖୁସିବ୍ୟକ୍ତ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି “ଭାଇ –ଜିଉଁନ୍ତିଆ” ହେଉଛି ଆମ ଓଡ଼ିଶାର ଅନନ୍ୟ ପର୍ବ । ଆଜି ସମ୍ବଲପୁରରେ ଭଉଣୀମାନଙ୍କ ସହ ଏହି ପର୍ବରେ ସାମିଲ ହୋଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଜଗଦଜନନୀ ମା’ ଦୁର୍ଗାଙ୍କ ମହାଷ୍ଟମୀ ପୂଜା ପରେ ଭଉଣୀମାନେ ନିର୍ଜଳା ଉପବାସ ରହି ଭାଇ ମାନଙ୍କ ମଙ୍ଗଳ ତଥା ଦୀର୍ଘାୟୁ କାମନା କରି “ଭାଇ- ଜିଉଁନ୍ତିଆ” ପାଳନ କରନ୍ତି । ଭାଇ ଭଉଣୀ ସମ୍ପର୍କର ଏହା ଏକ ନିଆରା ପରମ୍ପରା । ଆଜି ଏହି ଭାଇ ଜଉଁନ୍ତିଆ ପର୍ବ ଅବସରରେ ମାଆ, ଭଉଣୀ ମାନଙ୍କ ଠାରୁ ମିଳିଥିବା ଭଲ ପାଇବା, ସ୍ନେହ ଓ ଆଶୀର୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ପିତ । ଏହି ଆଶୀର୍ବାଦ ଦେଶର ମାତୃଶକ୍ତିକୁ ସମର୍ପିତ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଦେଶରେ ମହିଳା ଆଧାରିତ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଦେଶର ମାତୃଶକ୍ତିଙ୍କୁ ବିଶ୍ଵ ସ୍ତରକୁ ନେବା ପାଇଁ ସଂକଳ୍ପବଦ୍ଧ । ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ମହିଳା ସଂରକ୍ଷଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି । ସବୁ ଏଲପିଜି ଉପଭୋକ୍ତା ଓ ଉଜ୍ଜ୍ୱଳା ଲାଭାର୍ଥୀଙ୍କ ପାଇଁ ରୋଷେଇ ଗ୍ୟାସର ମୂଲ୍ୟ ହ୍ରାସ କରାଯାଇଛି । ୨ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବାର ଯୋଜନା ଆରମ୍ଭ ହୋଇଛି । ଏହି ସବୁ ମହିଳା କଲ୍ୟାଣକାରୀ ଯୋଜନା ଗୁଡିକ ଆଜି ମୋଦି ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଆଗାମୀ ଦିନରେ ଦେଶରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱରେ ନୂଆ ପରାକାଷ୍ଠା ଦେଖାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ମହାନବମୀର ଶୁଭ ଅବସରରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ମା’ଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରିଥିଲେ ।

0
0
0
s2sdefault