୧୫୦ ହିତାଧିକାରୀଙ୍କୁ ଭତା ବାଂଟିଲେ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ,ବିକାଶମୂଳକ ଶାସନରେ ଅନୁପ୍ରାଣିତ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦାନ କରି ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ପଂଚାୟତରେ ଥିବା ବୃଦ୍ଧ, ବୃଦ୍ଧା, ବିଧବା,ସ୍ୱାମୀ ପରିତ୍ୟକ୍ତା ,ବୟସ୍କ ଅବିବାହିତା ଓ ଦିବ୍ୟାଙ୍ଗ ୧୫୦ ହିତାଧିକାରୀଙ୍କୁ ନୂତନ ଭତା ବଂଟନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳମତ ନିର୍ବିଶେଷର ଉଦ୍ଧ୍ୱର୍ରେ ରହି ସବୁ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ଭତା ପ୍ରଦାନ କରିବାର ଦାୟିତ୍ୱ ଆମର ଲକ୍ଷ୍ୟ ଏବଂ କିଭଳି ଗୋଟେ ବି ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଂଚିତ ହେବେ ନାହିଁ ତାହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ ପାତ୍ରଙ୍କ ପୌରହିତ୍ୟରେ ଏଥ୍ôରେ ଭାରପ୍ରାପ୍ତ ବିଡ଼ିଓ ଅଶୋକ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ରଙ୍କ ସମେତ ବିଜେଡ଼ି ନେତୃବୃନ୍ଦ ହିତାଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ । ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସରପଂଚଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭତା ବଂଟନ କାର୍ଯ୍ୟକ୍ରମ ଅନୁÂିତ ହୋଇଥିôଲା ।

0
0
0
s2sdefault