ହେଡଲାଇନସ୍:

ପୋଖରୀରେ ପଶିଗଲା କାର: ଜଣେ ମୃତ,ଦୁଇ ଗୁରୁତର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରୁ ଏକ କାର ଦୃତଗତିରେ ରାତ୍ରରେ ନିକଟ ଡେରୁଣିଆ ଗ୍ରାମକୁ ଯାଉଥିବା ବେଳେ, ଆଳଙ୍ଗପୂର ଗ୍ରାମ ମୁଣ୍ଡରେ ଥିବା ଏକ ପୋଲ ପାଖ ପୋଖରୀରେ ପଡି ଯାଇଥିଲା । ଏହି ସମୟରେ କିଛି ଲୋକ ଦେଖି ପାଟି କରିବାରୁ ଗ୍ରାମ ଲୋକ ପହଞ୍ଚି ପାଣି ଭିତରେ ପଶି ଲୋକଙ୍କୁ ଉଦ୍ଧାର କରିଥିଲେ । କାର ଭିତରେ ଜଣେ ନାବାଳକ ସହ ଚାରିଜଣ ଲୋକ ଥିଲେ । ସେମାନଙ୍କୁ ସାଥୀ ସାଥୀ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇ ଥିଲା । ସେଠୀ ଚାରିଜଣ ପହଞ୍ଚିବା ପରେ, ନାବାଳକ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଡେରୁଣିଆ ଗ୍ରାମର ଶ୍ରୀଧର ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଡ୍ରାଇଭର ସୁସ୍ଥ ଅବସ୍ଥାରେ ସେଠାରୁ ପଳାଇ ଯାଇ ଥିବାର ଦେଖା ଯାଇଥିଲା । ମୃତକ ଙ୍କ ଶବକୁ ଅସ୍ତରଙ୍ଗ ପୋଲିସ ଜବତ କରି ଶବ ବ୍ୟବଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଏକ ମାମଲା ରୁ୍ଜୁ କରି ତଦନ୍ତ ଜାରି ରଖିଛି ।

0
0
0
s2sdefault