ହେଡଲାଇନସ୍:

ଏସିଆନ୍‍ ଗେମ୍‍ସ ଓ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିଥିବା କିଟ୍‍ ଖେଳାଳିଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କିଟ୍‍ ପକ୍ଷରୁ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୫ ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ଲକ୍ଷ ଓ କାଂସ୍ୟ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ

ଭୁବନେଶ୍ୱର : ଚୀନ୍‍ ହାଙ୍ଗଝଉରେ ନିକଟରେ ଶେଷ ହୋଇଥିବା ୧୯ତମ ଏସିଆନ୍‍ ଗେମ୍‍ସ ଓ ଚେଙ୍ଗୁଡ଼ୁଠାରେ ଅନୁଷ୍ଠିତ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍‍ ଖେଳାଳିମାନଙ୍କୁ ରବିବାର କିଟ୍‍ ଓ କିସ୍‍ରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅଲିମ୍ପିଆନ୍‍ ଅନୁରାଧା ବିଶ୍ୱାଳ, ଓଡ଼ିଶା ମହିଳା ଫୁଟବଲ୍‍ ଦଳର କୋଚ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ, ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ୍‍, ଓଡ଼ିଶା ରଗ୍‍ବୀ ଆସୋସିଏସନ୍‍ ସମ୍ପାଦକ ଉପେନ୍ଦ ମହାନ୍ତି, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ରହି ପଦକ ହାସଲ କରିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସ୍ୱର୍ଣ୍ଣ ବିଜେତା ଏସିଆନ୍‍ ଗେମ୍‍ସ ସଟ୍‍ପୁଟରେ ତାଜିନ୍ଦରପାଲ୍‍ ସିଂହ ଓ ଭାରତୀୟ ହକି ଦଳର ରୋହିଦାସଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୫ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସେହିପରି ଏସିଆନ୍‍ ଗେମ୍‍ ଜାଭେଲିନ୍‍ ଥ୍ରୋରେ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା ଏବଂ ଡେକାଥଲନ୍‍ରେ ରୌପ୍ୟ ବିଜେତା ତେଜସ୍ୱିନ୍‍ ଶଙ୍କରଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୨୦ କିଲୋମିଟର ରେସ୍‍ ୱାକିଂର ବ୍ରୋଞ୍ଜ ବିଜେତା ପ୍ରିୟଙ୍କା ଏବଂ ଅମ୍ଳାନ ବୋରଗୋହେନ୍‍ଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ଖେଳାଳିମାନେ କିଟ୍‍, କିସ୍‍ ଓ ପ୍ରତିÂାତା ଅଚୁ୍ୟତ ସାମନ୍ତଙ୍କ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରତି ଅହେତୁକ ଭଲ ପାଇବା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନ ଥାଏ ବୋଲି ପ୍ରକାଶ କରିବା ସହ ଏଭଳି ପ୍ରୟାସକୁ ସେମାନେ ପ୍ରଶଂସା କରିଥିଲେ । ନିଜେ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ହୋଇଥିବାରୁ ସେମାନେ ନିଜକୁ ଗୌରବ ମନେକରୁଛନ୍ତି ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା ସେମାନଙ୍କୁ ଆଗାମୀ ଦିନରେ ଅଲିମ୍ପିକ୍‍ସରେ ପଦକ ହାସଲ କରିବା ଦିଗରେ ଉତ୍ସାହିତ କରିବ ବୋଲି ସେମାନେ କହିଥିଲେ ।
ଏହି ଅବସରରେ କ୍ରୀଡ଼ାବିତ୍‍ମାନଙ୍କୁ ସମ୍ବର୍ଦ୍ଧିତ କରି ଶ୍ରୀ ସାମନ୍ତ କହିଲେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛନ୍ତି । ରାଜ୍ୟ ସରକାରଙ୍କୁ ଅନୁସରଣ କରି କିଟ୍‍ ଓ କିସ୍‍ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ଶିକ୍ଷା ସହ ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ସହଯୋଗ ଯୋଗାଇ ଦେଇ ଆସୁଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ବର୍ତ୍ତମାନ ସୁଦ୍ଧା କିଟ୍‍ ଓ କିସ୍‍ ୧୫ ଜଣ ଅଲିମ୍ପିଆନ୍‍ ସୃଷ୍ଟି କରିବା ସହ ୫ହଜାରରୁ ଉର୍ଧ୍ଵ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍‍ ସୃଷ୍ଟି କରିପାରିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । କୁଳପତି ପ୍ରଫେସର ସିଂହ କହିଲେ, କିଟ୍‍ ଓ କିସ୍‍ ଯେଉଁଭଳି ଭାବେ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସୁଛି ତାହା ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳେନାହିଁ । ଡ. ଗଗନେନ୍ଦୁ ଦାଶ କ୍ରୀଡ଼ାବିତଙ୍କ ସଫଳତା ବିଷୟରେ ସୂଚନା ପ୍ରଦାନ କରି କହିଲେ, ୧୯ତମ ଏସିଆନ୍‍ ଗେମ୍‍ସରେ କିଟ୍‍ ବିଶ୍ୱବିଦ୍ୟାଳୟର ୧୪ଜଣ ଖେଳାଳି ଏସିଆନ୍‍ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ବେଳେ ୩୧ତମ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୧୪ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । କୌଣସି ଏକ ବିଶ୍ୱବିଦ୍ୟାଳୟରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍‍ ଅନ୍ତର୍ଜାତୀୟ କ୍ରୀଡ଼ାରେ ଯୋଗଦେବା ପ୍ରଥମ ବୋଲି ଡ. ଦାଶ ସୂଚନା ଦେଇଥିଲେ ।

0
0
0
s2sdefault