ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଚାକିରି କରାଇଦେବେ କହି ଠକି ନେଇଥିଲେ ନୀରିହ ଆଦିବାସିଙ୍କ ଠାରୁ ଲକ୍ଷେ ଟଙ୍କା ଜଣେ ବିଜେଡି ନେତା, ଟଙ୍କା ନେଇ ବରସେ ଛଅ ମାସ ବିତିବା ପରେ ବାରମ୍ବାର ମାଗିବା ସହିତ ଟଙ୍କା ନ ଦେଲେ ସୁଇସାଇଟ୍ କରିବି ବୋଲି ଯାଦ ବିଜେଡ଼ି ନେତାଙ୍କ ଘରକୁ ଯାଇଥିଲେ ସୁଦ୍ଧା ଦେଇନଥିଲେ , ମାଝୀ ଏବଂ ତାଙ୍କ ଝିଅ ବାଧ୍ୟ ହୋଇ ଏହି ନେତାଙ୍କ ନା ରେ ଥାନାରେ ଏତଲା ଦେବୁ ବୋଲି କୋହିବାରୁ ୨ ବର୍ଷ ପରେ ନିରାଶ କରି ଫେରସ୍ତ କଲେ କେସ ଭୟ ରେ ଠକି ନେଇ ଥିବା ୧ ଲକ୍ଷ ଟଙ୍କା, ଏହିପରି ଠକାମିର ଶିକାର ହଇଥିଲେ, ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ବାଙ୍କାମ୍ୱ ପଞ୍ଚାୟତ ଅନ୍ତର୍ଗତ ମହାଲିଙ୍ଗ ଗୁଡା ଗ୍ରାମର ଯାଦ ମାଝୀ , ନିଜ ଝିଅ ମାଳନ୍ତି ମାଝୀଙ୍କୁ ଜିଆର୍ ଏସ୍ ଚାକିରି କରିଦେବି କୋହି ନିଜକୁ ଜିଲ୍ଲା ବିଜେଡି ଯୁବ ସଂପାଦକ ବଲାଉଥିବା ମାଙ୍କଡ଼ ଝୋଲା ଗ୍ରାମର ପ୍ରତାପ ବାଘ ଉକ୍ତ ମାଝୀ ଙ୍କୁ ମିଛ ବାହାନା କରି ମାଳନ୍ତି ମାଝୀ ପାଠ ପଢ଼ୀ ଘୋରେ କାହିଁକି ବେକାର ରହିବେ ଏବେ ହୋଟାତ୍ ଗୋଟିଏ ପୋଷ୍ଟ୍ ବାହାରିଛି ମୁଁ ତାଙ୍କୁ ଚାକିରି କରାଇଦେବି କହିବାରୁ ତାଙ୍କ ସମ୍ପର୍କୀୟ ଲୋକଙ୍କ ଠାରୁ ଧାର କରଜ ପରେ ଘରେଥିବା ସୁନା ଅଳଙ୍କାର କୁ ସାହୁକାର ଙ୍କ ପାଖରେ ବନ୍ଦକ ରଖି ୧ ଲକ୍ଷ ଟଙ୍କା ଏହି ବାଘ କୁ ଦେଇଥିଲେ। ଚାକିରି କରାଇ ନ ଦେଇ ପ୍ରାୟ ୨ ବର୍ଷ ବୁଲାଇଲା ପରେ ବହୁ କଷ୍ଟରେ କେସ ଭୟ ରେ ଟଙ୍କା ଫେରାଇଲେ , ଗରିବ ଶ୍ରେଣିର ଲୋକ ହୋଇଥିବାରୁ ବହୁ କଷ୍ଟରେ ଶୁଧ ସହିତ ଋଣ ପରିଶୋଧ କରିଥିବା କୋହିଛନ୍ତି ମାଝୀ । ଏହି ମହାଶୟ ଜଣଙ୍କ ବହୁ ଲୋକଙ୍କ ପାଖରୁ ଏହିପରି ଚାକିରି କରାଇଦେବା ବିଭିନ୍ନ ଆଳରେ ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ନଜର ରେ ଅଛି।ଏହିପରି ଦଲାଲ୍ ଗିରି କରୁଥିବା ନେତା ମାନଙ୍କ ପାଇଁ ସାଧାରଣ ଜନତା ଲୋକଙ୍କ ଠାରୁ ବିଜେଡି ଦଳ ଉପରେ ଥିବା ଆସ୍ଥା ତୁଟାଉଛନ୍ତି। ପୁଣି ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିିଛି ଏହି ପରି ଉପାନ୍ତ ଅଞ୍ଚଳର ନୀରିହ ଆଦିବାସି ମାନଙ୍କୁ ଚାକିରି କରାଇଦେବା ନାରେ ଲକ୍ଷ୍ ଲକ୍ଷ୍ ଟଙ୍କା ନେଇ ନିରାଶ କରିବା ଋଣ କରଜ୍ କରି ଦେଇଥିବା ଟଙ୍କା ମାଗିଲେ ଉଲଟା କେଶ୍ କରିବି ବୋଲି ଧମକାଇବା ବିଜେଡ଼ି ଜିଲ୍ଲା ଯୁବ ସଂପାଦକ ବଲାଉଥିବା କୁଜି ନେତାଙ୍କୁ କଣ ମହଙ୍ଗା ପଡ଼ିପାରେ ତାହା ଦେଖିବାର ବାକି ରହିଲା ।ଏଥିପ୍ରତି ଦଳର ଜିଲା ମୁଖିଆ କୋଣ ପଦକ୍ଷେପ ନେଉଛନ୍ତି ତାହା ସାଧାରଣ ରେ ଦାବି ହେଉଛି।
ରାଜ୍ୟ
ଚାକିରି ଦେବୀ କହି ଠକି ନେଲେ ଲକ୍ଷେ ଟଙ୍କା ବିଜେଡି ନେତା, କେସ ଭୟରେ୨ ବର୍ଷ ପରେ ନିରାଶ କରି ଫେରସ୍ତ କଲେ ଟଙ୍କା।
- Hits: 351









