ଜଗତସିଂହପୁର,ତା-୨୧.୧୦.୨୦୨୩/ସୁମନ୍ତ କୁମାର ଦାସ: ଜିଲ୍ଲା ସଦର ମହକୁମାର ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେମୀର ପ୍ଲାଟିନମ ଜୁବୁଲି ଉତ୍ସବ ଆସନ୍ତା ନଭେମ୍ବର ୨୫,୨୬,୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ପୁରାତନ ଛାତ୍ରା ସଂସଦର ସଭାପତି ତଥା ନାଇଜରର କୁଳସଚିବ ଡ଼ଃ ଅଭୟ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଯୋଗଦେବାପାଇଁ ଭାରତର ରାଷ୍ଟ୍ରପତି,ଓଡ଼ିଶାର ରାଜ୍ୟପାଳ,ଛତିଶଗଡର ରାଜ୍ୟପାଳ,କେନ୍ଦ୍ର ଶିକ୍ଷାମନ୍ତ୍ରୀ,ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ,ସ୍ଥାନୀୟ ସାଂସଦ ଓ ବିଧାୟକ,ଜିଲ୍ଲାପାଳ ଓ ଲବ୍ଧ ପ୍ରତିଷ୍ଠିତ ଶିକ୍ଷାବିତ ଓ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରାଯାଉଛି l ବିଦ୍ୟାଳୟର ସମସ୍ତ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ୭୫ ବର୍ଷରୁ ଉର୍ଦ୍ଧ ବୟସର ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଉତ୍ସବରେ ବିଭିନ୍ନ ଆଲୋଚନା ସଭାରେ ବିଦ୍ୟାଳୟର ଶୈକ୍ଷିକ ବାତାବରଣରେ ମାନବୃଦ୍ଧି ସଂପର୍କରେ ଆଲୋଚନା କରାଯିବ ଓ ପ୍ରତ୍ୟେକ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ବିଦ୍ୟାଳୟର ମୁଖପତ୍ର 'ଅଳକା'ର ଏକ ସ୍ୱତନ୍ତ୍ର ସଂସ୍କରଣ ପ୍ରକାଶ ପାଇବ। ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ର ସଂଘ ପକ୍ଷରୁ ଦୀପ୍ତି ଦାସ,ବିପ୍ଳବ ଚୌଧୁରୀ,ପ୍ରଣବ ଦେ,ପ୍ରଧାନ ଶିକ୍ଷକ ଶ୍ରୀ ଶୁକଦେବ ସାହୁ,ସନାତନ ଖୁଣ୍ଟିଆ,ବିଜୟ କୁମାର ରାଉତ,ପିନାକୀ ମହାନ୍ତି,ରାଜେଶ ନନ୍ଦ,ଆଶିଷ ମାଣିଆ,ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
ରାଜ୍ୟ
ଶ୍ରୀକୃଷ୍ଣ ଏକାଡେମୀର ପ୍ଲାଟିନମ ଜୁବୁଲି ଉତ୍ସବ ପାଳନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ।
- Hits: 536








