ହେଡଲାଇନସ୍:

ମୌଜ ମଜଲିସ୍ ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ଓ ବ୍ୟସ୍ତ ବିଜେଡି ସରକାରଙ୍କ ମନ୍ତ୍ରୀ,ବିଧାୟକ ଓ ସାଂସଦ : ରାଜେନ୍ଦ୍ର ପଣ୍ଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଭାଇରସ୍ ସଂକ୍ରମଣର କୋକୁଆଭୟ ସୃଷ୍ଟି ହୋଇଛି

  •  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ଏକ କେନ୍ଦ୍ରୀୟ ଡାକ୍ତରୀ ଟିମ୍ ସୁନ୍ଦରଗଡ ଜିଲ୍ଲା ଆସି ସ୍ଥିତି ଅନୁଧ୍ୟାନ କରିଛି

  •  ଜିଲ୍ଲାର ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ନାୟକ ସମସ୍ୟା ପ୍ରତି ଦୃଷ୍ଟି ନଦେଇ ମୌଜ ମଜ୍‌ଲିସ୍‌ରେ ବ୍ୟସ୍ତ

  •  ଦୀର୍ଘ ୨୩ବର୍ଷର ଗର୍ବ ଓ ଅହଂକାରରେ ଭରପୂର ବିଜେଡି ନେତାମାନଙ୍କର ଏହା ହେଉଛି ବାସ୍ତବ ଚରିତ୍ର

ଭୁବନେଶ୍ୱର, ତା.୨୧/୧୦: ଦୀର୍ଘ ୨୩ବର୍ଷର ଗର୍ବ ଓ ଅହଙ୍କାରରେ ମସ୍‌ଗୁଲ୍ ବିଜେଡି ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ସାଂସଦ ମାନେ ଲୋକଙ୍କ ସମସ୍ୟା ଠାରୁ ଦୂରେଇ ରହି ମୌଜ, ମଜଲିସ୍‌, ମଦମସ୍ତ ଓ ମାଇଣ୍ଡଫ୍ରେସ୍ ପାଇଁ ବ୍ୟଗ୍ର ଓ ବ୍ୟସ୍ତ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପ୍ରେସ୍ ବାର୍ତା ଜରିଆରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ସାରା ସୁନ୍ଦରଗଡ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଭାଇରସ୍ ସଂକ୍ରମଣର କୋକୁଆଭୟ ସୃଷ୍ଟି ହୋଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ନାୟକ ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ରୋକିବା ବା ସେ ସମସ୍ୟାର ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେବା ପରିବର୍ତେ ନିଜେ ମୌଜ ମଜଲିସ୍ କରିବାରେ ବ୍ୟସ୍ତ । ଆଜି ସେ ଜିଲ୍ଲାରେ ଶହ ଶହ ଜନସାଧାରଣ ସ୍କ୍ରବ୍ ଟାଇଫସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ନୟାନ୍ତ ହେଉଥିବା ବେଳେ ଶ୍ରମ ମନ୍ତ୍ରୀ କେତେବେଳେ “ଡନ୍‌” ଗୀତ ଗାଇ ନାଚୁଛନ୍ତି, କେତେବେଳେ “କୱାଲୀ” ଉପରେ ଟଙ୍କା ଉଡାଇଛନ୍ତି ତ ଆଉ କେତେବେଳେ ଡାକ୍ତର ଡିଗ୍ରୀ ସାର୍ଟିଫିକେଟ୍ ନଥିଲେ ମଧ୍ୟ ଲୋକଙ୍କ ଠାରୁ ସିରିଂଚ୍‌ରେ ରକ୍ତ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ।
ଅପରପକ୍ଷେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ଏକ କେନ୍ଦ୍ରୀୟ ଡାକ୍ତରୀ ଟିମ୍ ସୁନ୍ଦରଗଡ ଜିଲ୍ଲା ଆସି ସ୍କ୍ରବ୍ ଟାଇଫସ୍‌ର ସ୍ଥିତି ଅନୁଧ୍ୟାନ କରି କିପରି ଏ ସମସ୍ୟାର ସମାଧାନ ହୋଇପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏତେ ବଡ ସ୍କ୍ରବ୍ ଟାଇଫସ୍ ପରିସ୍ଥିତିକୁ ଆୟତ କରିବା ପାଇଁ ନା ରାଜ୍ୟ ସରକାରଙ୍କ ତରଫରୁ କିଛି ପଦକ୍ଷେପ ନିଆଯାଇଛି ନା ଜିଲ୍ଲା ଶ୍ରମ ମନ୍ତ୍ରୀଙ୍କ ତରଫରୁ କିଛି ଚେଷ୍ଟା କରାଯାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ରାଜ୍ୟରେ ବାବୁ ମାନଙ୍କ ଶାସନ ଚାଲିଛି । ତେଣୁ ବିଜେଡି ସରକାରରେ ମନ୍ତ୍ରୀ ଓ ବିଧାୟକମାନଙ୍କର କୌଣସି ଦାୟିତ୍ୱ ନଥିବାରୁ ସେମାନେ ମୌଜ ମଜ୍‌ଲିସ୍ ଓ ମାଇଣ୍ଡଫ୍ରେସ୍ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି ଏହା ଅତ୍ୟନ୍ତ ଲଜ୍ଜ୍ୟାଜନକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏଣୁ କେଉଁ ବିଜେଡି ନେତା କେତେବେଳେ ମେଲୋଡିରେ “ଡନ୍‌” ଗୀତରେ ନାଚିଲେଣି, କିଏ “କୱାଲୀ”ରେ ପଇସା ଉଡାଇଲେଣି, ଡାକ୍ତରୀ ଡିଗ୍ରୀ ନଥାଇ ଲୋକଙ୍କଠାରୁ ରକ୍ତ ସଂଗ୍ରହ କଲେଣି, କିଏ ମହିଳାଙ୍କୁ ନେଇ ମାଇଣ୍ଡଫ୍ରେସ୍ ପାଇଁ ଭାଇଜାଗ୍ ହୋଟେଲକୁ ଗଲେଣି, କିଏ ଦୁଇ ଜଣଙ୍କୁ ବାହା ହେବା ପାଇଁ ଦୁଇଟି ମ୍ୟାରେଜ୍ କୋର୍ଟରେ ଦରଖାସ୍ତ କଲେଣି, କିଏ ମହିଳା ମାନଙ୍କୁ ମାଇଣ୍ଡଫ୍ରେସ୍ ପାଇଁ ଭୁବନେଶ୍ୱର ଡକାଇଲେଣି, କିଏ ବହୁ ଦୁର୍ନିତୀରେ ଉବୁଟୁବୁ ହେଲେଣି ତ କୋଉ ସାଂସଦ ହାୱଲା ଟଙ୍କା କାରବାରରେ ସଂପୃକ୍ତ ହୋଇ ସାଂସଦ ମହୁଆ ମିତ୍ରଙ୍କ ଠାରୁ ପ୍ରଚୁର ଅର୍ଥ ସଂଗ୍ରହ କଲେଣି । ଏହା ହେଉଛି ୨୩ବର୍ଷର ଗର୍ବ ଓ ଅହଂକାରରେ ଭରପୂର ବିଜେଡି ନେତାମାନଙ୍କର ବାସ୍ତବ ଚରିତ୍ର ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ତେଣୁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମହିଳାମାନଙ୍କୁ ସମ୍ମାନ ଦେବା ସହିତ ଓଡିଶାବାସୀଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରି ଏ ସବୁ କୁତ୍ସିତ କାରନାମାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

0
0
0
s2sdefault