ରାଉରକେଲା,(ବସନ୍ତ କୁମାର ଜେନା): ସ୍ଥାନୀୟ ସେକ୍ଟର-୪ସ୍ଥିତ ରାଉରକେଲା କଲେଜ ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷ ପାଇଁ ଦ୍ବି-ଦିବସୀୟ ୩୭ତମ ବାର୍ଷିକ କ୍ରୀଡ଼ା ମହାକୁମ୍ଭ ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି। ଖେଳ ଓ ଦୌଡ଼କୁଦ ବିଭାଗର +୩ ଅଧିକାରୀ ଅଧ୍ୟାପକ ମନୋଜ କୁମାର ଦଳାଇ, ରଞ୍ଜିତ ପ୍ରଧାନ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଏବଂ +୨ ଅଧିକାରୀ ଅଧ୍ୟାପକ ଅନୁପ ଏକ୍କା, ତରଣି ନାୟକ, ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ଅକ୍ଲାନ୍ତ ଉଦ୍ୟମରେ ଓ ରାଉରକେଲାର ବିଶିଷ୍ଟ କ୍ରୀଡ଼ା ପ୍ରଶିକ୍ଷକ ନିଖିଳ କଳାକାର ପ୍ରଧାନ, ସରୋଜ ମହାନ୍ତି, ପ୍ରଦୀପ କୁମାର ପଣ୍ଡା, ପ୍ରଭାତ କୁମାର ରାଉଳ ଏବଂ ମିର୍ଜା ଅରଫାନ ବେଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂପାଦିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡ଼ା ମହାକୁମ୍ଭରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଉରକେଲା ମହାନଗର ନିଗମର ରାସ୍ତା ଓ ଗୃହନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଆଶୁତୋଷ ଜେନା। ଏହି ଦୌଡ଼କୁଦ ମହାକୁମ୍ଭରେ ଉଭୟ ଅନୁଷ୍ଠାନର ବାଳକ ଓ ବାଳିକା ବିଭାଗରେ ୧୦୦ମି., ୨୦୦ମି. ୪୦୦ମି. ଦୌଡ଼ ପ୍ରତିଯୋଗିତା, ଜାଭାଲିନ୍, ସଟପୁଟ୍ ଓ ଡିସକସ୍ ଥ୍ରୋ ପ୍ରତିଯୋଗିତା, ଲମ୍ବା ଡିଆଁ ଓ ଉଚ୍ଚ ଡିଆଁ ପ୍ରତିଯୋଗିତାରେ ଶତାଧିକ ଛାତ୍ର-ଛାତ୍ରୀ ଭାଗ ନେଇ ନିଜ ନିଜର ଶାରୀରିକ ସାମର୍ଥ୍ୟକୁ ପ୍ରତିପାଦିତ କରିଥିଲେ। ସଫଳତା ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଇଂ ଜେନା, ଅଧ୍ୟକ୍ଷା ପ୍ରଧାନ, ବରିଷ୍ଠ ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର, ବରିଷ୍ଠ ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନାଙ୍କ ଦ୍ବାରା ମାନପତ୍ର ଓ କପ୍ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କ୍ରୀଡ଼ାଧ୍ବଜକୁ ଉତ୍ତୋଳନ ପୂର୍ବକ ଏହି ମହାକୁମ୍ଭକୁ ଆନୁଷ୍ଠାନିକ ଉଦଘାଟନ କରିଥିଲା ବେଳେ କ୍ରୀଡ଼ା ପ୍ରଶିକ୍ଷକ ନିଖିଳ କଳାକାର ପ୍ରଧାନ କ୍ରୀଡ଼ାଧ୍ବଜକୁ ଅବତରଣ କରିବା ସହ ଉତ୍ସବର ସମାପନ ହୋଇଥିଲା। ଅନ୍ତିମ ପୁରସ୍କାର ପର୍ବରେ ସହକାରୀ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ ମଞ୍ଚ ପରିଚାଳନା କରିଥିଲାବେଳେ ସଫଳ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନରେ ସହଯୋଗ କରିଥିଲେ ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ଭାରତୀ ବରୱା, ରଚନା ମିଶ୍ର, ଭାଗ୍ଯଶ୍ରୀ ମହାନ୍ତି। ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ ଅଧ୍ୟାପିକା ନିରୂପମା ବେହେରା, ନମିତା ଜେନା, ମୌସୁମୀ ଦାସ, ଅମି ଢୋଲକିଆ, ଅନାମିକା କୁଲ୍ଲୁ, ପ୍ରତିମା ପାଣିଗ୍ରାହୀ, ଅନୁପମା ଲୁଗୁନ, ଶର୍ମିଲା ମାଝି। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଅନୁପ ଏକ୍କା। କ୍ରୀଡ଼ା ମହାକୁମ୍ଭର ସମଗ୍ର ସଫଳତା ପାଇଁ ସହଯୋଗର ହାତ ବଢାଇଥିଲେ ଅଧ୍ୟାପକ ବନବିହାରୀ କିଷାନ, କରୁଣାକର ପାଟ୍ଟଶାଣୀ, ଅଜିତ୍ ବେକ, ବିକ୍ରମ ସାହୁ, ଜିତେନ୍ଦ୍ର ଡାକୁଆ, ଅନିଲ ରାମ, ସନ୍ତୋଷ ରଜକ, ରାଜକୁମାର ସାହୁ, ପ୍ରଭାତ ବଳ ଏବଂ କଲେଜର ସମସ୍ତ କର୍ମଚାରୀ ତଥା ସ୍ବେଛାସେବୀ ମନମୋହନ ଦାସ, ବିଶାଳ କୁମାର ରାମ, ଶିବମ ସିଂ, ଶୁଭମ୍ ଲୋହାର, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଚନ୍ଦା ସିଂହ, ପ୍ରଭାତୀ ସାହୁ, ସଂଧ୍ୟା ରାଣୀ ସାହୁ, ପ୍ରିୟଙ୍କା ବିଶ୍ଵକର୍ମା, ଅନୁପମା କୁମାରୀ, ଅଶୋକ କିଷାନ ପ୍ରମୁଖ। ଚଳିତବର୍ଷର ବରିଷ୍ଠ ବିଭାଗର ଦୌଡ଼କୁଦ ପ୍ରତିଯୋଗିତାରେ ଶ୍ରେଷ୍ଠ ଆଥଲେଟ୍ ଭାବେ ଗୋବିନ୍ଦ ମାହାତୋ, ଏଲିସା ବାରା ବିବେଚିତ ହୋଇଥିଲାବେଳେ କନିଷ୍ଠ ବିଭାଗର ସାବନ୍ ଟପ୍ପୋ ଓ ନେହା ଏକ୍କା ଶ୍ରେଷ୍ଠ ଆଥଲେଟ୍ ଭାବେ ପୁରସ୍କୃତ ହୋଇଥିଲେ । ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଗିରିଜା ଶଙ୍କର ସ୍ବାଇଁ ପୁରସ୍କୃତ ହୋଇଥିଲେ।
ରାଜ୍ୟ
ରାଉରକେଲା କଲେଜର ବାର୍ଷିକ କ୍ରୀଡା ମହାକୁମ୍ଭ:୨୦୨୩-୨୪ ଅନୁଷ୍ଠିତ
- Hits: 295








