ହେଡଲାଇନସ୍:

ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟ ବ୍ରହ୍ମପୁର ଶାଖା ତରଫରୁ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତ ଦୁଇ ଦିନ ତଥା ୧୬ ଏବଂ ୧୭ ତାରିଖ ଧରି ଚାଲିଥିବା କେନ୍ଦ୍ର ସରକାରଙ୍କ ଗତ ୯ ବର୍ଷ ର ସେବା , ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଏବଂ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ମିଶନ ଲାଇଫ୍ ଶୀର୍ଷକ ଏକ ଜନ ସଚେତନତା ଓ ଫଟୋ ଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ସଫଳତାର ସହ ଉଦଯାପିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆୟୋଜିତ ଏକ ବିଶାଳ ସଚେତନତା ସୃଷ୍ଟିକାରୀ ପଦଯାତ୍ରାକୁ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ କେ.ନାରାୟଣ ରାଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ଏହା ପାରଳାଖେମୁଣ୍ଡି ସହରର ମୁଖ୍ୟ ବଜାର ଛକ ଠାରୁ ଗଜପତି ପ୍ରାସାଦ ନିକଟସ୍ଥ ପ୍ରଦର୍ଶନୀ ସ୍ଥଳ ପର୍ଯ୍ୟନ୍ତ ଶୋଭାଯାତ୍ରାରେ କରିଥିଲା।
ଏହି ପଦଯାତ୍ରାକୁ ଭାରତ ସରକାରଙ୍କ ବ୍ରହ୍ମପୁର କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସଂଚାଳନା କରିଥିଲେ। ଏହା ପରେ ମାନ୍ୟବର ବିଧାୟକ ମହୋଦୟ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସଚେତନତା କର୍ମଶାଳାକୁ ପ୍ରଦୀପ ପଜ୍ଵଳନ କରି ଉଦ୍ଘାଟନ କରିଥିଲେ ଏବଂ ଏବଂ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଥିଲେ।
ପ୍ରଥମ ଦିନର କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଙ୍ଗଲ ଓ ପରିବେଶ କାର୍ଯ୍ୟାଳୟର ଅତିରିକ୍ତ ବଣ ସଂରକ୍ଷକ ଅଧିକାରୀ ଅନୁପ କୁମାର ବେହେରା ଏବଂ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନଆଚାଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଯୋଗଦେଇ କେନ୍ଦ୍ର ସରକାରଙ୍କ ଗତ ୯ ବର୍ଷ ସେବା , ସୁଶାସନ ଓ ଗରୀବ କଲ୍ୟାଣ ଯୋଜନା ଏବଂ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଗଞ୍ଜାମ-ଗଜପତି ଜିଲ୍ଲାର କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ସମସ୍ତଙ୍କୁ ସ୍ଵାଗତ କରିବା ସହ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।
ପରେ ବିଭାଗୀୟ କଳାକାର ଏବଂ ସ୍ଥାନୀୟ ପଦାମୃତ ନୃତ୍ୟାୟନ ଅନୁଷ୍ଠାନର କଳାକାର ମାନେ ଉପସ୍ଥିତ ଲୋକମାନଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ।
ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ତଥା ଉଦଯାପନୀ ଦିନରେ ଆୟୋଜନ ଆଲୋଚନାଚକ୍ର ରେ ରାଷ୍ଟ୍ରପତି ପଦକ ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ବିନୋଦ ଚନ୍ଦ୍ର ଜେନା , ବିଶିଷ୍ଟ ଗବେଷକ ତଥା ଅବସରପ୍ରାପ୍ତ ରାଜସ୍ବ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗଦାନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ପରିବେଶ ସୁରକ୍ଷା ଉପରେ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ପରେ ଏହି ଅବସରରେ ଅନୁଷ୍ଠିତ ଦଉଡ଼ି ଟାଣିବା ଏବଂ ମ୍ୟୁଜିକଲ ଚୈର ଭଳି ପାରମ୍ପରିକ ଖେଳ ପ୍ରତିଯୋଗିତାର ବିଜେତା ମାନଙ୍କୁ ମେଧାବୀ ପ୍ରମାଣ ପତ୍ର ଓ ପୁରସ୍କାର କ୍ଷେତ୍ର ପ୍ରଚାର କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ବିଭାଗୀୟ କଳାକାର ମାନଙ୍କ ଦ୍ବାରା କୁଣ୍ଢେଇ ନାଚ , କାଲାଘୁଡୁକି , ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ତା ସହିତ ପାରଳାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର ବାଳିକା କଳାକାର ମାନେ ସମ୍ବଲପୁରୀ ନୃତ୍ୟ ଏବଂ ମିରାକେଲ ଷ୍ଟୁଡିଓ ର କୁନି କୁନି କଳାକାର ମାନେ ଆଧୁନିକ ନୃତ୍ୟମାନ ପ୍ରତିଭାଗି ମାନଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ପରିବେଷଣ କରିଥିଲେ। ଶେଷରେ କ୍ଷେତ୍ର ପ୍ରଚାର ଅଧିକାରୀ ମନମୋହନ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଦୁଇ ଦିନିଆ କେନ୍ଦ୍ରୀୟ ଯୋଜନା ସଚେତନତା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ବର୍ଗର ଶହଶହ ଲୋକ ଅତି ଉତ୍କଣ୍ଠାର ସହିତ ଯୋଗାଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିବା କଳାକାର ଓ ସେମାନଙ୍କ ଅନୁଷ୍ଠାନ ଗୁଡ଼ିକୁ ପ୍ରମାଣପତ୍ର ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ପ୍ରଚାର ପତ୍ରମାନ ପ୍ରଦର୍ଶନୀ ସ୍ଥଳ ଆସୁଥିବା ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା।

0
0
0
s2sdefault