ହେଡଲାଇନସ୍:

ଗୁଣୁପୁର ଠାରେ ରବିପାଢି ଙ୍କ ପୂଣ୍ଯତିଥିରେ କୃଷକଙ୍କ ସମ୍ବର୍ଦ୍ଧିତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଅଗ୍ରଣୀ କୃଷକ ତଥା ବିଜୁବାବୁଙ୍କ ଏକାନ୍ତ ପଟଶିଷ୍ଯ ସ୍ବର୍ଗତ ରବିପାଢି ଙ୍କ ତୃତିୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ସ୍ଥାନୀୟ ପଣଷଗୁଡା ସ୍ବାଭିମାନ ଛକ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛକରେ ସ୍ଥାପିତ ହୋଇଥିବା ସ୍ବର୍ଗତ ପାଢି ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ଯ କରି ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଚାରି ପ୍ରହର ନାମଯଜ୍ଞ ଓ ପ୍ରଶାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହାସହ ଉଚ୍ଚଶିଷା ସାରିବା ପରେ ଚାଷକୁ ଭଲ ପାଇ ଡ୍ରୋନ ଦ୍ବାରା କିଟନାଷକ ଓ ସାର ଛିତ୍ସନ କରିବା ମେସିନ ବାହାର କରି ଚର୍ଚ୍ଚାରେ ରହିଥିବା ପନୋରୁ. ବାବୁରାଓଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ମୃତି କମିଟିର ସଭାପତି ଲକ୍ଷ୍ମୀଚାନ୍ଦ ସାହୁ, ସମ୍ପାଦକ ପତିତପାବନ ପଣ୍ଡା, ବରିଷ୍ଠ ସଦଶ୍ଯ ଲୋକନାଥ ପାଢି, କୁଜଂ ମିଶ୍ର, ନୀଳମାଧବ ପାଢିଙ୍କ ସମେତ ସ୍ଥାନୀୟ ସରପଞ୍ଚ ବିକ୍ରମ ଶବର, ବିଧାୟକ ରଘୁନାଥ ଗମାଙ୍ଗ, ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ, ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ଗମାଙ୍ଗ, ବରିଷ୍ଠ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ଫଣୀ ଭୁଷଣ ପଟ୍ଟନାୟକ, ଦେବୀ ଆଚାର୍ଯ୍ୟ, ସମାଜସେବୀ ଅକ୍ଷୟ ଦାସ, ସଂଜୟ ସାହୁ, ଛାତ୍ର ନେତା ପିଙ୍କୁ ପଣ୍ଡା, ଯୁବ ନେତା ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ମୃତି ସଭାରେ ଉମା ଦାସ ସଂଯୋଜନା କରିଥିବା ବେଳେ ରମେଶ ମିଶ୍ର ମାନପତ୍ର ପଠନ କରିଥିଲେ।

 

0
0
0
s2sdefault