ହେଡଲାଇନସ୍:

ଜିଲ୍ଲାପାଳଙ୍କୁ ଭେଟିଲେ ଏନୱାଇ ଜାତୀୟ ଯୁବ ମୟୁରଭଞ୍ଜ ୟୁନିଟ ସଦସ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର - ଆଜି ଏନୱାଇପି ସଂଗଠନର ସଦସ୍ୟ ଜିଲ୍ଲାପାଳଙ୍କୁ ଭେଟି ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନୁମତି ଓ ସୂଚନାପତ୍ର ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ମହାତ୍ମାଗାନ୍ଧୀଙ୍କ ଦିଗଦର୍ଶନରେ ଆଜୀବନ ଦେଶର ସେବା କରିଥିବା, ସ୍ବର୍ଗତ ଡ଼ ଏସ ଏନ ସୁଵାରାଓ ଜାତୀୟ ଯୁବ ପ୍ରକଳ୍ପ ନାମକ ସଂଗଠନର ପ୍ରତିଷ୍ଠା, ଦେଶରେ ରହିଥିବା ବିଭିନ୍ନ ଧର୍ମ, ଜାତି, ଭାଷାଭାସି ଯୁବବର୍ଗଙ୍କୁ ଯୋଡି ରଖିବା ପାଇଁ କରିଥିଲେ। ଆଜି ଭାରତର ଲକ୍ଷାଧିକ ଯୁବକ ଯୁବତୀ ଏନୱାଇପି ସଙ୍ଗଠନ ସହିତ ଯୋଡି ହୋଇ ଦେଶରେ ଶାନ୍ତି ଓ ଏକତା ରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି। ଭାରତ ସହିତ ଆମେରିକା, ନେପାଳ, ବଙ୍ଗଳାଦେଶ, ଶ୍ରୀଲଙ୍କା ପରି ଅନେକ ଦେଶ ମଧ୍ୟ ସୁବରାଓଙ୍କ ସଙ୍ଗଠନ ସହିତ ଯୋଡି ହୋଇ ଏକତା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛନ୍ତି। ସେହିପରି ଓଡ଼ିଶାର ସଂଯୋଜକ ତଥା ଭାରତର ଟ୍ରଷ୍ଟି ସଦସ୍ୟ ବିଶିଷ୍ଟ ସମାଜସେବୀ ମଧୁସୂଦନ ଦାସଙ୍କ ନିର୍ଦ୍ଧେଶ କ୍ରମେ 2014ମସିହା ଠାରୁ ମୟୂରଭଞ୍ଜ ଜିଲ୍ଲାରେ ସଙ୍ଗଠନ କାର୍ଯ୍ୟ କରୁଥିବା ବେଳେ 2016ରୁ ପଞ୍ଜିକୃତ ହୋଇ କାର୍ଯ୍ୟ କରିଆସୁଛି। ଶିକ୍ଷା, ସ୍ୱାସ୍ଥ୍ୟ, ସଚେତନତା, ତଥା ସାଂସ୍କୃତିକ ବିକାଶ ଦିଗରେ ଜିଲ୍ଲା କମିଟିର ଲଗାତାର ପ୍ରୟାସ ପରେ କେନ୍ଦ୍ରୀୟ କମିଟି ମୟୂରଭଞ୍ଜ ଜିଲ୍ଲାରେ ଜାତୀୟ କାର୍ଯ୍ୟକ୍ରମ ପାଇଁ ଗୋଟେ ପ୍ରକାର ସବୁଜ ସଂକେତ ଦେଇଛନ୍ତି। ପାଖାପାଖି 20ରୁ ଉର୍ଦ୍ଧ ଭିନ୍ନ ରାଜ୍ୟର ସଦସ୍ୟ ସହିତ ବଙ୍ଗଳାଦେଶ ଏବଂ ନେପାଳ ଦେଶର ସଦସ୍ୟଙ୍କୁ ନେଇ ଜିଲ୍ଲାରେ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତତି ଚାଲିଛି। ଏହା ଜିଲ୍ଲା ଓ ରାଜ୍ୟ ପାଇଁ ମଧ୍ୟ ଏକ ସମ୍ମାନର ପ୍ରଶ୍ନ ହୋଇଥିବା ହେତୁ ଆସିବାକୁ ଥିବା 300ରୁ ଉର୍ଦ୍ଧ ବାହାର ରାଜ୍ୟର ଯୁବ ସଦସ୍ୟ ମାନଙ୍କ ଉଚିତ ଆତିତାଥ୍ୟ ପାଇଁ ପ୍ରଶାସନିକ ବ୍ୟବସ୍ଥା ଓ ସହିଯୋଗ ଆବଶ୍ୟକ। ଏଣୁ ମୟୂରଭଞ୍ଜ ଏନୱାଇପି ପରିଚାଳନା କମିଟିର ଉପସଭାପତି ଅଶୋକ କୁମାର ପୃଷ୍ଟି, ପରିଚାଳନା ସଭାପତି ସମରେନ୍ଦ୍ର ବସାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଭିନୀତ କୁମାର ଭାରଦ୍ୱାଜଙ୍କୁ ଭେଟି ଅନୁମତି ଓ ସୂଚନା ପତ୍ର ଦାଖଲ କରିଛନ୍ତି। ତେବେ ଲୋକପ୍ରିୟ ଜିଲ୍ଲାପାଳ ଭାବେ ଭିନୀତ କୁମାର ଭରଦ୍ୱାଜ ମଧ୍ୟ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ପ୍ରଶାସନ ପାଖରୁ ଯାହା ସାହାର୍ଯ୍ୟ ଦରକାର ତାହା ଯୋଗାଇ ଦେବାକୁ କହିଛନ୍ତି। ପରବର୍ତୀ ବୈଠକ ହେଲେ କାର୍ଯ୍ୟକ୍ରମ ଖୋସଡ଼ା ଜିଲ୍ଲାପାଳଙ୍କ ନିକଟରେ ଦିଆଯିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।ଆସନ୍ତା ଜାନୁଆରୀ 2024 ମସିହା 25ତାତିଖ ଠାରୁ 28ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଯୁବ ସାଂସ୍କୃତିକ ଏକତା କାର୍ଯ୍ୟକ୍ରମ କରାଯିବ ଏବଂ ଚାରିଦିନ ମଧ୍ୟରୁ ଗୋଟିଏ ଦିନ ରାଇରଙ୍ଗପୁର ଏବଂ ଅନ୍ୟ ଗୋଟିଏ ଦିନ ଉଦଳା ଠାରେ ମଧ୍ୟ ଏହି ରାଜ୍ୟ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାଯାଇଛି। ଜିଲ୍ଲା ସଂଯୋଜକ ମଳୟ ନାୟକ ଙ୍କ ସହିତ ବରିଷ୍ଠ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ର, ଲମ୍ବୋଦର ନାଏକ, ଶିବନାରାୟଣ ପରିଡା, ମାନସ କୁମାର ପୃଷ୍ଟି, ସୁନନ୍ଦା ମୋଦି, ମଧୁସ୍ମିତା ପାଣି, ପୂଜା ମିଶ୍ର, ଅଶ୍ୱନୀ କୁମାର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ।

0
0
0
s2sdefault