
(ନିଶ୍ଚିନ୍ତକୋଇଲି-ଶାସକପ୍ରଶାସକ): ମାଳିକା ପ୍ରସିଦ୍ଧ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପ୍ରସିଦ୍ଧ ପଦ୍ମବନ ପୀଠ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ପୀଠର ଉନ୍ନତିକରଣ ନିମନ୍ତେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 23 କୋଟି 3 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି l ଯାହାପାଇଁ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଭକ୍ତ ସମାଜ ତଥା ଅଞ୍ଚଳବାସୀ ଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ସଚିବ ଭିକେ ପାଣ୍ଡିଆନ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ବିମଳ ଦାସ, ସରପଞ୍ଚ ସସ୍ମିତା ମହାନ୍ତି, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ, ମନୋଜ କୁମାର ମହାନ୍ତି, ବିଜେଡି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ବରିଷ୍ଟ ନାଗରିକ ଶତ୍ରୁଘ୍ନ ଦାସ, ଅକ୍ଷୟ କୁମାର ଦେ ଙ୍କ ସମେତ ଭକ୍ତ ସମାଜ ତଥା ସ୍ଥାନୀୟ ଅଞ୍ଚଳ ବାସୀ ଯୋଗଦାନ କରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ ଜ୍ଞାପନ କରିଛନ୍ତି l








