ହେଡଲାଇନସ୍:

ମାଁ ଦୁର୍ଗା ଙ୍କର କଲସଯାତ୍ରା: କଲସଯାତ୍ରା ଅଵସର ରେ ଝିଅ ଜ୍ୱାଇଁ ଙ୍କୁ ଭବ୍ୟ ସ୍ୱାଗତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ :- ଗତ 26 ବର୍ଷ ହେଲା ପାଇକମାଲ ବ୍ଲକ ନୃସିଂହନାଥ ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ମାଁ ଜଗତଜନନୀ ଦୁର୍ଗା ଙ୍କର ଶାରଦୀୟ ପୂଜା ପୂର୍ଣ ଶ୍ରଦ୍ଧା ଓ ଭକ୍ତି ପୂର୍ଣ ପରିବେଶ ରେ ହୋଇ ଆସୁଛି । ଦୂର୍ଗା ପୂଜା ସମୟ ରେ ମହାପ୍ରଭୁ ନୃସିଂହନାଥ ଙ୍କର ଦର୍ଶନ ପାଇଁ ହେଉ କି ବିଶ୍ୱ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ହେଉ , ଏହି ସମୟ ରେ ଆସୁଥିବା ଯାତ୍ରୀ ତଥା ପର୍ଯଟକ ଙ୍କୁ ଆକୃଷ୍ଟ କରିଥାଏ ଜର୍ଜଗଡ଼ ର ଦୁର୍ଗାପୂଜା ।
ଆଜି ପବିତ୍ର ଷଷ୍ଠୀ ତିଥି ରେ ମାଁ ଙ୍କର ପୂଜା ଆରମ୍ଭ ପାଇଁ କଳସ ଯାତ୍ରା ର ବିଧି ରହିଥାଏ । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରାମ ବାସୀ ମାନେ ପବିତ୍ର ଝରଣା ରୁ ଦେବୀ ଙ୍କର ପୂଜା ପାଇଁ ସ୍ଥାପନ ହେଉଥିବା କଳସ ରେ ଜଳ ସଂଗ୍ରହ କରିଥାନ୍ତି । ଚଳିତ ବର୍ଷ ପୂଜା କମିଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟିକା ଙ୍କୁ ଏହି ପବିତ୍ର କଳସ ଯାତ୍ରା ରେ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା । ଗ୍ରାମ ବାସୀ ମାନଙ୍କ ଇଛା କୁ ସମ୍ମାନ ଜଣାଇ ବିଧାୟିକା ବର୍ଷା କଳସ ଯାତ୍ରା ରେ ସାମିଲ ହେବା ପାଇଁ ସହମତି ପ୍ରଦାନ କରିଥିଲେ । ଆଜି କଳସ ଯାତ୍ରା ବାହାରିବା ପୂର୍ବରୁ ବିଧାୟିକା ବର୍ଷା ଙ୍କର ସହିତ ତାଙ୍କର ସ୍ୱାମୀ ଶ୍ରୀ ସ୍ମୁତି ସୌରଭ ବଳିୟାର ସିଂ ପହଁଚିବା ପରେ ଜର୍ଜଗଡ଼ ଗ୍ରାମ ବାସୀ ଙ୍କର ଖୁସି କହିଲେ ନ ସରେ । ଏଠାରେ ସୂଚନାଯୋଗ୍ୟ ଯେ ବିଧାୟିକା ବର୍ଷା , ଲୋକଙ୍କ ମୁହଁରୁ ନିଜ ପ୍ରତି ବିଧାୟିକା ସମ୍ବୋଧନ ଶୁଣିବା ଅପେକ୍ଷା ଝିଅ କିମ୍ବା ଭଉଣୀ ଓ ନାନୀ ସମ୍ବୋଧନ ଶୁଣିବାର ଇଛା ରଖିଥାନ୍ତି । ନିର୍ବାଚନ ମଣ୍ଡଳୀର ସମସ୍ତ ବୟୋଜ୍ୟେଷ୍ଠ ମାନେ ତାଙ୍କୁ ଝିଅ ର ସ୍ନହେ ଓ ସାନ ମାନେ ନାନୀ ର ସମ୍ମାନ ଦେଇଥାନ୍ତି । ସେହି ହିସବରେ ଦେଖିବାକୁ ଗଲେ ଆଜି ପ୍ରଥମ ଥର ବିଧାୟିକା ଓ ତାଙ୍କର ସ୍ୱାମୀ ଜର୍ଜଗଡ଼ ପୂଜା ର କଳସ ଯାତ୍ରା ରେ ସାମିଲ ହୋଇଥିବାରୁ ଗ୍ରାମ ବାସୀ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ଅନ୍ୟ ପଟେ ମାନ୍ୟବର ବିଧାୟିକା ତଥା ତାଙ୍କର ସ୍ୱାମୀ ଏହି ଭକ୍ତି ପୂର୍ଣ୍ଣ ଯାତ୍ରା ରେ ସାମିଲ ହୋଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି ।
ଜର୍ଜଗଡ଼ ଦୁର୍ଗା ପୂଜା କମିଟି ଓ ଗ୍ରାମ ବସି ଙ୍କର ଦ୍ୱାରା ଆୟୋଜିତ ଏହି ଭବ୍ୟ ଓ ପବିତ୍ର କଳସ ଯାତ୍ରାରେ ବିଧାୟିକା ଓ ତାଙ୍କ ସ୍ୱାମୀ ଙ୍କର ବ୍ୟତୀତ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ଓ ତାଙ୍କର ସ୍ୱାମୀ ଶ୍ରୀ ଗୌତମ ସିଂ , ପାଇକମାଲ ଥାନା ର ଶବ ଇନ୍ସପେକ୍ଟର ଶ୍ରୀମତୀ ଚୁମ୍କି ପ୍ରଭା ନାଥ ,ଙ୍କର ସମେତ ଗ୍ରାମର ପ୍ରାୟ 200 ରୁ ଅଧିକ ମହିଳା ସାମିଲ ହୋଇଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ନିଜର ଉପସ୍ଥିତି ଜାହିର କରିଥିଲେ । ଆସନ୍ତା ପାଞ୍ଚ ଦିନ ବ୍ୟାପି ହେବାକୁ ଥିବା ମାଁ ଦୂର୍ଗା ଙ୍କର ପୂଜା ରେ ସ୍ଥାନୀୟ ଜନସାଧାରଣ ଙ୍କର ନିକଟରୁ ସମସ୍ତ ପ୍ରକାର ସହଯୋଗ ର କାମନା କରିଛନ୍ତି ଜର୍ଜଗଡ଼ ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ।

0
0
0
s2sdefault