ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୭ସ୍ଥିତ ଓଡ଼ିଆ ମାଧ୍ୟମ ଚିନ୍ମୟ ବିଦ୍ୟାଳୟ ଠାରେ ମାତୃ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇ ସୁଜାତା ଙ୍କ ଅଧ୍ୟକ୍ଷତା ଓ ରାଉରକେଲା ଚିନ୍ମୟ ମିଶନର ଆଚାର୍ଯ୍ୟ ପୂଜ୍ୟ ସ୍ବାମୀ ଅରୂପାନନ୍ଦଜୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ମାତୃ ପୂଜାର ମହତ୍ତ୍ଵ ବିଷୟରେ ଅବଗତ କରାଇବା ସହ ମାତୃଶକ୍ତି କୁ ଶ୍ରଦ୍ଧା, ସମ୍ମାନ ଓ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସେମାନଙ୍କର ମା' ମାନଙ୍କୁ ଫୁଲ,ଚନ୍ଦନ, ଧୂପ,ଦୀପ ଆଦି ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ପୂଜାର୍ଚ୍ଚନା ପରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
ରାଜ୍ୟ
ଚିନ୍ମୟ ବିଦ୍ୟାଳୟରେ ମାତୃପୂଜା
- Hits: 250








