ଗାଇସିଲାଟ/ମନ ଡନସନା - ଜିଲ୍ଲା ପ୍ରଶସନ,ୟୁନିସେଫ , ଏଡ୍ ଏଟ୍ ଆକ୍ସନ ଓ ମହିଳା ଓ ଶିଶୁ ବିକାଶ ବିଭାଗ ର ମିଳିତ ଉଦ୍ୟମ ରେ ବିଜେପୁର ବ୍ଲକ ର ଭଟିଗାଁ ରେ ସୁରକ୍ଷିତ ସ୍ଥାନାନ୍ତରଣ ଏଵଂ ଶିଶୁ ଚାଲାଣ ପ୍ରତିକାର ଉପରେ ବିଭିନ୍ନ ହିତାଧିକାରୀ ଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯକ୍ରମ ରେ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂସହାୟକ ଗୋଷ୍ଠୀ, କିଶୋର କିଶୋରୀ, ୱର୍ଡମେମ୍ୱର, ସରପଞ୍ଚ ,ସମିତି ସଭ୍ୟ,ପ୍ରବାସ ଯାଉଥିବା ପରିବାର ସହ ଅନ୍ୟାନ୍ୟ ଗ୍ରାମବାସୀ ଙ୍କୁ ସଚେତନ କରାଗଲା। ଏହି ସଚେତନା କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜକ ଏଡ୍ ଏଟ୍ ଆକ୍ସନ ଝାରବନ୍ଧ, ହୀନା ବାରିକ ସମସ୍ତଙ୍କୁ ସ୍ବାଗତ ଜଣାଇ ସଭାକୁ କିପରି କାର୍ଯ୍ୟକରିବା ସେ ନେଇ ବୁଝାଇଥିଲେ । ତଋଣସେନ୍ ପୃଷେଠ ବରଗଡ ଜିଲ୍ଲା ସଂଯୋଜକ ଏଡ୍ ଏଟ୍ ଆକ୍ସନ ସଭା ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ,ପ୍ରବାସୀ ଓ ତାଙ୍କୁ ନେଇ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜଣାଇଥିଲେ ଓ କିପରି ଦାଦନ ଶ୍ରମିକ ଚାଲାଣ ର ଶିକାର ନ ହେବେ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଓ ଶିଶୁ ଚାଲାଣ ପ୍ରତିକାର ,migration monitoring registers ର ମୂଳ ଉଦ୍ଦେଶ୍ୟ ଓ ଏହାକୁ କିପରି ଆମେ ଗାଇସିଲେଟ ବ୍ଲକ ରେ ମଧ୍ୟ ଦେଇ ପାରିବା ସେ ନେଇ ବୁଝାଇଥିଲେ । ଭଟିଗାଁ ସରପଞ୍ଚ ପ୍ରବାସ ଯାଉଥିବା ଶିଶୁ ମାନଙ୍କୁ ଋତୁକାଳୀନ ଆବାସିକ ଶିକ୍ଷା କେନ୍ଦ୍ର ରେ ନିୟୋଜିତ କରିବା ପାଇଁ ଦାୟୀତ୍ଵ ନେବା ପାଇଁ ନିଷ୍ପତ୍ତି ନେଲେ। ସି ଡି ପି ଓ ବିଜେପୁର ପ୍ରବାସ ଯାଉଥିବା ପରିବାର କୁ କିପରି ରେଜିଷ୍ଟ୍ରେସନ କରି ଦାଦନ ଯିବେ ଓ ସରକାରୀ ସୁବିଧା ପାଇବେ ସେ ନେଇ ସଚେତନ କରିବେ ଓ ସମସ୍ତ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ମଧ୍ୟ ସଚେତନା କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ସଭା ର କାର୍ଯ୍ୟ ବିବରଣୀ ହେଲା ପ୍ରବାସ ପ୍ରବଣ ଅଞ୍ଚଳରେ ରେ ଅଙ୍ଗନୱାଡି କର୍ମୀ, ଆଦ୍ଵିକା ଗୋଷ୍ଠୀ, ଆଶା କର୍ମୀ ପ୍ରବାସ ପୂର୍ବରୁ ଗ୍ରାମ ରେ ସଚେତନା କାର୍ଯ୍ୟକ୍ରମ କରିବେ। ୱାଡମେମ୍ୱର ପ୍ରବାସୀ ପରବାର ର ଲୋକଙ୍କୁ MGNREGA କାମ ରେ ସଂପୃକ୍ତ କରିବାପାଇଁ ଦାୟିତ୍ଵ ନେଲେ। ସରପଞ୍ଚ ଙ୍କ ସହ ସ୍କୁଲ କତୃପକ୍ଷ ପଂଚାୟତ ଗୁଡିକରୁ ବ୍ଲକ୍ ଶିକ୍ଷଧିକାରୀ ଙ୍କୁ ଋତକାଳୀନ ଛାତ୍ରାବାସ ପାଇଁ ଆବେଦନ ପତ୍ର ଦେବା ପାଇଁ ନିଷ୍ପତ୍ତି ନିଆଗଲା। ବିଦ୍ୟାଳୟ ର କତୃପକ୍ଷ ସହ ଆଦ୍ଵିକା ପିଲା ମାନେ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ବିଦ୍ୟାଳୟ ରେ ପୁନଃ ନାମଲେଖା ପାଇଁ ଦାୟିତ୍ଵ ଗ୍ରହଣ କରିବେ।
ରାଜ୍ୟ
ଶିଶୁ ଚାଲାଣ ପ୍ରତିକାର ଓ ସଚେତନତା କାର୍ଯ୍ୟକ୍ରମ
- Hits: 211








