ହେଡଲାଇନସ୍:

ରୋଟାରୀ କ୍ଳବ୍ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଆରଏଲଆଇ ସ୍ନାତକ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ରୋଟାରୀଆନ ମାନଙ୍କ ପାଇଁ ଏକ ନେତୃତ୍ୱ ପ୍ରଶିକ୍ଷଣ ସ୍ନାତକ କାର୍ଯ୍ୟକ୍ରମ ଆରଏଲଆଇ ଅଂଶ ୧ ଓ ଅଂଶ ୩ ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଉରକେଲା ଭାଇବ୍ରାଣ୍ଟର ସଭାପତି ରୋଟାରୀଆନ ଗଣେଶ୍ୱର ପଟ୍ଟନାୟକ ସଭାପତିତ୍ବ ଓ ପିଡିଜି ରୋଟାରୀଆନ ଫକୀର ଚରଣ ମହାନ୍ତି ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୬୨, ଜୋନ୍ ୬ ଭୁବନେଶ୍ୱର ର ପ୍ରାକ୍ତନ ପିଡିଜି ଦିଲ୍ଲିପ ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ରୋଟାରୀଆନ ମାନଙ୍କୁ ନେତୃତ୍ୱ, ଆତ୍ମବିଶ୍ବାସ, ଜ୍ଞାନ ତଥା ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ୩୨୬୧ର ବିଭିନ୍ନ ରୋଟାରୀ କ୍ଲବ ରୁ ଆରଏଲଆଇ ଅଂଶ ୧ରେ ୧୪ ଜଣ ଓ ଅଂଶ ୩ରେ ୧୮ଜଣ ରୋଟାରୀଆନ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମନଜିତ ସିଂ ଆରୋରା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି ଶିକ୍ଷା ରୋଟାରୀଆନ ମାନଙ୍କୁ ସାମାଜିକ ପ୍ରତିବଦ୍ଧତା , ନେତୃତ୍ୱ ଓ ଆତ୍ମବିଶ୍ବାସ ବୃଦ୍ଧିରେ ସାହାଯ୍ୟ କରିବ ବୋଲି ମତ ରଖିଥିଲେ। ଏହି କର୍ମଶାଳାରେ ଆରଏଲଆଇ ଅଂଶ ୧ ରେ ଅଂଶଗ୍ରହଣ କରିଥିବା ରୋଟାରଆନ ମାନଙ୍କୁ ପ୍ରମାଣ ପତ୍ର, ଅଂଶ ୩ରେ ଅଂଶଗ୍ରହଣ କରିଥିବା ସମସ୍ତ ରୋଟାରୀଆନ ଙ୍କୁ ସ୍ନାତକ ପ୍ରମାଣ ପତ୍ର ସହ ରୋଟାରୀ ସ୍ନାତକ ପିନ୍ ଅତିଥି ମାନେ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଅନ୍ୟତମ କର୍ମକର୍ତ୍ତା ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଙ୍କ ସହ ସମସ୍ତ ରୋଟାରୀଆନ ଆଲାମ ସିଂ ରୁପ୍ରା, ଶମ୍ଭୁ ଜଗତରାମକା,ପିପି ଡ଼ଃ ଅଞ୍ଜନା ମୈତ୍ର, ପିଟି ପରଭେଜ ଅଲୀ ଖାନ୍,ପିପି ଡ଼ା ପି କେ ବର୍ମା, ଅର୍ଚ୍ଚନା ମହାନ୍ତି,ପିଉ ଗୁହା,ଅଜିତ ମୋହନ ପୂଝାରୀ, ଡ଼ଃ ମୀନତି ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ସଭାପତି ରୋଟାରୀଆନ ଗଣେଶ୍ୱର ପଟ୍ଟନାୟକ ସ୍ବାଗତ ଭାଷଣ, ଅତିଥି ପରିଚୟ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

0
0
0
s2sdefault