ହେଡଲାଇନସ୍:

ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ତଥା କାର୍ଯ୍ୟର ସୁରକ୍ଷା ପାଇଁ ସୁରକ୍ଷା ସମ୍ମିଳନି ଆୟୋଜିତ କରିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ଓଡ଼ିଶା, ୧୯.୧୦.୨୦୨୩: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡ଼ା ପ୍ଲାଂଟରେ ସୁରକ୍ଷା ସଂପର୍କିତ ଜ୍ଞାନର ଆଦାନ ପ୍ରଦାନ ଓ ଔଦ୍ୟୋଗୀକ ସୁରକ୍ଷା ଅଭ୍ୟାସ ଆବଶ୍ୟକତା ଉପରେ ଏକ ଅଧିବେଶନ ଆୟୋଜନ କରିଥିଲା । ଆଇନ ଶୃଙ୍ଖଳା ଓ ଔଦ୍ୟୋଗିକ ସୁରକ୍ଷା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସଂଯୋଗକୁ ନେଇ ଅଧିବେଶନରେ ଗୋଷ୍ଠୀର ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବିଭିନ୍ନ ଶିଳ୍ପ ସୁରକ୍ଷା ଅଧିକାରୀ ଓ ପୋଲିସ ଅଧୀକ୍ଷକଙ୍କ ସମେତ ୮୦ରୁ ଅଧିକ ବିଶିଷ୍ଟ ପୋଲିସ ଅଧିକାରୀ ତଥା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 ଓଡ଼ିଶାର ପୂର୍ବତନ ଆଇପିଏସ ବି.କେ. ଶର୍ମା ପୋଲିସ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଉପରେ ଏକ ଉତ୍ସାହ ଜନକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମ୍ମିଳନୀ କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କୁ ଆମନ୍ତ୍ରଣ କରିବା ଲାଗି ଡିଜାଇନ କରାଯାଇଥିଲା । ଏହି ଆଲୋଚନାରେ ସମସ୍ତଙ୍କ ପାଇଁ ଉନ୍ନତ ସୁରକ୍ଷା ଉପରେ ଉପଯୋଗୀ ଅନେକ ମୂଲ୍ୟବାନ ତଥ୍ୟ ପ୍ରଦାନ କରାଯାଇଥିଲା

 ଏହି ବିସ୍ତୃତ ଜ୍ଞାନ ଆଦାନ ପ୍ରଦାନ ଅଧିବେଶନରେ ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ ବ୍ୟବସାୟ ମତ ଦେଇଥିଲେ ଯେ ସୁରକ୍ଷା ଓ ନିରାପତା ଉପରେ ଆମର ସର୍ବଦା ଧ୍ୟାନ ରହି ଆସିଛି । ବେଦାନ୍ତ ଆଲୁମିନିୟମ ଗୋଷ୍ଠୀ ସୁରକ୍ଷା ଓ କଲ୍ୟାଣକୁ ପ୍ରାଥମିକତା ଦେଇ ମୌଳିକତାକୁ ବଜାୟ ରଖେ । ଆମେ ଉତ୍ସାହର ସହ ସହଯୋଗୀ ପ୍ଲାଟଫର୍ମ ଗୁଡ଼ିକୁ ଗ୍ରହଣ କରୁ ଯାହା ଦ୍ୱାରା ସଙ୍କଟ ସମୟରେ ପାରସ୍ପରିକ ସମର୍ଥନ ମିଳିପାରିବ । ବେଦାନ୍ତ ଉତ୍ସ ବାଂଟିବାରେ ଉତ୍ସର୍ଗୀକୃତ ଓ ଆଇନପ୍ରଣୟନକାରୀ ଏବଂ ଶିଳ୍ପ ସହଭାଗୀଙ୍କ ସହ ମିଶି କାମ କରୁଛି ।

 ଶିଳ୍ପ ବାହିନୀ ଓ ପୋଲିସ ସମ୍ବିଧାନର ପ୍ରକୃତି ଉପରେ ନିଜର ମତ ଦେଇ ବି.କେ. ଶର୍ମା କହିଥିଲେଯେ- ଶିଳ୍ପ ସଂସ୍ଥା ଓ ଆଇନ ଶୃଙ୍ଖଳା ମଧ୍ୟରେ ପ୍ରଭାବଶାଳୀ ସହଯୋଗ ଦ୍ୱାରା ଅନେକ ବିପଦରୁ ସୁରକ୍ଷା ମିଳିପାରିବ । ଅଧିକ ନିରାପତା ଲାଗି କଠୋର ଅନୁପାଳନ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯିବା ଉଚିତ । ଆଲୋଚନା ଓ ଅଗ୍ରଣୀ ସହଯୋଗୀ ପ୍ଲାଟଫର୍ମ ସହ ସଂପର୍କ ରକ୍ଷା ପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି । ଏହା ଦ୍ୱାରା ପାରସ୍ପରିକ ସହଯୋଗ ବୃଦ୍ଧି ପାଇବା ସାଙ୍ଗକୁ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ।

 ଭବିଷ୍ୟତର ଧାତୁର ପ୍ରତିଶ୍ରୁତିକୁ ସୁନିଶ୍ଚିତ କରିବା ପାଇଁ ବେଦାନ୍ତ ଆଲୁମିନିୟମ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରୁଛି । ଏ କ୍ଷେତ୍ରରେ ସଂସ୍ଥା ପକ୍ଷରୁ ନିଆଯାଇଥିବା କିଛି ପ୍ରୟାସ ଗୁଡ଼ିକ ଏହିପରି-

  • ବେଦାନ୍ତ ଆଲୁମିନିୟମ ବର୍ଦ୍ଧିତ କର୍ମଚାରୀଙ୍କ ପାଇଁ ବିସ୍ତୃତ ରିଅଲିଟି ସହ ଉନ୍ନତ ଜ୍ଞାନ କୌଶଳକୁ ନିୟୋଜିତ କରିଛି । ସୁରକ୍ଷା ବ୍ୟବସ୍ଥା ଓ ଜ୍ଞାନ ଧାରଣକୁ ବଢାଇବା ସହ ଏକ ନିରାପଦ କର୍ମ ସଂସ୍କୃତି ପ୍ରଣୟନ କରିଛି ।
  • ବେଦାନ୍ତର ସଜାଗ ସୁରକ୍ଷା ବାହିନୀ ୨୪/୭ କମାଣ୍ଡ ସେଂଟର ପରିଚାଳନା କରୁଛନ୍ତି ଓ ସଂପତିର ସୁରକ୍ଷା ପାଇଁ ସତର୍କ ଅଛନ୍ତି ।
  • ସମଗ୍ର ଗୋଷ୍ଠୀର ବିକାଶ ଓ ସମର୍ଥନକୁ ଲକ୍ଷ୍ୟ ରଖି ଏକ ଅଗ୍ରଣୀ ପାଇଲଟ ପ୍ରୋଜେକ୍ଟର, ତୃତୀୟଳିଙ୍ଗୀ ଗୋଷ୍ଠୀଙ୍କୁ ନିଯୁକ୍ତି ଓ ତାଲିମ ପ୍ରଦାନ କରିବାରେ ପ୍ରଥମ ହୋଇଥିବାରୁ ସଂସ୍ଥା ଗର୍ବିତ । ଏହି ପ୍ରକଳ୍ପଟି ସଫଳ ହୋଇଛି ଓ କର୍ମଚାରୀମାନେ କଂପାନିର ଅବିଛେଦ୍ୟ ଅଙ୍ଗ ଭାବେ କାର୍ଯ୍ୟ କରୁଛନ୍ତି ।
  • ଅଗ୍ନି ଓ ସୁରକ୍ଷା ସଂଘ ଭାରତର ସମ୍ମାନଜନକ ଏଫଆଇଏସଟି ପୁରସ୍କାର ସହିତ ବେଦାନ୍ତ ବିଶେଷ ଭାବରେ ନିରାପଦ ଉତ୍ପାଦନ ବର୍ଗରେ ସାମିଲ ହୋଇଛି । ଏହି ପ୍ରଶଂସା ବେଦାନ୍ତର ନିରାପତା ଓ ଅଗ୍ନି ନିରାକରଣ ଲାଗି ନିରନ୍ତର ଉତ୍ସର୍ଗୀକୃତ ।
  • ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ସମ୍ମାନଜନକ ଆନ୍ତର୍ଜାତୀୟ ଅଗ୍ନି ଓ ସୁରକ୍ଷା ପ୍ରଦର୍ଶନୀ ଏବଂ ସୁରକ୍ଷା ସଚେତନତା ତାଲିମ କାର୍ଯ୍ୟକ୍ରମରେ ଉତ୍କର୍ଷତା ପାଇଁ ସମ୍ମାନିତ ।

 ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

0
0
0
s2sdefault