(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶାା ନବୀନ ଓଡ଼ିଶା ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ଗୁଡ଼ିକ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସବୁ ଗାଁ ସଶକ୍ତ ହେବା ସହିତ ଓଡ଼ିଶାର ପ୍ରତିଛବି ସମ୍ପୂର୍ଣ୍ଣ ବଦଳିଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ପ୍ରତ୍ୟେକ ଲୋକ ଏହି କାର୍ଯ୍ୟର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୭ଗୋଟି ପଂଚାୟତ ଏବଂ କଟକସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ଗୋଟି ପଂଚାୟତର ଜନପ୍ରତିନିଧି ଏବଂ ସାଧାରଣ ଲୋକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦେଖିଥିଲେ । ଏହି ବ୍ଲକର ମୋଟ ୪୧ ଗୋଟି ପଂଚାୟତରୁ ୫ହଜାରରୁ ଉଦ୍ଧ୍ୱର୍ ଲୋକମାନେ ଏଥ୍ôରେ ଯୋଗ ଦେଇଥିଲା ବେଳେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଜନସାଧାରଣଙ୍କ ପ୍ରତିନିଧିତ୍ୱ ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନତିମୂଳକ ଯୋଜନା ଓଡ଼ିଶାବାସୀଙ୍କୁ କିଭଳି ବିକାଶପଥରେ ଅଗ୍ରଗତି କରାଉଛି ସେ ସଂକ୍ରାନ୍ତରେ ବକ୍ତବ୍ୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଯୋଜନାରେ ନିଶ୍ଚିନ୍ତକୋଇଲି ବ୍ଲକର ୪୧ଗୋଟି ପଂଚାୟତକୁ ୨୦କୋଟି ୫୦ଲକ୍ଷ ଟଙ୍କା ଅନୁଦାନରେ ୫୬୨ପ୍ରକଳ୍ପ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ କରାଯାଇଛି ।
ସେହିପରି ମାହାଙ୍ଗା ଅଂଶର ୨୭ପଂଚାୟତ ରେ ୩୮୭ ପ୍ରକଳ୍ପ ପାଇଁ ୧୩କୋଟି ୫୦ଲକ୍ଷ ଏବଂ କଟକ ସଦର ଅଂଶର ୧୪ଟି ପଂଚାୟତରେ ୧୭୫ଟି ପ୍ରକଳ୍ପ ପାଇଁ ୭କୋଟି ଟଙ୍କା ମଧ୍ୟ ଅନୁମୋଦନ କରାଯାଇଛି । କଟକ ସଦର ଅଂଶ ଇଣାଣୀବରହମପୁର ପଂଚାୟ ତର ସରପଂଚ ସୁଶାନ୍ତ କୁମାର ସେଠୀ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ପ୍ରତିନିଧି ଭାବେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ରେଖାରାଣୀ ସାମନ୍ତରାୟ, କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ବିନୋଦ ସାମଲ, ନଗସପୁର ବିଜେଡ଼ି ଯୁବ ସଂଗଠକ କ୍ଷୀରୋଦ କୁମାର ଷଢଙ୍ଗୀ, ବ୍ଲକ ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ ଙ୍କ ସମେତ ବହୁ ସରପଂଚ,ସମିତିସଭ୍ୟ ସଭ୍ୟା,ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ ।








