ହେଡଲାଇନସ୍:

କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କାର୍ଯ୍ୟାଳୟ ଘେରାଉ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଗଣେଶ୍ୱର ବେହେରାଙ୍କ ନେତୃତ୍ବରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ଗରାପୁର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଏକ ଶୋଭାଯାତ୍ରାରେ ବାହାରିଥିଲେ ।ଏହାପରେ କେନ୍ଦ୍ରାପଡ଼ା ସହର ପରିକ୍ରମା କରିବା ସହ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାରେ ଏକ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ବିଜେଡି ସରକାର ଏଥିପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା,କଂଗ୍ରେସ ନେତୃମଣ୍ଡଳୀ ଓ ସମର୍ଥକ ମାନେ ଅଭିଯୋଗ
କରିଛନ୍ତି ।ଏଥି ନେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ ସୁଦ୍ଧା ରାଜ୍ୟ ସରକାର ଓ ସ୍ଵାସ୍ଥ୍ୟ ସଚିବ ଏଥି ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି ବୋଲି ଆଜି ଏହି ପ୍ରତିବାଦ ସଭାରେ କଂଗ୍ରେସ ରଣ ହୁଙ୍କାର ଦେଇଛି । ଆଜିର ଏହି ପ୍ରତିବାଦ ସଭା ନଗର କଂଗ୍ରେସ ସଭାପତି ରାଜେଶ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା,ଜିଲ୍ଲା ଉପସଭାପତି ପ୍ରଫଲ୍ଲ ଦାସ,ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡ଼ା,ଚିନ୍ମୟ ବେହୁରା ,ପୂର୍ବତନ ନଗର ପାଳ ମହମ୍ମଦ ଅଲ୍ଲୀ, ମୁକ୍ତାର ଖାଁ ଓ ଅନେକ ବରିଷ୍ଠ କର୍ମୀ ଓ କଂଗ୍ରେସ ନେତାମାନେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ଓ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିଲେ ।

0
0
0
s2sdefault